Advertisment

ଭାରତ-ଚୀନ ସୀମାରେ ଫୁଟିଲା ଗୁଳି, ହେଲେ କାହିଁକି?

ଦୀର୍ଘ ବର୍ଷରେ ଚୀନ-ଭାରତ ସୀମାରେ ଫୁଟିଲା ଗୁଳି, ଖୁବଶୀଘ୍ର ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ହେବ ବୈଠକ

author-image
Sarbeswar
ଅଦ୍ୟତନ ହୋଇଛି
undefined

India China Border Fight Update

ନୂଆଦିଲ୍ଲୀ: ଭାରତ-ଚାଇନା ମଧ୍ୟରେ ଥମିବାରେ ନା ନେଉନାହିଁ ବିବାଦ। ବାରମ୍ବାର ଉଭୟ ଦେଶର ସୈନ୍ୟିକଙ୍କ ମଧ୍ୟରେ ସଂଘର୍ଷ ହେଉଛି। ଆଉ ସୀମାରେ ଅଶାନ୍ତି ବି ବଢୁଛି। ତେବେ ୧୫ ଜୁନ୍ ୨୦୨୦ରେ ଗଲଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ୍ ସୈନଙ୍କ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ, ଭାରତୀୟ ପାଟ୍ରୋଲ ପାର୍ଟିକୁ ସତର୍କ କରିବାକୁ ଫାଙ୍କା ଗୁଳିଚାଳନା କରିଥିଲେ ଚୀନ୍ ସୈନ୍ୟ । ଭାରତୀୟ ସୈନ୍ୟଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ୧୯୭୫ ମସିହା ପରେ ସୀମାରେ ପ୍ରଥମ ଥର ଫୁଟୁଥିଲା ଗୁଳି। ଗତବର୍ଷ ଏପ୍ରିଲ ମାସରୁ ଏଲ୍ଏସିରେ ଚାଲିଥିବା ଉତ୍ତେଜନାକୁ ନେଇ ଏଭଳି ରିପୋର୍ଟ ଦେଇଛି ଆମେରିକାର ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ। ତେବେ ବିବାଦର ସମାଧାନ ଲାଗି ଚାଲିଥିବା ଶାନ୍ତି ଆଲୋଚନା ମନ୍ଥର ଗତିରେ ଆଗକୁ ବଢୁଥିବା ରିପୋର୍ଟରେ କୁହାଯାଇଛି ।

Advertisment

ଭାରତ ଉପରେ ଚାପ ପ୍ରୟୋଗ କରି ଇଚ୍ଛାସାଧନ ଲାଗି ଚୀନ୍ ସୀମାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିଛି। ରିପୋର୍ଟ ଅନୁସାରେ ୨୦୨୦ ରେ ଚୀନ୍ ସୈନ୍ୟ ଭାରତୀୟ ନିୟନ୍ତ୍ରଣରେ ଥିବା କିଛି ଅଞ୍ଚଳରେ ଅନୁପ୍ରବେଶ କରିଥିଲେ। ସେଠାରେ ସେମାନେ ନିଜ ସଂଖ୍ୟା ବୃଦ୍ଧି କରିବା ସହ କ୍ୟାମ୍ପ ନିର୍ମାଣ କରି ରହିଥିଲେ। ଯାହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଥିଲା। ଅନ୍ୟପକ୍ଷରେ ଚୀନ୍ ତିବ୍ବତ ସ୍ୱଂୟଶାସିତ ଅଞ୍ଚଳ ଏବଂ ଅରୁଣାଚଳପ୍ରଦେଶ ମଧ୍ୟରେ ଅବସ୍ଥିତ ବିବାଦୀୟ ସ୍ଥାନରେ ଶହେରୁ ଅଧିକ ଘର ଥିବା ଗାଁ ପ୍ରତିଷ୍ଠା କରିଛି। ତାସହିତ ଯୁଦ୍ଧକାଳୀନ ଭିତ୍ତିରେ ସୀମାରେ ରାସ୍ତା, ପୋଲଠୁ ଆରମ୍ଭ କରି ହେଲିପ୍ୟାଡ୍ ଓ ଏୟାରଷ୍ଟ୍ରିପ୍ ଭଳି ଭିତ୍ତିଭୂମି ନିର୍ମାଣ କରୁଛି ।

Advertisment

ତେବେ ଚୀନକୁ ଜବାବ୍ ଦେବାଲାଗି ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିବା ରିପୋର୍ଟରେ କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଉଭୟ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହେବା ସହ ବୈଠକ ମଧ୍ୟ ହେଉଛି। କିନ୍ତୁ କୌଣସି ସମାଧାନ ହେଉନି। ବାରମ୍ବାକ ସୀମାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହେଉଛନ୍ତି। କୁହାଯାଉଛି ଏନେଇ ଖୁବଶୀଘ୍ର ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ଆଲୋଚନା ହେବ।

New Delhi Indian Army Beijing
Advertisment
Advertisment