Advertisment

ଗାଁ ଗାଁରେ ବାଟ ହୁଡ଼ିଛି କି ବସୁଧା ? ସ୍ୱଚ୍ଛ ଜଳଯୋଗାଣ ପ୍ରତିଶ୍ରୁତି ଫେଲ୍ !

ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।

author-image
Tanmay Kumar Mahalik

ରାଉରକେଲାରେ ହଇଜା ବ୍ୟାପିଛି, ତ ସାରା ଓଡ଼ିଶାରେ ଛନକା ପଶିଛି । ଷ୍ଟିଲ ସିଟିରେ ଦୂଷିତ ପାଣିରୁ ଝାଡ଼ାବାନ୍ତି ମୁଣ୍ଡ ନେଉଥିବା ଖବର ଶୁଣି ଚାରିଆଡ଼େ ଭାଳେଣି । ସହରାଞ୍ଚଳ କଥା ଛାଡ଼ନ୍ତୁ ଗାଁ ଗଣ୍ଡାର ଲୋକଙ୍କୁ ୨୪ ଘଣ୍ଟିଆ ସ୍ୱଚ୍ଛ ପାଣି ଦେବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ବ୍ୟୟରେ କେମିତି ବାଟ ହୁଡିଛି ବସୁଧା ଯୋଜନା । ତା’ର ମାଳମାଳ ଚିତ୍ର ପାଇଛି ଓଟିଭି ।

Advertisment
Odisha Government
Advertisment
Advertisment