/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636774844.jpg)
Man hired a woman to slap her for using Facebook
ୱାସିଙ୍ଗଟନ୍: ଫେସ୍ବୁକ୍ ଖୋଲିଲେ ମିଳିବ ଚାପୁଡା । ସେସିଆଲ୍ ମିଡିଆର ନିଶା ଛଡାଇବା ପାଇଁ ଏହିପରି ଅଭିନୟ ଉପାୟ ବାହାର କରିଛନ୍ତି ଭାରତୀୟ- ଆମେରିକୀୟ ଉଦ୍ୟୋଗୀ ମନୀଷ ସେଠୀ । ସୋସିଆଲ୍ ମିଡିଆ ନିଶାରେ ଥିବା ଯୁବପିଢ଼ୀ ପାଇଁ ସେ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଯୁଗରେ ସୋସିଆଲ୍ ମିଡିଆ ନିଶା ଏମିତି ମାତିଛି ଯେ ଲୋକେ ଦିନ ରାତି ସବୁ ଭୁଲି ସଭିଏଁ ଅନ୍ଲାଇନ୍ ଜାଲରେ ଛନ୍ଦି ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ନିଶା ଛଡ଼ାଇବା ପାଇଁ ମନୀଷ ଏଭଳି ଅଜବ ଉପାୟ ଆପଣାଇଛନ୍ତି ।
ସୂଚନା ଅନୁସାରେ, ଫେସ୍ବୁକ୍ ଖୋଲିଲେ ଚାପୁଡ଼ା ମାରିବା ପାଇଁ ଜଣେ ଯୁବତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ ଚାପୁଡ଼ା ମାରିବା ପାଇଁ ହିଁ ମନୀଷ ଯୁବତୀଙ୍କୁ ଦରମା ଦେଇ ରଖିଛନ୍ତି । ଯେତେବେଳେ ମନୀଷ ଫେସ୍ବୁକ୍ ଖୋଲନ୍ତି ବା ସେସିଆଲ୍ ମିଡିଆ ବ୍ୟବହାର କରନ୍ତି ସେତେବେଳେ ତାଙ୍କ ଷ୍ଟାଫ୍ କାରା ତାଙ୍କୁ ଚାପୁଡ଼ା ମାରିଥାନ୍ତି । ଏହି କାମ ପାଇଁ କାରା ଘଣ୍ଟା ପ୍ରତି ପାଉଛନ୍ତି ୮ ଡଲାର ନେଉଛନ୍ତି । ମନୀଷ ଉକ୍ତ ମହିଳାଙ୍କୁ ଗତ ୨୦୧୨ରୁ ଚାକିରୀରେ ରଖିଛନ୍ତି ।
ଏନେଇ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ମନୀଷଙ୍କ ଏକ ଭିଡିଓରେ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଦୁଇଟି ଫାୟାର ଇମୋଜି ଦେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୨ରେ ମନୀଷ ଏକ ବିଜ୍ଞାପନ ଦେଇଥିଲେ ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ, ସେ ଯେବେ ସମୟ ନଷ୍ଟ କରିବେ ସେତେବେଳେ ତାଙ୍କୁ ଗାଳି କରିବା ସହ ଦରକାର ପଡ଼ିଲେ ଚାପୁଡ଼ା ମାରିବାର ଆବଶ୍ୟକତା ରହିଛି । ଏହା ପରେ ସେ କାରାଙ୍କୁ ଏହି କାମ ପାଇଁ ରଖିଥିଲେ ।
ଉକ୍ତ ଉପାୟ ପ୍ରୟୋଗ ଦ୍ୱାରା ମନୀଷଙ୍କ କାମ କରିବାର କ୍ଷମତା ୩୫ରୁ ୪୦ ପ୍ରତିଶତରୁ ୯୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏଭଳି ନିଆରା ଉପାୟ ସୃଷ୍ଟି କରି ମନୀଷ ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)