Advertisment

୧୪ ଦିନର ଚାକିରିରେ ୯ ଲକ୍ଷ ଟଙ୍କା ମିଳିବ

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର୍। ଜଣେ ଲୋକ ବର୍ଷକରେ ଯେତିକି ଟଙ୍କା ରୋଜଗାର କରୁଥିବ ଜଣେ ୧୪ ଦିନ କାମ କରି ମଧ୍ୟ ସେତିକି ରୋଜଗାର କରିନେବ। ଆଣ ଯଦି ଏହି ଚାକିରି ପାଇଁ ମନୋନୀତ ହୋଇଯିବେ ତେବେ ଦୁଇ ସପ୍ତାହ କାମ କରି ୯ ଲକ୍ଷ ଟଙ୍କା ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
For 14 days salary will be around 9 lakhs

For 14 days salary will be around 9 lakhs

ଭାରତରେ, ଯଦି କେହି ବର୍ଷକୁ ୯ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଆନ୍ତି, ତେବେ ତାଙ୍କ ଜୀବନ ସୁରୁଖୁରୁରେ ଚାଲେ। ଟିକେ ଭାବନ୍ତୁ ତ, ଯଦି ଆପଣଙ୍କୁ ମାତ୍ର ୧୪ ଦିନର ଚାକିରିରେ ୯ ଲକ୍ଷ ଟଙ୍କା ଦିଆଯାଏ ତେବେ କିପରି ଲାଗିବ? ତେବେ ଏହି ସୁଯୋଗ ଭାରତରେ ନୁହେଁ ବରଂ ବ୍ରିଟେନ୍‌ରେ ଉପଲବ୍ଧ ହେଉଛି। ଏହି ଚାକିରି କେବଳ ୨ ସପ୍ତାହ ପାଇଁ ହୋଇଥିଲେ ବି ଏହାକୁ ଛାଡିବାବେଳେ ଆପଣଙ୍କର କୌଣସି ଦୁଃଖ ହେବ ନାହିଁ।

Advertisment

କୋଉଠି ମିଳିବ ଚାକିରି?

ଏଡିନ୍‌ବର୍ଗରେ ଚାକିରି ନେଇ ଦିଆଯାଇଥିବା ବିଜ୍ଞାପନ ଅନୁଯାୟୀ ଆବେଦନକାରୀଙ୍କୁ ୨୨ ଡିସେମ୍ବରରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ଏହି କାମରେ ଉପସ୍ଥିତ ରହିବାକୁ ପଡିବ। ଏହି ସମୟ ମଧ୍ୟରେ ତାଙ୍କୁ ଘରକୁ ଯିବାକୁ ଦିଆଯିବ ନାହିଁ। ତେବେ ସିଧା ସଳଖ କହିବାକୁ ଗଲେ, ଯଦି ଆପଣ ଏତେ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘରେ ଖ୍ରୀଷ୍ଟମାସ ପାଳନ କରିବାର ଚିନ୍ତା ଛାଡିବାକୁ ପଡିବ।

କାହିଁକି ମିଳିବ ଏତେ ଟଙ୍କା?

ଏହି ଚାକିରି ଜଣେ ବହୁତ ବଡ ଧନୀ ପରିବାର ପକ୍ଷରୁ ଦିଆଯାଇଛି। ଖ୍ରୀଷ୍ଟମାସ ଛୁଟି ଅବସରରେ ତାଙ୍କ ପିଲାମାନଙ୍କ ପାଇଁ ଜଣେ ଧାଈ ଦରକାର। ଯିଏ ତାଙ୍କର ୫ ବର୍ଷର ଦୁଇ ଯାଆଁଳା ପିଲାଙ୍କ ଯତ୍ନ ନେବ ସେ ତାଙ୍କୁ ପ୍ରତିଦିନ ଦରମା ହିସାବରେ ୫୯ ହଜାର ଟଙ୍କା ଦେବେ । ଏହି କାମ ଡିସେମ୍ବର ୨୨ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ କରିବାକୁ ହେବ। ତାଙ୍କ ପାଇଁ ୧୪ ଦିନ ପର୍ଯ୍ୟନ୍ତ ଏହି କାମ କରିଲେ ସେ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୯ ଲକ୍ଷ ଟଙ୍କା ଦେବେ। ଏହି ଚାକିରିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆବେଦନକାରୀଙ୍କୁ ନିଜ ଘରେ ନୁହେଁ ବରଂ କର୍ମକ୍ଷେତ୍ରରେ ଖ୍ରୀଷ୍ଟମାସ ପାଳନ କରିବାକୁ ପଡିବ।

Advertisment

କ’ଣ କରିବାକୁ ହେବ?

ଚାକିରି କରୁଥିବା କର୍ମଚାରୀଙ୍କୁ ସେହି ପରିବାର ସହିତ ୧୪ ଦିନ ପର୍ଯ୍ୟନ୍ତ ୨୪ ଘଣ୍ଟା ଲେଖାଁ ରହିବାକୁ ପଡିବ। ତାଙ୍କୁ ପିଲାମାନଙ୍କର ଗାଧୋଇବା ଠାରୁ ଆରମ୍ଭ କରି ଧୁଆଧୋଇ, ଖାଇବା ପିଇବା ଦାୟିତ୍ୱ ନେବା ସହିତ ରାତିରେ ଶୋଇବା ଦାୟିତ୍ୱ ମଧ୍ୟ ନେବାକୁ ପଡିବ। ପିଲାମାନଙ୍କୁ ଦିନରେ ଖେଳକୁଦ ସହିତ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ରଖିବା ମଧ୍ୟ ଧାଈଙ୍କ କାମ ହେବ। ଏହି ଚାକିରି ପାଇଁ ଆବେଦନ କରୁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ଦରକାର। ଏହା ସହିତ ପୂର୍ବରୁ ପିଲାମାନଙ୍କ ଦାୟିତ୍ୱ ନେବାରେ ୫ ବର୍ଷର ଅଭିଜ୍ଞତା ମଧ୍ୟ ରହିବା ଆବଶ୍ୟକ। ଏହା ବ୍ୟତୀତ ତାଙ୍କର ଯିବାଆସିବା ଖର୍ଚ୍ଚ ମଧ୍ୟ ଦିଆଯିବ।

JOB Ajab Gajab
Advertisment
Advertisment