କଣ୍ଟିଲୋରେ ପ୍ରଭୁ ଶ୍ରୀନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପରେ କାଳିଆପଲ୍ଲୀ ଗାଁରେ ଥିବା ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟ ଜଗନ୍ନାଥ.. ଜୟ ନୀଳମାଧବ.. ଜୟ ବିଶ୍ୱାବସୁ କହିଲେ ରାଷ୍ଟ୍ରପତି !
ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରହିଛି।
ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଅଧିବେଶନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ଶାଢ଼ି ଉପଢୗକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରୀ ବି ହେବେ । କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।
ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମ ପାଦ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ସମ୍ବର୍ଦ୍ଧନା ସଭାରେ ବଖାଣିଲେ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ, କହିଲେ ଯାହା ପାଇଛି, ଆପଣମାନଙ୍କ ପାଇଁ ପାଇଛି, ଏ ମାଟି ପାଇଁ ଚିର ଋଣୀ
ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡ଼ାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ ତ ଆଉ କିଏ ଗଛ ଡାଳରେ ଚଢ଼ି ଅପେକ୍ଷାରତ। ଆଉ ମହାମହିମ ପହଞ୍ଚିବା କ୍ଷଣି ଏବଂ ତାଙ୍କର ଦର୍ଶନ ପାଇ ସବୁରି ମନ କୁଣ୍ଢେମୋଟ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।
ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍ରେ ଫଲୋ କଲେ ୬ ମିଲିୟନ୍ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା