• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାଲିରେ ବାଲିରେ ସାଣ୍ଟାକ୍ଲଜ୍। ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ଖାଲି ବିଶାଳ ବାଲୁକା କଳା ନୁହେଁ, ବରଂ ବାଲି ଓ ପିଆଜରେ ନିର୍ମିତ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ୍ ତିଆରି କରି ରେକର୍ଡ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍। ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲୁ ଫ୍ଲାଗ୍ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ଲାଗିଥିଲା । ସେଥିରେ ମେରି ଖ୍ରୀଷ୍ଟମାସ ବୋଲି ଲେଖାଯିବା ସହ, ଗଛ ଉପହାର ଦେବା ପାଇଁ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି।

ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍ । ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରି’କୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ସମାଜକୁ ଦେଇଛନ୍ତି ।