/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637382742.jpg)
Kamala Harris
କମଲା ହ୍ୟାରିସ୍ଙ୍କୁ ରାଷ୍ଟ୍ରପତି ଦାୟିତ୍ୱ । ଏକ ଘଣ୍ଟା ୨୫ ମିନିଟ୍ ପାଇଁ କମଲା ହ୍ୟାରିସ୍ ହେଲେ ଆମେରିକାର ରାଷ୍ଟ୍ରପତି । ପ୍ରଥମ ମହିଳା ଭାବେ କମଲା ହ୍ୟାରିସ୍ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଏଥିପାଇଁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ କମଲା ହ୍ୟାରିସଙ୍କୁ ଦିଆଯାଇଥିଲା । କ୍ଷମତା ହସ୍ତାନ୍ତର ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଆମେରିକାର ପ୍ରଥମ ମହିଳାଭାବେ ହ୍ୟାରିସଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଥିଲା । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୭୯ ବର୍ଷ ବୟସ୍କ ଜୋ ବାଇଡେନ୍ଙ୍କୁ ଗତକାଲି ସକାଳେ ୱାଲଟର ରିଡ୍ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଅସୁସ୍ଥ ଥିବା ବେଳେ ଉପରାଷ୍ଟ୍ରପତିଙ୍କୁ ଆମେରିକାର ଦାୟିତ୍ୱ ଦିଆଯାଇଥିବା ନଜିର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)