/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637583304.jpg)
America Christmas Pared
ଆମେରିକାରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି । ମାଡ଼ିଗଲା ଗାଡ଼ି, ଚାଲିଗଲା ୫ ନିରୀହ ଜୀବନ । ଛତିଶଗଡ଼ରେ ଯେଭଳି ଏକ ଗାଡ଼ି ଲୋକଙ୍କ ଉପରେ ଅଚାନକ ମାଡ଼ି ଯାଇଥିଲା ଠିକ୍ ସେମିତି ଏକ ଘଟଣା ଆମେରିକାରେ ଘଟିଛି ।
ଆମେରିକାରେ କ୍ରିଷ୍ଟମାସ ପରେଡ୍ ଚାଲିଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନାଲି ରଂଗର ଏକ ଏସୟୁଭି ମାଡ଼ିଯାଇ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମିଲୱାକିରେ କ୍ରିଷ୍ଟମାସ୍ ପରେଡ୍ ଚାଲିଥିବାବେଳେ ଏକ ଏସ୍ୟୁଭିଟି ଗାଡ଼ି ହଠାତ୍ ବ୍ୟାରିକେଡ୍ ଭାଙ୍ଗି ପଶି ଯାଇଥିଲା । ଆଉ ଲୋକଙ୍କ ଉପରେ ଆତି ଦୟନୀୟ ଭାବେ ମାଡିଯାଇଥିଲା ।
ଲୋକମାନେ ଭୟଭୀତ ହୋଇ ଜୀବନ ବିକଳରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ମୃତକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜରୁ ଏସୟୁଭିଟି ମାର୍ଚ୍ଚିଂ ବ୍ୟାଣ୍ଡକୁ ପଛରୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଘଟଣାରେ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ତେବେ ଠିକ୍ ଏହିଭଳି ଏକ ଘଟଣା ଦଶହରା ଭସାଣ ଶୋଭାଯାତ୍ରା ବେଳେ ଘଟିଥିଲା ଛତିଶଗଡ଼ରେ । ଯଶପୁରରେ ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।
ପାଥଲଗାଁଓ ବଜାରପଡ଼ାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ରାସ୍ତାରେ ଶୋଭାଯାତ୍ରା କରି ଯାଉଥିଲେ । ପ୍ରାୟ ୧୦୦ରୁ ଅଧିକ ଲୋକେ ଉତ୍ସବରେ ସାମିଲ ଥିଲେ । ତେବେ ହଠାତ ପଛପଟୁ ଏକ ଦ୍ରୁତଗାମୀ କାର ଆସି ଲୋକଙ୍କୁ ନିର୍ମମ ଭାବେ ଧକ୍କା ଦେବା ସହ ଦଳି ଚକଟି ଆଗକୁ ମାଡ଼ି ଯାଇଥିଲା । ଲୋକେ କିଛି ବୁଝିବା ଆଗରୁ କାର୍ଟି ଦ୍ରୁତ ଗତିରେ ପଳାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)