ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ କରିବା ପରେ ଆଶଙ୍କାରେ ଅଛନ୍ତି ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକ । ଅନେକ ଓଡିଆ ବି ଫସି ରହିଛନ୍ତି । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ବର୍ଷାରାଣୀ ଦଳାଇ। ସେଠାକାର ସ୍ଥିତି କ’ଣ ରହିଛି? ସ୍ଥାନୀୟ ସରକାର ତରଫରୁ କି କି ପଦକ୍ଷେପ ନିଆଯାଇଛି ଓଟିଭିକୁ କହିଛନ୍ତି ବର୍ଷା।
ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...
ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ଯାଉଛି ବୋଲି କୁହାଯାଉଛି।
ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।
ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆ଼ଡକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।
ସମୟ ବଢ଼ିବା ସଙ୍ଗେ ସଙ୍ଗେ ଋଷିଆ-ୟୁକ୍ରେନ ସୀମାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଋଷ । ଗୁରୁବାର ସକାଳେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ତେବେ ଆକ୍ରମଣ ପରେ ବର୍ତ୍ତମାନ ପାଇଁ ଆମେରିକା ପକ୍ଷରୁ ଋଷକୁ ଚେତାବନୀ ଦିଆଯାଇଛି । ଏଥି ସହ ଚୀନ୍ ଶାନ୍ତିପୂର୍ଣ୍ଣ ଭାବରେ ଏହାର ସମାଧାନ କରିବାକୁ ଅନୁରୋଧ କରିଛି । ସେପଟେ ୟୁକ୍ରେନ ସରକାର ବର୍ତ୍ତମାନ ସେଠାରେ ମାର୍ସଲ କାର୍ଯ୍ୟକାରୀ କରିଛନ୍ତି।
ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍।
ବିଶ୍ୱର ନଜର ଏବେ ୟୁକ୍ରେନ ଉପରେ। ତେବେ ଟିକିନିକି ଖବର ଜାଣିବା ପାଇଁ ସାରା ଦୁନିଆ ଚାହିଁଥିବା ବେଳେ ଏହି ସାମ୍ୱାଦିକ ଏବେ ଚର୍ଚ୍ଚାରେ। ଏ ଏମିତି ଜଣେ ରିପୋର୍ଟର, ଯିଏ ୬ଟି ଭାଷାରେ ଏକୁଟିଆ ବିଶ୍ୱକୁ ଦେଉଛନ୍ତି ଯୁଦ୍ଧର ଅପଡେଟ୍ ଖବର...
ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହେବ ।
ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ପକ୍ଷରୁ ଚାରିପଟୁ ଆକ୍ରମଣ କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ ।
୨୪ ଦିନରେ ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ । ସେନା ପକ୍ଷରୁ କିଭ୍
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି।
ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।
ଯୁଦ୍ଧ ପାଇଁ ସାରା ବିଶ୍ୱରେ ଆତଙ୍କ। ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ପୃଥିବୀ। ଜାଣନ୍ତୁ, କାହାର କେତେ ଦମ୍
ୟୁକ୍ରେନରେ ଉପରେ ଋଷିଆର ଆକ୍ରମଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ଋଷର ସ୍ଥଳସେନା ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିଛି ବୋଲି ସୁରକ୍ଷା କର୍ମୀ କହିଛନ୍ତି
ୟୁକ୍ରେନ୍ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍ରେ ତାଙ୍କୁ Flirt କରୁଛନ୍ତି ।
ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି
ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍ ଡାଉନ୍ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।
ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।
ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
ସାଟେଲାଇଟ୍ ଇମେଜ୍ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା ।
ୟୁକ୍ରେନ୍ ଉପରେ ଋଷିଆ ନେବ ପଦକ୍ଷେପ। ଏହାପରେ ଆମେରିକାର କୂଟନୈତିକ ଚାପ । ବାଇଡେନ୍ କହିଛନ୍ତି ଋଷ୍ ନ ସୁଧୁରିଲେ କଡା ପଦକ୍ଷେପ ନେବ ଆମେରିକା। ଯଦି ଯୁଦ୍ଧ ହୁଏ ତେବେ ଭାରତ ଉପରେ କେତେ ପ୍ରଭାବ ପଡିବ ଦେଖନ୍ତୁ।