Advertisment

ସୌନ୍ଦର୍ଯ୍ୟ ହୋଇଛି କାଳ; ନିଜ ଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି କରିଛନ୍ତି। ଏନେଇ ସେ ମଧ୍ୟ ଡାକ୍ତରୀ ପ୍ରମାଣ ଦେଖେଇଛନ୍ତି। ତଥାପି ଲୋକେ ତାଙ୍କୁ ଗ୍ରହଣ କରିବାକୁ ନାରାଜ। ଫଳରେ ଚିନ୍ତାରେ ଅଛନ୍ତି ଏହି ମଡେଲ୍ ଯୁବତୀ।

author-image
Pramod Behera
Model breasts criticized by people

Model breasts criticized by people

ସ୍ଲୋଭାକିଆ : ସୌନ୍ଦର୍ଯ୍ୟକୁ କିଏ ବା ଭଲ ନ ପାଏ। ଯଦି ଏହି କ୍ଷେତ୍ରରେ ଜଣେ ନାରୀକୁ ଦେଖାଯାଏ ତେବେ କଥା ତ ଅଲଗା। ସୁନ୍ଦରୀ ନାରୀ ତ ସମସ୍ତଙ୍କର ପସନ୍ଦ। କିନ୍ତୁ ଏ ଦୁନିଆରେ ଏମିତି ଜଣେ ଯୁବତୀ ଅଛନ୍ତି ଯିଏ ନିଜ ସୁନ୍ଦରତା ଯୋଗୁଁ ଗାଳି ଖାଉଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ତାଙ୍କ ପାଇଁ ଅଭିଶାପ ପାଲଟି ଯାଇଛି।

Advertisment
Model breasts criticized by peopleନିଜ ଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ପୂର୍ବ ୟୁରୋପର ସ୍ଲୋଭାକିଆରେ ରହୁଥିବା ଜଣେ ୨୫ ବର୍ଷର ଯୁବତୀଙ୍କ ପାଇଁ ତାଙ୍କ ସୌନ୍ଦର୍ଯ୍ୟ କାଳ ହୋଇଛି। ଏନେଇ ସେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେ ସୁନ୍ଦର ଦେଖାଯାଉଥିବାରୁ ତାଙ୍କୁ ଗାଳି ଶୁଣିବାକୁ ପଡୁଛି। ତାଙ୍କୁ ଆଡୁସାଡୁ କମେଣ୍ଟ ମଧ୍ୟ କରାଯାଉଛି। ଯୁବକମାନେ ତାଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରହୁଛନ୍ତି। ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡୁଛି।

Advertisment

ଏଭଳି ପରିସ୍ଥିତିରେ ସେ ବଡ ସମସ୍ୟାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ଏହାକୁ ନେଇ ସେ ଦିନରାତି ଚିନ୍ତାରେ ପଡିଯାଇଛନ୍ତି। ସେ ଭାବୁଛନ୍ତି ଏଥିରେ ତାଙ୍କର କ’ଣ ଭୁଲ ରହିଲା। ଏହି ଯୁବତୀଙ୍କ ନାମ ହେଉଛି ଭେରାନିକା ରାଜେକ୍। ସେ ଜଣେ ଇନ୍‌ଷ୍ଟାଗ୍ରାମ ମଡେଲ୍। ସେ କହିଛନ୍ତି ଲୋକେ ତାଙ୍କ ବକ୍ଷକୁ ନେଇ ଅଶ୍ଳୀଳ କମେଣ୍ଟ କରୁଛନ୍ତି। ସେମାନେ ଏହାକୁ ଅବାସ୍ତବ ବୋଲି ମନେ କରୁଥିବା ଏହି ଯୁବତୀ କହିଛନ୍ତି। ସେମାନଙ୍କ ଚିନ୍ତାଧାରାକୁ ଖଣ୍ଡନ କରିବା ନେଇ ଭେରାନିକା ଡାକ୍ତରୀ ପ୍ରମାଣ ଦେଖେଇ ଏହା ପ୍ରକୃତୀ ଦତ୍ତ ବୋଲି ଦାବି କରିଛନ୍ତି।

Model breasts criticized by peopleଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ତାଙ୍କ ସମସ୍ୟା ଏତିକିରେ ଶେଷ ହୋଇଯାଉନି। ସେ ଏତେ ସୁନ୍ଦର ଯେ ତାଙ୍କ ପ୍ରୋଫାଇଲ୍ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ସେମାନେ ଭାବୁଛନ୍ତି ଏହି ଫଟୋ ବି ନକଲି। ଅନେକ ଲୋକ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି। ସେମାନେ ଏହାକୁ ଫେକ୍ ପ୍ରୋଫାଇଲ୍ ବୋଲି କହିଛନ୍ତି।

Model breasts criticized by peopleଅଭିଶାପ ପାଲଟିଛି ଆକର୍ଷଣୀୟ ଶରୀର

ମିସ୍ ସ୍ଲୋଭାକିଆ ୨୦୧୬ ବ୍ୟୁଟି ପେଜେଣ୍ଟର ଫାଇନାଲରେ ପହଞ୍ଚିଥିବା ଭେରୋନିକା ଏବେ ଇନ୍‌ଷ୍ଟାଗ୍ରାମରେ ମଡେଲିଂ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜେରୀ କରିବା ନେଇ ଅନେକ ଧମକ ମଧ୍ୟ ଦେଇଛନ୍ତି। କିନ୍ତୁ ଏସବୁ କଥାକୁ ସେ ଖାତିର କରି ନାହାନ୍ତି, କାରଣ ସେ ଜାଣନ୍ତି ଯେ ସେ କିଛି ଭୁଲ୍ କରି ନାହାନ୍ତି। ଏପରି କି ଅନେକ ମଧ୍ୟ ଭାବନ୍ତି, ଭେରୋନିକା ନାମରେ କୌଣସି ଯୁବତୀ ନାହାନ୍ତି।

Model breasts criticized by peopleସୌନ୍ଦର୍ଯ୍ୟ ନା ଅଭିଶାପ; ପଡୁଛି ଗାଳି

ଭେରୋନିକା କୁହନ୍ତି ଯେ ତାଙ୍କ ସହିତ ଅନେକ ଭେଦଭାବପୂର୍ଣ୍ଣ ମନୋଭାବ ମଧ୍ୟ ପୋଷଣ କରାଯାଇଛି। ତାଙ୍କ ଅନ୍ୟ ମହିଳାଙ୍କ ଭଳି ତାକୁ କାମ ମିଳୁନି ବୋଲି ସେ କୁହନ୍ତି। ଲୋକେ ତାଙ୍କୁ ଏକ ଏଆଇ ରୋବର୍ଟ୍ ବା କ୍ୟାଟ୍‌ଫିସ୍ ବୋଲି ଭାବନ୍ତି

ଅଷ୍ଟ୍ରେଲିଆର ଭିଏନାରେ ରହୁଥିବା ଏହି ମଡେଲ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ @veronikarajek ପାଇଁ କଣ୍ଟେଣ୍ଟ ତିଆରି କରିବା ନେଇ କାମ କରୁଛନ୍ତି। ହେଲେ ତାଙ୍କ ଶରୀର ପାଇଁ ତାଙ୍କୁ ଗାଳି ଶୁଣିବାକୁ ପଡୁଛି ବୋଲି ସେ କୁହନ୍ତି। ଲୋକେ କୁହନ୍ତି ଯେ ଏଭଳି କାମ ସୁନ୍ଦର ଯୁବତୀମାନଙ୍କ ପାଇଁ ଠିକ ଅଛି, କିନ୍ତୁ ତାଙ୍କ ପାଇଁ ଏହା ଖରାପ।

Model breasts criticized by peopleସୌନ୍ଦର୍ଯ୍ୟକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ନିଜ ଶରୀରକୁ ନେଇ ଭେରୋନିକା କୁହନ୍ତି ଯେ ସେ ଯେତେବେଳେ ଛୋଟ ଥିଲେ ତାଙ୍କୁ ଏତେ କାମ କରିବାକୁ ପଡୁଥିଲା ଯେ ଯାହା ଫଳରେ ଶରୀରର ମାଂସପେଶୀ ଭଲ ଭାବେ ବିକଶିତ ହୋଇପାରିଲା। ଯାହା ଫଳରେ ତାଙ୍କୁ ଉନ୍ନତ ବକ୍ଷୋଜ ମିଳିଲା ବୋଲି ସେ କହିବା ସହିତ ଏହା ଭଗବାନଙ୍କର ତାଙ୍କୁ ଉପହାର ବୋଲି ସେ କହିଛନ୍ତି। ଏନେଇ ତାଙ୍କ ଶରୀରକୁ ନେଇ ତାଙ୍କୁ ଲଜ୍ଜୀତ ନ କରି ଲୋକେ ତାଙ୍କୁ ବିଶ୍ୱାସ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

International Link
Advertisment
Advertisment