Advertisment

ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ

ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Pakistan Parliament has approved a Bill

Pakistan Parliament has approved a Bill

କାବୁଲ: ପାକିସ୍ତାନରେ ଏକାଧିକ ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ। ଏ ନେଇ ପାକିସ୍ତାନ ସଂସଦରେ ବିଲ୍ ପାସ୍ ହୋଇଛି। ଏହା ଦ୍ୱାରା ସେଠାରେ ଏକରୁ ଅଧିକ ଦୁଷ୍କର୍ମ କରିଥିବା ଅପରାଧୀମାନେ ନଂପୁସକ ହେବାର ସାମ୍ନା କରିପାରନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ଦୁଷ୍କର୍ମ ଓ ବଢୁଥିବା ଅପରାଧ କମାଇବା ଲକ୍ଷ୍ୟରେ ପାକିସ୍ତାନ ସରକାର ଏପରି ପଦକ୍ଷେପ ନେଇଛନ୍ତି।

Advertisment

ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି। ବିଲ୍‌ରେ ଦୋଷୀଙ୍କ ଅନୁମତିରେ ତାଙ୍କୁ ନଂପୁସକ କରିବା ଏବଂ ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ପାଇଁ ଆହ୍ୱାନ କରାଯାଇଛି। ରସାୟନିକ ଉପାୟରେ ନଂପୁସକ କରିବା ଏପରି ଏକ ପ୍ରକ୍ରିୟା ଯେଉଁଥିରେ କିଛି ଔଷଧ ବ୍ୟବହାର କରାଯାଇ ବ୍ୟକ୍ତିର ଯୌନ ଆକାଂକ୍ଷାକୁ କମ୍ କରିଥାଏ। ମିଡିଆ ରିପୋର୍ଟସ ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ୍ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ଏହି ଆଇନ୍ ରହିଛି।

ଗତ ବର୍ଷ ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ ବଳାତ୍କାରକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍, ଏହି ଦଣ୍ଡ ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ନଥିଲା ଏବଂ ତେଣୁ ପାକିସ୍ତାନ ରାସାୟନିକ କାଷ୍ଟ୍ରେସନ ଉପରେ ବିଚାର କରୁଥିଲା | "ମୁଁ ଭାବୁଛି ତାଙ୍କୁ (ବଳାତ୍କାରୀ) ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍। ବଳାତ୍କାରୀ ତଥା ଶିଶୁ ନିର୍ଯାତନାକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍। ଆପଣ ପ୍ରକୃତ ପରିସଂଖ୍ୟାନ ମଧ୍ୟ ଜାଣି ନାହାଁନ୍ତି, କାରଣ ଏହା ରିପୋର୍ଟ ହୋଇନାହିଁ। ଅନେକ ପୀଡିତା ଭୟଭୀତ କିମ୍ବା ଲଜ୍ଜା ଯୋଗୁ ରିପୋର୍ଟ କରନ୍ତି ନାହିଁ। ରାସାୟନିକ କାଷ୍ଟ୍ରେସନ(ରସାୟନିକ ଉପାୟରେ ନଂପୁସକ କରିବା) ଦଣ୍ଡ ନିଷ୍ଠୁର ଏବଂ ଅମାନବୀୟ ବୋଲି ବିବେଚନା କରାଯାଏ। 

Advertisment
Pakistan Imran Khan
Advertisment
Advertisment