• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱର ସବୁଠୁ ଧନୀ ଦେଶ ହେଲା ଚୀନ୍ । ଆମେରିକାକୁ ପଛରେ ପକେଇ ୧ ନମ୍ବର ଧନୀ ରାଷ୍ଟ୍ର ସ୍ଥାନ ନେଇଛି ଚୀନ୍ । ଗତ ୨ ଦଶନ୍ଧିରେ ବିଶ୍ୱର ସଂପତ୍ତି ତିନଗୁଣା ବଢ଼ିଥିବା ବେଳେ ଚୀନ୍ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ବିଶ୍ୱର ପ୍ରମୁଖ ୧୦ଟି ଦେଶର ସଂପତ୍ତି ସଂପର୍କରେ ଗବେଷଣା କରୁଥିବା ସଂସ୍ଥା ମ୍ୟାକକିନ୍‌ସେ ଏଣ୍ଡ କୋ ଅନୁସାରେ ୨୦୨୦ ସୁଦ୍ଧା ବିଶ୍ୱର ସଂପତ୍ତି ୫୧୪ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇଛି ।

୨୦୦୦ ମସିହାରେ ମୋଟ୍ ସଂପତ୍ତି ୧୫୬ ଟ୍ରିଲିଅନ ଡଲାର ଥିଲା । ଏହାରି ଭିତରେ ଚୀନ୍‌ର ସଂପତ୍ତି ୭ ଟ୍ରିଲିଅନ ଡଲାରରୁ ଆସି ୧୨୦ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ବିଶ୍ୱର ମୋଟ୍ ସଂପତ୍ତିରୁ ୬୦ ପ୍ରତିଶତ ଅଂଶୀଦାର ଥିବା ୧୦ଟି ଦେଶର ବାଲାନ୍ସ ସିଟ୍ ତର୍ଜମା କରି ମ୍ୟାକକିନ୍‌ସେ ଆଣ୍ଡ କୋ ଏହି ତଥ୍ୟ ପ୍ରକାଶ କରିଛି । ଗତ ଦୁଇ ଦଶନ୍ଧିରେ ଆମେରିକାର ସଂପତ୍ତି ମାତ୍ର ଦୁଇଗୁଣା ବଢ଼ି ୯୦ ଟ୍ରିଲିଅନ ଡଲାର ହୋଇଛି । ବଡ଼କଥା ହେଲା ଏହି ଦୁଇ ଦେଶର ୧୦ ପ୍ରତିଶତ ଲୋକଙ୍କ ପାଖରେ ଦୁଇ ତୃତୀୟାଂଶ ସଂପତ୍ତି ଠୁଳ ହୋଇଛି । ଆଉ ସେହିମାନଙ୍କର ସଂପତ୍ତି ଲଗାତର ବଢ଼ିଛି ବୋଲି ମ୍ୟାକକିନସେ କହିଛି । ବିଶ୍ୱର ମୋଟ୍ ସଂପତ୍ତି ମଧ୍ୟରୁ ୬୮ ପ୍ରତିଶତ ସଂପତ୍ତି ରିଅଲ ଇଷ୍ଟେଟ କ୍ଷେତ୍ରରେ ରହିଛି ।

ବିଗତ ୨୦ ବର୍ଷ ମଧ୍ୟରେ ବିଶ୍ୱର ସମ୍ପତ୍ତି ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ଆଉ ଚାଇନା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ନିଜର ସମ୍ପତ୍ତିକୁ ସବୁଠାରୁ ଅଧିକ ବଢ଼ାଇବାରେ ସଫଳ ହୋଇଇଛି। ୨୦ ବର୍ଷ ଭିତରେ ବଢ଼ିଥିବା ମୋଟ ସମ୍ପତ୍ତିରୁ ଚାଇନାର ଭାଗ ଏକ ତୃତୀୟାଂଶ। ବିଭିନ୍ନ ରାଷ୍ଟ୍ରର ବାଲାନ୍ସ ଶିଟ୍‌ ଉପରେ ନଜର ରଖୁଥିବା ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ମ୍ୟାକକିନସି ଆଣ୍ଡ କମ୍ପାନୀର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଚାଇନା ଏବେ ଦୁନିଆର ସବୁଠାରୁ ଧନୀ ଦେଶରେ ମାନ୍ୟତା ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି । ଏହି ଦୁଇ ଧନୀ ଦେଶରେ ମୋଟ ଜନସଂଖ୍ୟାର ଦଶ ପ୍ରତିଶତ ଲୋକଙ୍କ ପାଖରେ ସବୁଠାରୁ ଅଧିକ ସମ୍ପତ୍ତି ରହିଛି ।

ଏହି ଦେଶମାନଙ୍କରେ ଧନୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଫଳରେ ପୂର୍ବରୁ ଧନୀ ଓ ଗରିବ ଦେଶ ମଧ୍ୟରେ ଥିବା ପାର୍ଥକ୍ୟ ଆହୁରି ବଢ଼ି ଯାଇଛି । ସେହିପରି ବିଶ୍ୱର ମୋଟ ଆୟର ୬୦% ଅର୍ଥ କେବଳ ୧୦ ଦେଶ ମଧ୍ୟରେ ସୀମିତ ହୋଇ ରହିଛି । ପ୍ରଥମ ସ୍ଥାନରେ ଚାଇନା ଥିବା ବେଳେ ଦ୍ୱିତୀୟରେ ଆମେରିକା, ତୃତୀୟରେ ଜର୍ମାନୀ,  ଚତୁର୍ଥରେ ଫ୍ରାନ୍ସ, ପଞ୍ଚମ ବ୍ରିଟେନ, ଷଷ୍ଠରେ କାନାଡା, ସପ୍ତମରେ ଅଷ୍ଟ୍ରେଲିଆ, ଅଷ୍ଟମରେ ଜାପାନ, ନବମରେ ମେକ୍ସିକୋ ଓ ଦଶମରେ ସ୍ୱିଡେନ ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।