କୋରାପୁଟ ଆସିଲେ କୋରାପୁଟିଆ ଦେଶୀ କୁକୁଡା ଖାଇବାକୁ ସମସ୍ତଙ୍କର ଆଗ୍ରହ । ହେଲେ ବଣଭୋଜି ମେନ୍ୟୁରୁ ଏବେ ଦେଶୀ କୁକୁଡ଼ା ଉଭାନ । କାରଣ ବଜାରରେ ମିଳୁନି ଦେଶୀ କୁକୁଡା । ଆଉ ବୟଲର ପାଇଁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ ।
ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ ଆମ ହୃଦୟ ଜିତିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।
ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ ।
ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି ।
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ପାରଦ ରହିଛି ୩ ଡିଗ୍ରୀ, ଖଣ୍ଡ ଖଣ୍ଡ ହୋଇ ତୁଷାରପାତ ହେଉଛି । ଆଉ ସେହି ହିମ ଜାଡ଼ ଭିତରେ ଯୋଗବିଦ୍ୟାର ଯାଦୁ ଦେଖାଇ ଚର୍ଚ୍ଚାରେ ଭାରତୀୟ ମହନ୍ତ ।
କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।
ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।
ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର।
ରାଇରଙ୍ଗପୁର ସହର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଫେଲ୍ ବସୁଧା ଯୋଜନା। ମିଳୁନି ପାନୀୟ ଜଳ।
ବଡ ବଡ଼ ପଥରକୁ ଖଣ୍ଡ ଖଣ୍ଡ କରି ଗୋଟିଏ ସ୍ଥାନରେ ଆଣି ରଖୁଛନ୍ତି । ହାତରେ ନିହଣ ଓ ହାତୁଡ଼ି ଧରି ପଥରକୁ ପିଟି ପିଟି ରୂପ ଦେଉଛନ୍ତି । ପଥର କାମରେ ବ୍ୟସ୍ତ ଥିବା ଏହି କାରିଗର ମାନେ ହେଉଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଚଢିଆପଲ୍ଲୀ ଗ୍ରାମର ।
୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।
ପାଠ ପଢ଼ିବେ ହାତୀ । ଦର୍ଶକବନ୍ଧୁ ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରହୁଥିବା ହାତୀଙ୍କ ବଦଳିବ ଠିକଣା ।
ପାରା ଉଡ଼ାଇଲେ ସାଲୁଟ୍ ମାରି ପାଟି ପାକୁଳାଇଲେ ମନ୍ତ୍ରୀ ସାରଦା ନାୟକ। ବାଜା ବଜାଇ ନାଚିଲେ BJP ସାଂସଦ ଜୁଏଲ ଓରାମ୍।
ଆବାସ ଘର ହୋଇନି ହେଲେ ବିଲ୍ ଟଙ୍କା ଉଠାଇ ଚଳୁ। ଆବାସ ଦୁର୍ନୀତିର୍ ବଡ଼ ଚଞ୍ଚକତା । ନୀଳଗିରି ବ୍ଲକ କର୍ମଚାରୀ ତଥା ମହିଳା GRSଙ୍କ ବଡ଼ କେଲେଙ୍କାରୀ।
ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।
ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।
ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ପେଟର ଭୋକ ମେଣ୍ଟାଇବା ପାଇଁ, ଜାଡ଼ର ମାଡ଼କୁ ପିଠି ପତେଇ ଦେଇଛି ଗରିବ ଖଟିଖିଆ । ଶୀତୁଆ ରାତିକୁ ବେଖାତିର କରି ଯାତ୍ରୀ ଅପେକ୍ଷାରେ ରେଶମ ସହରର ରିକ୍ସାବାଲା । କିଏ ଚାଦର ଭିତରେ ଜାକିଜୁକି ହୋଇ ଶୋଇଛି, ତ କିଏ ଗାମୁଛା ଖଣ୍ଡେ ଘୋଡ଼େଇ ରାତିସାରା ଥରୁଛି ।
ଶେଷ ହେବାକୁ ଥିବା ୨୦୨୩ ବର୍ଷରେ ଓଡ଼ିଶାରେ ଘଟିଛି ବଡ଼ ବଡ଼ ଘଟଣା ଆଉ ଦୁର୍ଘଟଣା । ଯେଉଁ ଖବର ଜାତୀୟ ସ୍ତରରେ ମଧ୍ୟ ଆଲୋଚନା ହୋଇଛି ।
ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି ।
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଲୋକେ ଖଟ ଉପରେ ରେଜେଇ ତଳେ ଶୀତର ଉଷୁମ ନେଉଥିବା ବେଳେ ବସଷ୍ଟାଣ୍ଡର କାଲୁଆ ଚଟାଣ ଉପରେ ଶୀତର ଚରମ ପ୍ରକୋପକୁ, ଭୋଗୁଛନ୍ତି ଏଇ ଫୁତ୍ ଫାତର ମଣିଷ....