• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅଟଳ... ନାଁ ଯେମିତି ଥିଲା ବ୍ୟକ୍ତିତ୍ୱ ବି ସେମିତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୯ ତମ ଜନ୍ମ ଜୟନ୍ତୀ। ଅଟଳ ସିନା ନାହାନ୍ତି କିନ୍ତୁ ତାଙ୍କ ନେତୃତ୍ୱ, ତାଙ୍କ ଦକ୍ଷତା, ତାଙ୍କ ନିଷ୍ପତ୍ତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ସେମିତି ସତେଜ। ତାଙ୍କ ଗୋଟିଏ ନିଷ୍ପତ୍ତି ସାରା ବିଶ୍ୱ ପାଇଁ ଉଦହରଣ ଥିଲା।

ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା। କ୍ଷମତାରେ ଥାନ୍ତୁ ଅବା ବିରୋଧୀରେ ଅଟଳ ବିହାରୀ ବାଜପେୟୀ ସବୁବେଳେ ସମାନ ଥିଲେ। ଗଣତନ୍ତ୍ରକୁ ରକ୍ଷା ଓ ରାଷ୍ଟ୍ରୀୟତାବାଦରେ ଭରପୁର ଥିଲେ ଅଟଳ। ଆଜି ତାଙ୍କ ଜନ୍ମ ଜୟନ୍ତୀ ମନେ ପକାଇ ଦେଶର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ହୋଇଛି ଆୟୋଜନ।

OTV is now on Whatsapp

Join and get latest news update delivered to you via whatsapp

Join Now