• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Taliban
ତାଲିବାନକୁ ଶୁଭେଚ୍ଛା ସହ ଅଲକାଏଦାର ବଡ଼ ଆହ୍ୱାନ, ଇସ୍ଲାମ ଶତ୍ରୁଙ୍କୁ ବେଦଖଲ କର !

ଆମେରିକୀୟ ସୈନ୍ୟ କାବୁଲ ଛାଡିବା ପରେ ତାଲିବାନ୍‌କୁ ଅଲ-କାଏଦାର ଶୁଭେଚ୍ଛା । କାଶ୍ମୀର ସମେତ ସୋମାଲିଆ, ୟେମେନ୍ ଏବଂ ଲିଭେଣ୍ଟ ଅର୍ଥାତ୍ ପାଲେଷ୍ଟାଇନ, ଜୋର୍ଡାନ,ଲେବାନନ୍ ଓ ସିରିଆକୁ ଇସ୍ଲାମର ଶତ୍ରୁଙ୍କ କବଳରୁ ଉଦ୍ଧାର କରିବାକୁ ଆହ୍ୱାନ ଦେଇଛି ଅଲ-କାଏଦା ।

Afghanistan People
ବ୍ୟାଙ୍କ ଆଗରେ ଆଫଗାନବାସୀଙ୍କ ଲମ୍ବା ଧାଡ଼ି, ସେପଟେ ଆଶା ଆଶଙ୍କାରେ ମହିଳା

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ହେବାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ତାଲିବାନ ଓ ସମର୍ଥକ ଖୁସି ମନାଇଛନ୍ତି ।

Joe Biden With Asraf Ghani
ଆଫ୍‌ଗାନିସ୍ତାନ ଆସୁଛନ୍ତି ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ, ୨୩ ଜୁଲାଇରେ ବାଇଡେନ୍‌ଙ୍କୁ କହିଥିଲେ ଘନି

ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି ।

taliban attack panjashir
ପଞ୍ଜଶୀର ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନ ନିହତ, ନର୍ଦ୍ଦନ ଏଲାଏନ୍ସ କବ୍‌ଜାରେ ୪୦

ଆମେରିକା ସେନା ଆ‍ଫଗାନ ମାଟି ଛାଡିବା ପରେ ସକ୍ରିୟ ହୋଇଉଠିଛି ତାଲିବାନ। ପଞ୍ଜଶୀରକୁ ଛାଡ଼ିଦେଲେ ଏବେ ପୂରା ଆଫଗାନିସ୍ତାନ ତାଲିବାନ କବ୍‌ଜାରେ। ତେବେ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ସୋମବାରଠାରୁ ତାଲିବାନ ଏଂବ ନର୍ଦ୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି।

drone strikes in Afghanistan
ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣ କରିବ ଆମେରିକା !

ଆଫଗାନିସ୍ତାନ ଉପରେ ଡ୍ରୋନ ଆକ୍ରମଣ କରିବ ଆମେରିକା। ଚୁକ୍ତି ଅନୁସାରେ, ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଥିଲେ ମଧ୍ୟ ପୂରା କାବୁଲ ଉପରେ ନଜର ରଖିଛି। ତେବେ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରାଯିବ ବୋଲି ଆମେରିକା ସରକାର ସ୍ପଷ୍ଟ ଭାବେ କହିଥିବା କଥା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବି କହିଛନ୍ତି

Dozens of dogs left at Kabul airport
କାବୁଲରେ ଆମେରିକା ଛାଡ଼ି ଦେଲା କୁକୁର?

ଏହି ଘଟଣା ଚର୍ଚ୍ଚା ହେବା ପରେ ପେଂଟାଗନ୍‌ ମଧ୍ୟ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛି, କହିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ। ଯୁକ୍ତ ରାଷ୍ଟ୍ରଆମେରିକା ଆଫଗାନିସ୍ତାନ ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ିନାହିଁ। ତେଣୁ ସେହି କୁକୁରମାନଙ୍କୁ ଆଫଗାନିସ୍ତାନ କଣ କରିବ ତାହା ଉପରେ ନିର୍ଭର କରେ। ସେଥିରେ ଆମେରିକାର କୌଣସି କହିବାର ନାହିଁ।

indian diplomats meet taliban leader
ପ୍ରଥମ ଥର ପାଇଁ ତାଲିବାନ ସହ ଆଲୋଚନା କଲା ଭାରତ

ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଭାରତ ପ୍ରଥମ ଥର ପାଇଁ ଏହି ସଂଗଠନ ସହ କଥାବାର୍ତ୍ତା ଆରମ୍ଭ କରିଛି।

afghanistan-helicopter
କଠୋର ହେଉଛି କି ତାଲିବାନ? ଆମେରିକା ସେନାକୁ ସାହାଯ୍ୟ କରିବାରୁ ଜଣଙ୍କୁ ହେଲିକପ୍ଟରରେ ଝୁଲାଇ ବୁଲାଇଲା ପୂରା ସହର

ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା ନିଜର ଅନେକ ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ ଏବଂ ବିମାନ ମଧ୍ୟ କାବୁଲରେ ଛାଡି ଦେଇଛି।

US president Joe Biden speech
ମିଶନ ଶେଷ, ଏବେ ଆଫଗାନିସ୍ତାନ ମିଳିତ ସରକାର ସହ ମିଶି କାମ କରିବୁ-ବାଇଡେନ

 ‘ମୋର ବିଶ୍ୱାସ ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି ଏବଂ ଶ୍ରେଷ୍ଠ ନିଷ୍ପତ୍ତି। ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ମୁଁ ଦେଶର ଚତୁର୍ଥ ରାଷ୍ଟ୍ରପତି। ମୁଁ ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ପାଳନ କରିଛି।’

Taliban
କେମିତି ସୁରକ୍ଷିତ ଫେରିବେ ଭାରତୀୟ? ତାଲିବାନ ସହ ଆରମ୍ଭ ହେଲା କଥାବାର୍ତ୍ତା

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ଫେରିବା ନେଇ ଆରମ୍ଭ ହୋଇଛି କଥାବାର୍ତ୍ତା। ଦୋହା ତାଲିବାନ ଅଫିସ ମୁଖ୍ୟଙ୍କ ସହ କଥା ହୋଇଛନ୍ତି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ। ତାଲିବାନ ଦୋହା ଅଫିସ ମୁଖ୍ୟ ସେର୍ ମହମ୍ମଦଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟମାନଙ୍କ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଆଲୋଚନା ହୋଇଛି

Taliban
ପଞ୍ଜିଶିରକୁ କବ୍‌ଜା କରି ନେବ କି ତାଲିବାନ?

ପଡିଲା ଆମେରିକା ଇତିହାସରେ ଦୀର୍ଘତମ ଯୁଦ୍ଧର ଯବନିକା। ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ମାଟି ଖାଲି କରି ସ୍ୱଦେଶ ଫେରିଲେ ସବୁ ସୈନ୍ୟ। ୨୦୨୦ ଫେବ୍ରୁଆରିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ତାଲିବାନ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଅଗଷ୍ଟ ୩୧ ଡେଡଲାଇନ୍‌ ଦିନକ ପୂର୍ବରୁ କାବୁଲ୍ ଛାଡିଛନ୍ତି ଆମେରିକୀୟ ସୈନ୍ୟ

Taliban
ସରିଲା ଆମେରିକାର ଆଫ୍‌ଗାନ୍‌ ଅଭିଯାନ, ବିଜୟ ଖୁସିରେ ଫଟୋ ଉଠାଇଲେ ତାଲିବାନୀ

କାବୁଲ ବିମାନବନ୍ଦରକୁ ଅକ୍ତିଆରକୁ ନେଲେ ତାଲିବାନୀ କମାଣ୍ଡୋ । କାବୁଲର ହମିଦ କାରଜାଇ ଏୟାରପୋର୍ଟ ଉପରେ ତାଲିବାନୀ ସେନା କବଜା କରିଛି । ଏୟାରପୋର୍ଟ ଭିତରେ ଅସ୍ତ୍ରଶସ୍ତ୍ର ସହ ରହିଛନ୍ତି ଶହ ଶହ ସଂଖ୍ୟାରେ କମାଣ୍ଡୋ ।

Mothers of 7 children
୨୫ ବର୍ଷରୁ କମ୍ ବୟସର ଦେଖା ଯାଉଛନ୍ତି ୭ଟି ଛୁଆର ମାଆ,ବୟସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜଣେ ମହିଳା ପାଇଁ ପିଲାମାନଙ୍କର ଜନ୍ମ ପରେ ନିଜକୁ ମେଣ୍ଟେନ୍ ରଖିବା ଏକ ସହଜ କାମ ନୁହେଁ । ତେବେ, ଯଦି ଜଣେ ମହିଳା ୭ଜଣ ସନ୍ତାନକୁ ଜନ୍ମ କରି ୨୫ ବର୍ଷ ବୟସର ତରୁଣୀ ଭଳି ଦେଖା ଯାଆନ୍ତି ତାହେଲେ ଏହା ଆଶ୍ଚର୍ଯ୍ୟର କଥା, ତେବେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଅଟେ ।

taliban
ନ୍ୟୁଜ ରୁମରେ ପଶିଲେ, ମୁଣ୍ଡରେ ବନ୍ଧୁକ ରଖିଲେ : ତାରିଫ୍ କରି ନ୍ୟୁଜ ପଢ଼ିବାକୁ ଟିଭି ଆଙ୍କରଙ୍କୁ ନିର୍ଦ୍ଦେଶ ଦେଲେ ତାଲିବାନୀ

୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି

Taliban militants
ତରବରିଆ ଭାବେ ଆଫଗାନ୍ ଛାଡ଼ିଲା ଆମେରିକା, ଭାରତ ପାଇଁ ଚିନ୍ତା ବଢ଼ିଲା

୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି । ଏଭଳି ପରିସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଆଫଗାନିସ୍ତାନ ସୈନ୍ୟଙ୍କୁ ଆମେରିକାର ସହାୟତା ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ଏକ ସମସ୍ୟା ହୋଇପାରେ। ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ତାଲିବାନଙ୍କ ହାତରେ ଲାଗିଛି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।

Taliban celebrate victory
ଆମେରିକା ସେନା ଏୟାରପୋର୍ଟ ଛାଡ଼ିବା ପରେ ବ୍ଲାଙ୍କ୍ ଫାୟାରିଂ କରି ସେଲିବ୍ରେସନ୍ କଲେ ତାଲିବାନୀ

ଆମେରିକା ସେନାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି । ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରିବା, ହଜାର ହଜାର ଲୋକଙ୍କୁ ଆଘାତ ଦେବା ଏବଂ ଅର୍ଥନୈତିକ କ୍ଷତି ଘଟାଇବା ପରେ ଶେଷରେ ଆମେରିକା ଦେଶରୁ ଫେରିଛି । ଏହି ପରିପେକ୍ଷୀରେ ବର୍ତ୍ତମାନ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ତାଲିବାନ୍ ।

social media
ତାଲିବାନୀଙ୍କର ଲୋଡ଼ା ସୋଶିଆଲ ମିଡିଆ

ସୋସିଆଲ ମିଡିଆ ପ୍ରେମରେ ପଡ଼ି ଯାଇଛି ତାଲିବାନ । ଆମେରିକା ଦରକାର ନାହିଁ କି ଆମେରିକୀୟ ସୈନ୍ୟ । ମାତ୍ର ଦରକାର ଆମେରିକୀୟ କଂପାନୀଙ୍କ ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ।

final flight leaves kabul
ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ଅଭିଯାନ ଅନ୍ତ : ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଫେରିଲା ସେନା

କାବୁଲରୁ ଆମେରିକାର ସେନା ପ୍ରତ୍ୟାହାର ଶେଷ । ୧୯ ବର୍ଷ ବର୍ଷ ପରେ ଆଫଗାନିସ୍ତାନରୁ ଓହରି ଆସିଲା ଆମେରିକା ସେନା । ଆମେରିକାର ଶେଷ ତିନୋଟି ସାମରିକ ବିମାନ ମଧ୍ୟ ସୋମବାର ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଛି । ଅଗଷ୍ଟ ବିଳମ୍ବିତ ରାତ୍ରିରେ କାବୁଲର ହମିଦ କରଜାଇ ଏୟାରପୋର୍ଟରୁ ଆମେରିକା ସେନାର ଶେଷ ତିନୋଟି C-୧୭ ବିମାନ ଉଡ଼ାଣ ଭରିବା ସହ ଆମେରାକା ସୈନ୍ୟ ଅଭିଯାନର ଅନ୍ତ ଘଟିଛି ।

taliban
ସରୁଛି ଆମେରିକା ସୈନ୍ୟଙ୍କ ଡେଡ୍‌ଲାଇନ୍‌, କଣ ହେବ ଆଫ୍‌ଗାନବାସୀଙ୍କ ଅବସ୍ଥା ?

କାବୁଲରେ ISIS ଆତଙ୍କୀ ଆଉ ଆମେରିକା ମଧ୍ୟରେ ଛକାପଞ୍ଝା । ଡ୍ରୋନ୍ ଷ୍ଟ୍ରାଇକ୍ ମାଧ୍ୟମରେ ରକେଟ୍ ଆକ୍ରମଣର ଜବାବ୍ ଦେଲେ ବାଇଡେନ୍ । ଘନ ଘନ ରକେଟ ମାଡ଼ ଓ ବିସ୍ଫୋରଣ ଭିତରେ ଚାଲିଛି ଆମେରିକାର ଶେଷ ପର୍ଯ୍ୟାୟ ଏୟାର ଲିଫଟିଂ ।

  • Monday, 30 August 2021
Gun
ଯେଉଁ ବନ୍ଧୁକରେ ଡକାୟତଙ୍କୁ ହତ୍ୟା କରାଯାଇଥିଲା, ତାହା ୪୪.୩୧ କୋଟି ଟଙ୍କାରେ ନିଲାମ ହେଲା

ଆମେରିକାର କୁଖ୍ୟାତ ଡକାୟତ ବିଲି ଦ କିଡଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକ ୪୪.୩୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ବନ୍ଧୁକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ମୂଲ୍ୟର ବନ୍ଧୁକ ।

12-year-old boy
୧୨ ବର୍ଷର ବାଳକ ଲକ୍‌ ଡାଉନରେ ରୋଜଗାର କଲେ ୨ କୋଟି

ଆଜିକାଲିର ପିଲାମେନେ ସାଧାରଣତଃ କମ୍ପ୍ୟୁଟର ବା ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି । କମ୍ପ୍ୟୁଟରରେ କୋଡ଼ିଂ କରି ୨ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ୧୨ ବର୍ଷର ସ୍କୁଲ ଛାତ୍ର । ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଅଶ୍ଟର୍ଯ୍ୟ ଲାଗିପାରେ । କିନ୍ତୁ କଥାଟି ସତ ଅଟେ । ଯାହା ଏବେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲୋଟିଛି ।

US Confirms Drone Strike On Kabul Airport-Bound 'Explosive-Laden Vehicle'
କାବୁଲରେ ଆମେରିକାର ପୁଣି ଏୟାର ଷ୍ଟ୍ରାଇକ୍

କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ପୁଣି ଏୟାର ଷ୍ଟ୍ରାଇକ୍। ISIS-Kର ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି।

air strike in kabul airport
କାବୁଲ ଏୟାରପୋର୍ଟରେ ରକେଟ୍‌ ମାଡ଼କୁ ବି‍ଫଳ କଲା ଆମେରିକାର ଆଣ୍ଟି ମିସାଇଲ ସିଷ୍ଟମ

ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ କାବୁଲ  । ଆମେରିକୀ ସେନା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ପୁଣି ଥରେ ଏହି ଏୟାରପୋର୍ଟକୁ ଟାର୍ଗେଟ କରି ରକେଟ ମାଡ଼ କରାଯାଇଛି।

Sher Mohammad Abbas Stanekzai)
ଭାରତ ସହ ଏମିତି ସମ୍ପର୍କ ରଖିବାକୁ ସଙ୍କେତ ଦେଲେ ତାଲିବାନ

ତାଲିବାନୀମାନଙ୍କର ଭାରତ ସହ  କିପରି ସମ୍ପର୍କ ରହିବ ? ତାଲିବାନର ଜଣେ ଶୀର୍ଷ ନେତା କତାରର ରାଜଧାନୀ ଦୋହାରେ କହିଛନ୍ତି, ଭାରତ ଉପମହାଦ୍ୱୀପ ତାଲିବାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ କାହିଁକି ?

afghanistan-crisis
କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍ : ସକାଳୁ ସକାଳୁ ଧୂଆଁ ଧୂଆଁ ହେଲା ସହର

ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ