/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636109385.jpg)
Narendra Modi
ନୂଆଦିଲ୍ଲୀ: ଭାରତ ନୁହେଁ ବରଂ ଇସ୍ରାଏଲରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୁଏତ ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କାରଣ ମୋଦି ସରକାର ଯେପରି ଭାବରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜୟ ହାସଲ କରୁଛନ୍ତି ଏବଂ ଅଧା ଭାରତରେ ବର୍ତ୍ତମାନ ବିଜେପି ଶାସନରେ ରହିଛି। କେବଳ ଏତିକି ନୁହେଁ ବରଂ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ଦେଶରେ ବେଶ୍ ଅଧିକ ରହିଛି। ତେଣୁ ଦେଶ ଛାଡ଼ିବା ପାଇଁ କାହିଁକି ଚିନ୍ତା କଲେ ମୋଦି ସରକାର?
ଦେଶ ଛାଡ଼ି ବିଦେଶରୁ ନିର୍ବାଚନ ଲଢିବା ପାଇଁ ମୋଦିଙ୍କୁ ଆସିଲା ଅଫର। ଭାରତ ନୁହେଁ ବରଂ ବନ୍ଧୁ ରାଷ୍ଟ୍ର ଇସ୍ରାଏଲରୁ ଏମିତି ଆସିଲା ଅଫର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ ପାଇଁ ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସ୍ଗୋଠାରେ ରହିଥିଲେ। ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କୁହାଯାଉଛି କି, ସେଠାକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଆପଣ ଆମ ଦେଶରେ ବେଶ୍ ଲୋକପ୍ରିୟ ଅଛନ୍ତି। ତେଣୁ ଆପଣ ଭାରତର ନୁହେଁ ବରଂ ଆମ ଦେଶରେ ନିର୍ବାଚନ ଲଢନ୍ତୁ ବୋଲି ନଫତାଲି କହିଛନ୍ତି। ଏହାସହ ତାଙ୍କ ଦଳରେ ମିଶିବାକୁ ମୋଦିଙ୍କୁ ଅଫର ଦେଇଥିବା ସୂଚନା ମିଳିଛି।
Also Read
ଭାରତ ଏବଂ ଇସ୍ରାଏଲ ଦୁହେଁ ମିତ୍ର ରାଷ୍ଟ୍ର ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଅଫର୍ ଦେବା ସାରା ବିଶ୍ୱକୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ଏହାସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟମାନେ ଇସ୍ରାଏଲ ନାଗରିକଙ୍କୁ ବେଶ୍ ଭଲପାଆନ୍ତି। ତେଣୁ ଆମେ ପ୍ରତ୍ୟେକ ଭାରତୀୟଙ୍କୁ ସମ୍ମାନ ଦେଉ ବୋଲି ସେ କହିଛନ୍ତି। ଏହାସହ ସେ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିପାରନ୍ତି ବୋଲି କୁହାଯାଉଛି। ସେ ଯାହାବି ହେଉ ମୋଦି-ବେନେଟ୍ଙ୍କ ଆଲୋଚନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)