Advertisment

Anganwadi workers: ଖୁସି ଖବର; ବଢ଼ିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା!

ନିର୍ବାଚନୀ ଇସ୍ତାହାରରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବା କଥା ବିଜେପି କହିଥିଲା । ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Anganwadi workers

Anganwadi workers

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ବଢ଼ିବ ସେମାନଙ୍କ ପାରିଶ୍ରମିକ। ଏନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ଦାବି ରଖିଛନ୍ତି ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ସେହିପରି କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅଧିକ ପଢ଼ନ୍ତୁ: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

Advertisment

ସେ କହିଛନ୍ତି, ନିର୍ବାଚନୀ ଇସ୍ତାହାରରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବା କଥା ଆମେ କହିଥିଲୁ । ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି।

ଚଳିତ ମାସ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେଠାରେ ଚିନ୍ତନ ବୈଠକରେ ଏପରି ପ୍ରସ୍ତାବ ସବୁ ରଖିଥିଲେ ଉପ ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ ୭୪ ହଜାର ଅଙ୍ଗନବାଡ଼ି ରହିଛି। ଏଥିରେ ଦେଢ଼ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ହେଲପର କାମ କରୁଛନ୍ତି।  ସେମାନେ ଦୀର୍ଘ ଦିନ ହେବ ନିଜ ଦରମା ବୃଦ୍ଧି ପାଇଁ ଲଢ଼େଇ କରି ଆସୁଛନ୍ତି। ଦରମା ବୃଦ୍ଧି ନେଇ ପୂର୍ବ ସରକାରରେ ବହୁଥର ରାଜରାସ୍ତକୁ ମଧ୍ୟ ଓହ୍ଲାଇଥିଲେ। ନିକଟରେ ମଧ୍ୟ ଦରମା ବୃଦ୍ଧି ପାଇଁ  ରାଜରାସ୍ତାକୁ ଓହ୍ଲାଇଥିଲେ। 

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୨୬ ହଜାର  ଓ ହେଲପରଙ୍କ ଦରମା ୧୩ ହଜାର କରାଯାଉ  ବୋଲି ସେମାନେ ଦାବି କରିଥିଲେ। ହେଲେ ବିଜେପି ନିର୍ବାଚନ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତାହା ଏବେ ପାଳନ କରିବାକୁ ଯାଉଛି।    

 ସୂଚନାଯୋଗ୍ୟ, ଏବେ ଅଙ୍ଗନବାଡ଼ି କର୍ମୀମାନେ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କା ପାଉଥିବା ବେଳେ  ହେଲପର ମାନେ ୫ ହଜାର ଟଙ୍କା ପାଉଛନ୍ତି।

ଅଧିକ ପଢ଼ନ୍ତୁ: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

Anganwadi Workers
Advertisment
Advertisment