• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Mullah Abdul Ghani Baradar
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ : ଗୁଳି ଚଳାଇଲେ ହକ୍କାନୀ ଗୋଷ୍ଠୀ, ଘନି ବରାଦର ଆହତ

ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

Taliban
କେତେ କ୍ରୁର ଏ ତାଲିବାନ? କାମ କରୁଥିବା ମହିଳାଙ୍କ ତାଡ଼ି ନେଲେ ଆଖି

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Taliban
ସରକାର ଗଠନ ହେବା ପୂର୍ବରୁ କାବୁଲ କାହିଁକି ଗଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ

ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି

Sex With dog
କୁକୁର ସହ ଶାରୀରିକ ସମ୍ପର୍କ ରଖିଥିଲେ ମହିଳା

କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା। ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ?

Youtube Village
ୟୁଟ୍ୟୁବ ଗାଁ ନାଁରେ ପ୍ରସିଦ୍ଧ ଇଣ୍ଡୋନେସିଆର ଛୋଟିଆ ଗାଁ କାସେଗେରାନ

ଆପଣ ୟୁଟ୍ୟୁବ ନାଁ ଶୁଣିଥିବେ । ହେଲେ ୟୁଟ୍ୟୁବ ଗାଁ ନାଁ କେବେ ହେଲେ ଶୁଣି ନଥିବେ । ଏବେ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି ୟୁଟ୍ୟୁବ ଭିଲେଜ୍‌ । ଇଣ୍ଡୋନେସିଆର ଏକ ଛୋଟିଆ ଗାଁ କାସେଗେରାନ ଏବେ ପାଲଟି ଯାଇଛି ୟୁଟ୍ୟୁବ ଭିଲେଜ୍‌

Taliban
କେଉଁ ଦେଶ ଗ୍ରହଣ କରିବ କେତେ ସଂଖ୍ୟକ ଶରଣାର୍ଥୀ?

ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି

indian diplomats meet taliban leader
ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

Taliban
ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।

afghanistan
ପଞ୍ଜଶିର କବଜା ପରେ ଉତ୍ସବ ମନାଉଛନ୍ତି ତାଲିବାନୀ : ଆକାଶକୁ ଗୁଳି ଚାଳନା ସମୟରେ ଅନେକ ଲୋକ ମୃତ

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି

Taliban
ପୁରା ଆଫ୍‌ଗାନିସ୍ତାନ ଏବେ ତାଲିବାନ ନିୟନ୍ତ୍ରଣରେ, ପଞ୍ଜଶିର ବି ପରାଜିତ !

ଆଫଗାନିସ୍ତାନରେ ତାଲିବାନର ବିଦ୍ଧିବଦ୍ଧ ସରକାର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ 'ସଂପୂର୍ଣ୍ଣ ଆଫଗାନିସ୍ତାନ'କୁ କବ୍‌ଜା କରି ନେଇଛନ୍ତି ।

Taliban
“ଆଫଗାନ୍‌ ଛାଡ଼ିବ ତ ଏୟାରପୋର୍ଟରେ ବିବାହ କର”

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ ସାମ୍ନା କରିଥିବା ତାଲିବାନ୍‌ର ଶାସନ କ୍ରୁରତାକୁ ସହଜରେ ଭୁଲିପାରୁନାହାନ୍ତି ଲୋକେ।

Taliban Govt
ତାଲିବାନରେ ଗଠନ ହୋଇସାରିଲାଣି ନୂଆ ମନ୍ତ୍ରୀମଣ୍ଡଳ !

ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା

Mullah Baradar
ମୁଲ୍ଲା ବରାଦର ହେବେ ଆଫଗାନ୍‌ ସରକାରର ମୁଖ୍ୟ

ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଫଗାନରେ ଗଠନ ହେବାକୁ ଥିବା ଇସଲାମ୍ ଏମିରେଟ୍ସ ସରକାରର ମୁଖ୍ୟ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଏନେଇ ସଂଗଠନ ପକ୍ଷରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯିବ। ବରାଦରଙ୍କ ସହଯୋଗୀ ଭାବେ କାମ କରିବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ

storm ida in america
ଆମେରିକାରେ ପ୍ରଳୟ ରଚିଲା ‘ଇଡା’; ୪୯ ମୃତ

ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି।

northern alliance-taliban
ପଞ୍ଜଶିରକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ, ତଥାପି ପଛଘୁଞ୍ଚା ଦେଇନି ନର୍ଦ୍ଦନ ଆଲିଏନ୍ସ

ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ  । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି ସେମାନେ।

north korea leader kim jong un
ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗଙ୍କର ବଦଳି ଗଲା ଚେହେରା, ଭାଇରାଲ ହେଲା ଫଟୋ

କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍‌ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ହେଲେ ଏବେ ବଦଳି ଯାଇଛି ତାଙ୍କର ସ୍ୱାସ୍ଥ୍ୟ । ଦେଖାନ୍ତୁ କେମିତି ଦିଶୁଛନ୍ତି କିମ୍‌ ଜୋଙ୍ଗ।

Panjshir
ପଞ୍ଜଶିର ଦଖଲ ନେଇ ନାକେଦମ୍‌ ହେଲାଣି ତାଲିବାନ, ଗଲାଣି ଶହଶହ ତାଲିବାନୀଙ୍କ ଜୀବନ

ତାଲିବାନ୍ ପାଇଁ ମିଶନ ପଞ୍ଜଶିର । ପ୍ରତିରୋଧ ଓ ପ୍ରତିବନ୍ଧକର ଶେଷଗଡ଼ରେ ଘମାଘୋଟ ଲଢ଼େଇ । ଆଫଗାନିସ୍ତାନ ମାନଚିତ୍ରରେ ଇଏ ସେହି ପଞ୍ଜଶିର ଘାଟି ଯେଉଁଠି ଶତ୍ରୁ ପ୍ରବେଶ କରିବାକୁ ବି ଭୟ କରିଥାଏ ।

hibatullah akhundzada
ଶୀତଳ ଯୁଦ୍ଧର ଅବସାନ: ହିବାତୁଲ୍ଲାଙ୍କ ନିର୍ଦେଶରେ ଚାଲିବ ସରକାର, ମୁଖ୍ୟ ସହଯୋଗୀ ରହିବେ ଘନି

ତାଲିବାନ ସରକାରର ମୁଖିଆ ଚୟନ ନେଇ ସଂଗଠନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି । ସଂଗଠନର ଅନ୍ୟତମ ବରିଷ୍ଠ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ବିଧିବଦ୍ଧ ନିଷ୍ପତ୍ତି ହୋଇଛି ।

Megan mcarthur
ମହାକାଶରେ କିପରି ଧୋଇବେ କେଶ, ଭିଡିଓ ହେଲା ଭାଇରାଲ

ମହାକାଶ ଜଗତ ଆମ ପାଇଁ ସଂପୂର୍ଣ ବିଚିତ୍ର ଅଟେ । ମହାକାଶଚାରୀଙ୍କୁ ନେଇ ଅନେକ ପ୍ରଶ୍ନ ମନରେ ଉଠିଥାଏ । ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ମହାକାଶଚାରୀଙ୍କ ଜୀବନ କିପରି? ତେବେ ଆମେମାନେ ପୃଥିବିପୃଷ୍ଠରେ ଯାହା ବି କାର୍ଯ୍ୟ କରୁଛନ୍ତି ତାହା ମହାକାଶରେ କରିବା ଏତେ ସହଜ ନୁହେଁ । ତେବେ ଏହାକୁ ନେଇ ମହାକାଶଚାରୀ ମେଗାନ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Panjsir
ଦୀର୍ଘ ସମୟ ଯାଏଁ ଲଢ଼ିବ ପଞ୍ଜଶିର, ଗୋଳା ବାରୁଦରେ ପୁରା ଷ୍ଟାଡିୟମ ପ୍ୟାକ୍‌

ଆଫଗାନିସ୍ତାନରେ ପଞ୍ଜଶିର ବ୍ୟତୀତ ଅନ୍ୟ ସବୁଠି ଚାଲିଛି ତାଲିବାନ ରାଜ୍‌ । ହେଲେ ପଞ୍ଜଶିରରେ ନର୍ଦନ ଆଲାଏନ୍ସ ସହ ଏବେ ବି ଲଢ଼ୁଛି ତାଲିବାନ । ଏମିତିକି ସାରା ଆଫ୍‌ଗାନିସ୍ତାନକୁ ନିଜ କବ୍‌ଜାକୁ ନେଇସାରିଥିବା ତାଲିବାନ ପଞ୍ଜଶିରରେ ଆଣ୍ଠେଇ ଯାଇଛି ।

Taliban
ଇରାନ ମଡେଲରେ ଗଠନ ହେବ ତାଲିବାନ୍ ସରକାର : ଅତିଥିଙ୍କ ତାଲିକା ପ୍ରସ୍ତୁତ

ଇରାନରେ ଇସଲାମିକ ଗଭର୍ଣ୍ଣମେଣ୍ଟ୍ ମଡେଲ ଲାଗୁ ରହିଛି । ଜଣେ ସୁପ୍ରିମୋ ନେତା ଅଛନ୍ତି ଏବଂ ତାଙ୍କ ଅଧୀନରେ ରାଷ୍ଟ୍ରପତି ସରକାର ଚଳାଉଛନ୍ତି । ଇରାନରେ ଏବେ ଆୟତୋଲ୍ଲା ଅଲି ଖାମେନେ ସର୍ବୋଚ୍ଚ ନେତା ହୋଇଥିବା ବେଳେ ଇବ୍ରାହିମ ରାଇସି ବର୍ତ୍ତମାନ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

taliban govt
ଆସନ୍ତା ୩ ଦିନ ମଧ୍ୟରେ ସରକାର ଗଠନ କରିବେ ତାଲିବାନ, ମହିଳାଙ୍କୁ ମିଳିପାରେ ସୁଯୋଗ

ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ ଆଫଗାନିସ୍ତାନ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍‌ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। 

Panjshir
ଜାରି ରହିବ ଲଢ଼େଇ : ତାଲିବାନ୍ ସାମ୍ନାରେ ହାର ମାନିବେନି ପଞ୍ଜଶିର ଯୋଦ୍ଧା

ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।

joe-biden-told-ashraf-ghani
ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ ଲିକ୍ : ତାଲିବାନ୍ କବଜା ପୂର୍ବରୁ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ?

ତାଲିବାନ୍ ଆକ୍ରମଣ ପୂର୍ବରୁ ମିଳିଥିଲା କି ଆଭାଷ ? ଆତଙ୍କବାଦୀ ସଂଗଠନ ତାଲିବାନ ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନ କବଜା କରିଥିଲା । ଏହାର ୨୩ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୩ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନିଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା ।

Sher Mohammad Abbas
ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ

ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍‌ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍‌ନାକୁ ଆସିଛନ୍ତି ଷ୍ଟାନିକଜାଇ।