Advertisment

KIIT Suicide Row: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Nepal Human Rights Commission Seeks Justice

Nepal Human Rights Commission Seeks Justice

ଭୁବନେଶ୍ବର କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିଛି ନେପାଳର ମାନବାଧିକାର କମିଶନ । ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ। ଏଥି ସହିତ ନେପାଳର ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରାଯାଉଛି ।

Advertisment

ଏହି ଘଟଣାରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନେପାଳ ମାନବାଧିକାର କମିଶନ। ପୂର୍ବରୁ କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ୍ ଯୋଗେ କଥା ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଲୋକସେବା ଭବନରେ ନେପାଳ ଦୂତାବାସର ୨ ଜଣ ଅଧିକାରୀ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। 

କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ନବୀନ ରାଜ୍ ଅଧିକାରୀ ଓ ସଂଜୀବ ଶର୍ମା ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଆଲୋଚନାରେ ମୁଖ୍ୟ ଶାସନସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଭାଗ ନେଇଥିଲେ । 

Advertisment

 କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି। ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି। ପୋଲିସ ଇନଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି। ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏହା ପରେ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଛନ୍ତି ତ୍ୱରିତ ନ୍ୟାୟ ଦାବି କରିଛନ୍ତି ।  

ଅଧିକ ପଢ଼ନ୍ତୁ : ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା ! 

Nepal Girl Suicide Human Rights Violations In Odisha National Human Rights Commission KIIT KIIT University
Advertisment
Advertisment