ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।
ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।
ଆମେରିକାରେ କ୍ରିଷ୍ଟମାସ ପରେଡ୍ ଚାଲିଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନାଲି ରଂଗର ଏକ ଏସୟୁଭି ମାଡ଼ିଯାଇ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଛି.. ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେଇଛନ୍ତି କମଲା ହାରିସ୍
ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା ।
ପାକିସ୍ତାନରେ ଦୁଷ୍କର୍ମକାରୀଙ୍କ ପାଇଁ ନୂଆ ନିୟମ । ଭିଡିଓରୁ ଜାଣନ୍ତୁ କଣ ରହିଛି ନୂଆ ନିୟମ ।
ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି।
ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୫୦ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟା ଦୁଇ ଗୁଣିତ ହୋଇଛି । ହେଲେ ସେଥିମଧ୍ୟରୁ ହିନ୍ଦୁ ମାନଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।
ଶ୍ରୀଲଙ୍କା ପଠାଇଥିବା ସାରର ନମୁନା ପରୀକ୍ଷା ପରେ ଚୀନ୍ର ଘୋଟାଲା ଜଣାପଡ଼ିଥିଲା । ସାରରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବା ଜଣାପଡ଼ିଛି । ଏହି ସାରା ବ୍ୟବହାର ଦ୍ୱାରା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଶ୍ରୀଲଙ୍କା କହିଛନ୍ତି କୃଷି ବିଭାଗର ମହାନିର୍ଦ୍ଦେଶକ
ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜଣେ ପୋଲିସକର୍ମୀଙ୍କ ଦ୍ୱାରା ନିଜ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି ନେଇ ନିଲାମ ଡକାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।
ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍, ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା । ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି ।
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର୍। ଜଣେ ଲୋକ ବର୍ଷକରେ ଯେତିକି ଟଙ୍କା ରୋଜଗାର କରୁଥିବ ଜଣେ ୧୪ ଦିନ କାମ କରି ମଧ୍ୟ ସେତିକି ରୋଜଗାର କରିନେବ। ଆଣ ଯଦି ଏହି ଚାକିରି ପାଇଁ ମନୋନୀତ ହୋଇଯିବେ ତେବେ ଦୁଇ ସପ୍ତାହ କାମ କରି ୯ ଲକ୍ଷ ଟଙ୍କା ପାଇବେ।
ସୋସିଆଲ ମିଡିଆ ଅଭ୍ୟାସ ଛଡ଼ାଉଛି ଚାପୁଡ଼ା । ଫେସବୁକରୁ ଦୂରେଇ ରହିବା ପାଇଁ ଅଭିନବ ଉପାୟ । ଚାପୁଡ଼ା ମାରିବାକୁ ରଖିଛନ୍ତି ସୁନ୍ଦର ଯୁବତୀ । ଟିକେ ସୋସିଆଲ୍ ମିଡିଆ ଖୋଲୁଖୋଲୁ ବସୁଛି ଚାପୁଡା
ଫେସ୍ବୁକ୍ ଖୋଲିଲେ ମିଳିବ ଚାପୁଡା । ସେସିଆଲ୍ ମିଡିଆର ନିଶା ଛଡାଇବା ପାଇଁ ଏହିପରି ଅଭିନୟ ଉପାୟ ବାହାର କରିଛନ୍ତି ଭାରତୀୟ- ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ ।
ବାହା ହେଲେ ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ । ବର୍ମିଂହାମରେ ପରିବାର ସହିତ ମିଶି ଏକ ଛୋଟ ଧରଣର ବିବାହ ଉତ୍ସବର ଆୟୋଜନ କରାଯାଇଥିଲା ।
ସ୍ୱାଧିନ ଗଣତାନ୍ତ୍ରିକ ରାଷ୍ଟ୍ର ତାଇଓ୍ୱାନ୍କୁ ମୂଳ ଭୁଖଣ୍ଡରେ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କି ଚୀନ? ଏଥିପାଇଁ ତକଲାମାକନ୍ ମରୁଭୂମିରେ ଚଳାଇଛି କି ମକ୍ ଡ୍ରିଲ୍ ? ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ୍ ଏସଂପର୍କରେ ରିପୋର୍ଟ ଛାପିବା ପରେ ବିଶ୍ୱବ୍ୟାପୀ ଉଦବେଗ୍ ବଢିଛି । କାରଣ ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି ।
ପୁଣି ଭାରତ ବିରୋଧରେ ଜାଲ ବିଛାଉଛି ଚୀନ୍ । ପାକିସ୍ତାନକୁ ସାହାଯ୍ୟ କରି ଭାରତକୁ ଟାର୍ଗେଟ କରୁଛି ।
କୁହାଯାଏ ପ୍ରେମ ଶାଶ୍ୱତ ଓ ଚୀରନ୍ତନ ସତ୍ୟ। ପ୍ରେମ ପାଇଁ ଯାଇଛି ଅନେକ ଜୀବନ। କିନ୍ତୁ ଆଜିର ସମାଜରେ ପ୍ରେମ ହୋଇଛି ଦିଗହରା। ଜଣେ ବ୍ୟକ୍ତି ସହିତ ଅନ୍ୟଜଣେ ସବୁଦିନ ପାଇଁ ରହିବା ମନଭାବ ଆଉ ନାହିଁ। ସେ ପୁରୁଷ ହେଉ କି ନାରୀ ଜଣକୁ ପ୍ରେମ କରୁଥିଲେ ବି ମନରେ ଆଉ ଜଣେ ଆସି ଘର କରିଯାଉଛି। ଏଠି ସୃଷ୍ଟି ହେଉଛି ପ୍ରେମରେ ଫାଟ। କିନ୍ତୁ ଏ ଦୁନିଆରେ ଏମିତି ବି ଜାଗା ଅଛି, ଯେଉଁଠି ଜଣେ ପୁରୁଷ ୩ଟି ଲେଖାଏଁ ପ୍ରେମିକା ଧରି ବୁଲୁଛି।
ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ ଏକ ବ୍ୟାଙ୍କର ମାଲିକ ହୋଇ ପାରିଛନ୍ତି। ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ନିଆରା ବ୍ୟାଙ୍କ୍।
ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି କରିଛନ୍ତି। ଏନେଇ ସେ ମଧ୍ୟ ଡାକ୍ତରୀ ପ୍ରମାଣ ଦେଖେଇଛନ୍ତି। ତଥାପି ଲୋକେ ତାଙ୍କୁ ଗ୍ରହଣ କରିବାକୁ ନାରାଜ। ଫଳରେ ଚିନ୍ତାରେ ଅଛନ୍ତି ଏହି ମଡେଲ୍ ଯୁବତୀ।
ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍ ନୁସରତ ଗୋକ୍ ଓରଫ୍ ସଲ୍ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।
ଦୀର୍ଘ ବର୍ଷରେ ଚୀନ-ଭାରତ ସୀମାରେ ଫୁଟିଲା ଗୁଳି, ଖୁବଶୀଘ୍ର ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ହେବ ବୈଠକ
ଇସଲାମାବାଦ୍: ହସ୍ପିଟାଲ୍ର କଳାକାରନାମା, ନବଜାତ ଶିଶୁ ବଦଳରେ ମା’କୁ ଦେଲେ ପ୍ଲାଷ୍ଟିକ୍ କଣ୍ଢେଇ। ପାକିସ୍ତାନର ଏକ ହସ୍ପିଟାଲରୁ ଏଭଳି ମାମଲା ସାମ୍ନାକୁ ଆସିଛି । ଘଟଣାରେ ଏକ ନବଜାତ ଶିଶୁକୁ ଅପହରଣ କରାଯାଇ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦିଆଯାଇଛି ।
ଭାରତ ନୁହେଁ ଆଗାମୀ ଦିନରେ ଇସ୍ରାଏଲରୁ ନିର୍ବାଚନ ଲଢପାରନ୍ତି ମୋଦି !