• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୫୦ ବର୍ଷରେ ହ୍ରାସ ପାଇଛନ୍ତି ୭୫ ଲକ୍ଷ ହିନ୍ଦୁ

  • କମିବାରେ ଲାଗିଛି ହିନ୍ଦୁଙ୍କ ସଂଖ୍ୟା

ବାଂଲାଦେଶ: ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୫୦ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟା ଦୁଇ ଗୁଣିତ ହୋଇଛି । ହେଲେ ସେଥିମଧ୍ୟରୁ ହିନ୍ଦୁ ମାନଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ସଂମ୍ପ୍ରଦାୟ ଯଥା ବୌଦ୍ଧ, ଖ୍ରୀଷ୍ଟିଆନ୍ ଏବଂ ଅନ୍ୟ ଧର୍ମର ଲୋକଙ୍କ ସଂଖ୍ୟା ସ୍ଥିର ରହିଛି ।

ସ୍ୱାଧିନତା ପରେ ୧୯୭୪ ମସିହାରେ ବାଂଲାଦେଶରେ ପ୍ରଥମ ଥର ପାଇଁ ଜନଗଣନା ହୋଇଥିଲା । ସେହି ସମୟରେ ଦେଶରେ ମୋଟ ୧୩. ୫ ପ୍ରତିଶତ ହିନ୍ଦୁ ରହିଥିବାର ଜନଗଣନାରୁ ଜଣାପଡିଥିଲା । ଏହାପରେ ଆହୁରି ୪ ଥର ଜନଗଣନା କରାଯାଇଛି । ସେହିପରି ୨୦୧୧ ମସିହାରେ ହୋଇଥିବା ଜନଗଣନାରେ ଜଣାପଡିଥିଲା ଯେ, ମୋଟ ଜନସଂଖ୍ୟା ମଧ୍ୟରୁ ୮.୫ ପ୍ରତିଶତ ଲୋକ ହିନ୍ଦୁ ସଂମ୍ପ୍ରଦାୟର ।

ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଥିବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି ବୋଲି ୨୦୧୧ ମସିହାରେ ହୋଇଥିବା ଜନଗଣନା ତଥା Bangladesh Bureau of Statistics (BBS) ରିପୋର୍ଟରୁ ଜଣାପଡିଥିଲା । ଯାହା ମଧ୍ୟରୁ ପ୍ରଥମ କାରଣ ଥିଲା ଯେ, ହିନ୍ଦୁମାନେ ଦେଶ ଛାଡି ପଳାଉଛନ୍ତି ଏବଂ ଦ୍ୱିତୀୟ କାରଣ, ହିନ୍ଦୁମାନଙ୍କର ପ୍ରଜନନ ହାର ତୁଳନାତ୍ମକ ଦୃଷ୍ଟିରୁ କମ୍‌ । ଅର୍ଥାତ୍‌ ହିନ୍ଦୁ ପରିବାରେ ଅପେକ୍ଷାକୃତ କମ୍‌ ଛୁଆ ରହିଛନ୍ତି । ଏହି ଦୁଇଟି କାରଣରୁ ହିନ୍ଦୁଙ୍କ ସଂଖ୍ୟା କମୁଛି ବୋଲି BBS ରିପୋର୍ଟରୁ ଜଣାପଡିଛି ।

ନିକଟରେ ବାଙ୍ଗଲାଦେଶରେ ଝାଡାବାନ୍ତି ବ୍ୟାପିଥିଲା । ରୋଗ ଏତେ ମାତ୍ରାରେ ବ୍ୟାପିଥିଲା ଯେ, ସ୍ଥିତି ଅନୁଧ୍ୟାନ ପାଇଁ ଏକ ଅନ୍ତର୍ଜାତୀୟ ଟିମ୍‌ ଦେଶର ଏକ ଅଞ୍ଚଳରେ ଅଧ୍ୟୟନ କରିଥିଲେ । ଯେଉଁଥିରୁ ସେ ଜାଣିବାକୁ ପାଇଲେ କି ହିନ୍ଦୁମାନେ ଦେଶ ଛାଡି ପଳାଇବା ଏବଂ ତୁଳନାତ୍ମକ ଦୃଷ୍ଟିରୁ ଅଧିକ ସଂଖ୍ୟକ ହିନ୍ଦୁ ଶିଶୁଙ୍କ ମୃତ୍ୟୁ ହେଉଥିବା କାରଣରୁ ଦେଶରେ ହିନ୍ଦୁଙ୍କ ଜନସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି ।

ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ବୃଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତେ ଏହା ବିଶ୍ୱାସ କରିଥାନ୍ତି ଯେ ହିନ୍ଦୁମାନେ ଦେଶ ଛାଡି ବାହାର ଦେଶକୁ ପଳାଉଛନ୍ତି । ଯେଉଁଥିପାଇଁ ହିନ୍ଦୁଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଏମାନଙ୍କ ପଳାୟନ ପଛରେ ଏକ ଐତିହାସିକ କାରଣ ମଧ୍ୟ ରହିଛି ।

ହିନ୍ଦୁମାନେ ଦେଶ ଛାଡିବା ପଛରେ ୩ ଟି କାରଣ ଯଥା ଆର୍ଥିକ, ସାମାଜିକ ଓ ରାଜନୈତିକ କାରଣ ରହିଛି ବୋଲି ଢାକା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅବଦ୍ଦୁଲେ ବରକତ ତାଙ୍କ ଅଧ୍ୟୟନରେ ଦର୍ଶାଇଛନ୍ତି । ଏନେଇ ସେ କହିଛନ୍ତି ଯେ, କେହି ମଧ୍ୟ ନିଜ ଜନ୍ମଭୂମି ଛାଡି ଅନ୍ୟ ଦେଶକୁ ଯିବାକୁ ଚାହୁଁ ନାହାଁନ୍ତି । ହେଲେ ସେମାନେ ନିର୍ଯ୍ୟାତନା ପାଉଥିବା ହେତୁ ବାଧ୍ୟ ସେମାନେ ଦେଶ ଛାଡି ପଳାଉଛନ୍ତି, ଯାହା ଫଳରେ ବାଙ୍ଗଲାଦେଶରୁ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଏହାସହ ସେ କହିଛନ୍ତି ଯେ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସନ୍ତାନ ତଥା ନିଜର ସବୁକିଛି ହରାଇବା କାରଣରୁ ଦେଶ ଛାଡି ପଳାଇଛନ୍ତି । ଗାଁରେ ରହୁଥିବା ଅଧିକାଂଶ ହିନ୍ଦୁ ପରିବାର ନିର୍ଯ୍ୟାତିତ ହୋଇ ଦେଶ ଛାଡି ପଳାଉଛନ୍ତି । ଚଳିତ ବର୍ଷ ସାମ୍ପ୍ରଦାୟିକ ହଂସାକାଣ୍ଡରେ ବହୁ ଧାର୍ମିକ ସ୍ଥଳ ନଷ୍ଟ କରି ଦିଆଯାଇଥିଲା ।