• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାଲିବାନ ଦେଖାଇଲା ତାର ଚିରାଚରିତ ଆଚରଣ । ମହିଳା ମିଳିବ ନାହିଁ ସମ୍ପୂର୍ଣ୍ଣ ସ୍ୱାଧୀନତା ! ମହିଳାମାନେ କେବଳ ଘର କଣରେ ବସିବେ ! ଟିଭିରେ ବାହାରିବେନି କି ନ୍ୟୁଜ୍‌ ରିପୋର୍ଟର ବି ହେବେନି । ଏମିତି କଡ଼ା ନିୟମ କରିଛି, ଆଫ୍‌ଗାନିସ୍ତାନର ତାଲିବାନ ସରକାର । 

ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ । ଏନେଇ ଆଫଗାନିସ୍ତାନର ଟିଭି ଚ୍ୟାନେଲଗୁଡ଼ିକୁ ତାଲିବାନ ସରକାର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଖାଲି ସେତିକି ନୁହେଁ ମହିଳା ସାମ୍ବାଦିକଙ୍କ ପାଇଁ ମଧ୍ୟ କଟକଣା ଲଗାଇଛି ତାଲିବାନ ।

ରିପୋର୍ଟିଂ କଲାବେଳେ ବା ନ୍ୟୁଜ୍ ପଢ଼ିବା ବେଳେ ହିଜାବ ପିନ୍ଧିବା ମହିଳା ରିପୋର୍ଟରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଆଫଗାନିସ୍ତାନ ଉପରେ କବ୍‌ଜା କରିଥିବା ତାଲିବାନ ମହିଳାଙ୍କ ଉପରେ କଟକଣାକୁ ଆହୁରି କଡ଼ା କରିଛି । ମହିଳା ଅଭିନେତ୍ରୀ ଏବଂ ମହିଳା ରିପୋର୍ଟରଙ୍କ ପାଇଁ ରିଲିଜିଅସ୍ ଗାଇଡ୍ ଲାଇନ୍ ଜାରି କରି ଏପରି କଟକଣା ଲଗାଇଛି ତାଲିବାନ ।

ସେହିପରି ଯେଉଁ ସିରିଏଲରେ ଇସ୍ଲାମୀୟ ଧର୍ମଗୁରୁ ମହାପୁରୁଷ ମହମ୍ମଦ ଓ ଅନ୍ୟ ସମ୍ମାନନୀୟ ବ୍ୟକ୍ତିଙ୍କୁ ନେଇ କିଛି ବି ଦର୍ଶାଯାଇଛି ତାକୁ ମଧ୍ୟ ପ୍ରସାରଣ ବନ୍ଦ କରିବା ଲାଗି ଟିଭି ଚ୍ୟାନେକଗୁଡ଼ିକୁ କୁହାଯାଇଛି । ଇସ୍ଲାମ୍ ଏବଂ ଆଫଗାନ୍‌ ବିରୋଧରେ ପ୍ରଦର୍ଶିତ ହେଉଥିବା ସମସ୍ତ ଫିଲ୍ମ ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

ତେବେ ଏହା ନିୟମ ନୁହେଁ ଏହା ଧାର୍ମିକ ଗାଇଡ୍‌ଲାଇନ୍ ବୋଲି ତାଲିବାନ କହିଛି । ପୂର୍ବରୁ ତାଲିବାନ କହିଥିଲା ସେ ନୂଆ ବିଚାରଧାରା ସହ ଆସିଛି । ମାତ୍ର ମହିଳାଙ୍କ ପ୍ରତି ତାଲିବାନର ଏ କଟକଣା ପୁଣି ଥରେ ତାର ଅସଲ ଚେହେରାକୁ ପଦାରେ ପକାଇଦେଇଛି ।