ବଡ ବଡ଼ ପଥରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ସ୍ଥାନରେ ଆଣି ରଖୁଛନ୍ତି । ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ପିଟି ପିଟି ରୂପ ଦେଉଛନ୍ତି । ପଥର କାମରେ ବ୍ୟସ୍ତ ଥିବା ଏହି କାରିଗର ମାନେ ହେଉଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଚଢିଆପଲ୍ଲୀ ଗ୍ରାମର ।
୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।
ପାଠ ପଢ଼ିବେ ହାତୀ । ଦର୍ଶକବନ୍ଧୁ ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରହୁଥିବା ହାତୀଙ୍କ ବଦଳିବ ଠିକଣା ।
ପାରା ଉଡ଼ାଇଲେ ସାଲୁଟ୍ ମାରି ପାଟି ପାକୁଳାଇଲେ ମନ୍ତ୍ରୀ ସାରଦା ନାୟକ। ବାଜା ବଜାଇ ନାଚିଲେ BJP ସାଂସଦ ଜୁଏଲ ଓରାମ୍।
ଆବାସ ଘର ହୋଇନି ହେଲେ ବିଲ୍ ଟଙ୍କା ଉଠାଇ ଚଳୁ। ଆବାସ ଦୁର୍ନୀତିର୍ ବଡ଼ ଚଞ୍ଚକତା । ନୀଳଗିରି ବ୍ଲକ କର୍ମଚାରୀ ତଥା ମହିଳା GRSଙ୍କ ବଡ଼ କେଲେଙ୍କାରୀ।
ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।
ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।
ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ଶେଷ ହେବାକୁ ଥିବା ୨୦୨୩ ବର୍ଷରେ ଓଡ଼ିଶାରେ ଘଟିଛି ବଡ଼ ବଡ଼ ଘଟଣା ଆଉ ଦୁର୍ଘଟଣା । ଯେଉଁ ଖବର ଜାତୀୟ ସ୍ତରରେ ମଧ୍ୟ ଆଲୋଚନା ହୋଇଛି ।
ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଲୋକେ ଖଟ ଉପରେ ରେଜେଇ ତଳେ ଶୀତର ଉଷୁମ ନେଉଥିବା ବେଳେ ବସଷ୍ଟାଣ୍ଡର କାଲୁଆ ଚଟାଣ ଉପରେ ଶୀତର ଚରମ ପ୍ରକୋପକୁ, ଭୋଗୁଛନ୍ତି ଏଇ ଫୁତ୍ ଫାତର ମଣିଷ....
ଗରିବୀକୁ ମାତ୍ ଦେଇଛି ବଦାନ୍ୟ ବ୍ୟକ୍ତିଙ୍କ ଉଦାରତା... କୁହାଯାଏ ଦୁଃଖ ଯେତେବେଳେ ଆସେ ଯେମିତି ବନ୍ଧୁବାନ୍ଧବ ଓ ପରିବାର ସହ ଆସେ... କନ୍ୟାପିତା ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାବେଳେ ଦୀର୍ଘ ୧୦ ବର୍ଷ ହେଲା ରୋଗାଗ୍ରସ୍ତ...ଏଣେ ଘରେ ବଢ଼ିଲା ଝିଅ ।
ଗ୍ରାମବାସୀଙ୍କ ପାଇଁ ରାସ୍ତା ନଥିଲା ....ପିଚୁ ରାସ୍ତା ହେଲା....ହେଲେ ଏମିତି ତିଆରି ହେଲା ଯେ, ନିର୍ମାଣର ପନ୍ଦର ଦିନ ନପୁରୁଣୁ ହାତରେ ଉଠିଯାଉଛି ପିଚୁ ....ରାସ୍ତା ଉପରେ ଉଠିଛି ଅନାବନା ଘାସ
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବା।
ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।
ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
ଦେଶର ଅର୍ଥନୀତିକୁ ମଜବୁତ କରିବା ନେଇ କୃଷକ ଭୂମିକା ଅତୁଳନୀୟ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀଙ୍କ ଯୋଗୁଁ ସାରା ଦେଶର ଭୋକ ମେଣ୍ଟିଥାଏ। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତି ବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷଜ ଦିସବ’ ପାଳନ କରାଯାଏ।
୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।
ଆଜି ହେଉଛି ଜାତୀୟ କୃଷକ ଦିବସ । । ଫସଲଟିଏ ଉପୁଜାଇବା ପାଇଁ କୃଷକ କେତେ ହାଡ଼ଭଙ୍ଗା ପରିଶ୍ରମ କରେ । ମାଟିକାଦୁଅରେ ଲଟପଟ୍ ହୋଇ ନିଜ ପରିଶ୍ରମର ବୀଜ ବପନ କରେ । ଆଉ ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ ।
ଭୋଟ୍ ମାଗିଲା ବେଳକୁ ଆସି ରାସ୍ତା ତିଆରି କରିଦେବୁ । ନଳକୂପ ବସାଇଦେବୁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ ସରିବା ପରେ ଆଉ କିଏ ପଚାରେ । ଆଉ ଗ୍ରାମବାସୀ ଯୋଉଠି ଥିଲେ ସେଇଠି । ସେଥିପାଇଁ ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ । ଏପରି ନାରା ଦେଉଛନ୍ତି ଗ୍ରାମବାସୀ ।