Advertisment

ପାଖରେ ପଇସା ନାହିଁ, ଛୁଆକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବାପା ରାଜି !

ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜଣେ ପୋଲିସକର୍ମୀଙ୍କ ଦ୍ୱାରା ନିଜ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି ନେଇ ନିଲାମ ଡକାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
pakistan police officer sell his child

pakistan police officer sell his child

ଇସଲାମାବାଦ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ । ବର୍ତ୍ତମାନ ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି କି, ଜଣେ ପୋଲିସ୍‌ ବାଲା ନିଜ ପିଲାକୁ ମାତ୍ର ୫୦ ହଜାର ଟଙ୍କାରେ ବିକ୍ରି କରିବେ ବୋଲି କହୁଛନ୍ତି। ଆଉ ଏହି ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଚିନ୍ତିତ ହୋଇ ପଡ଼ିବେ ଓ କହିବେ କାହିଁକି ନିଜ ଜନ୍ମକଲା ପିଲାକୁ ବିକ୍ରି କରିଦେବାକୁ ଇଚ୍ଛା କରୁଛି ଜଣେ ବାପା? 

Advertisment

ଭାଇରାଲ ହୋଇଥିବା ଭିଡିଓଟି ପାକିସ୍ତାନର ସିନ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି । ଭିଡିଓଟିରେ ଥିବା ବ୍ୟକ୍ତି ଜଣକ ଘୋଟକି ଜିଲ୍ଲାର ଜଣେ ଥାନା ଅଧିକାରୀ । ସେ ଜେଲ ବିଭାଗରେ କାମ କରୁଛନ୍ତି। ବର୍ତ୍ତମାନ ତାଙ୍କର ଏଭଳି ପରିସ୍ଥିତି ଉପୁଜିଛି ଯେ ବିଚ୍ ରାସ୍ତାରେ ଛିଡା ହୋଇ ନିଜ ପିଲାଙ୍କୁ ବିକ୍ରି ନେଇ ନିଲାମ ଡାକିବାକୁ ପଡିଛି । ଏହି ମାମଲାଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓ ଶେଖ୍ ସରମଦ୍ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓରେ ଥିବା ପୋଲିସକର୍ମୀଙ୍କ ନାଁ ହେଉଛି ନିଶାର ଲଶାରୀ । ତାଙ୍କ କହିବା ଅନୁଯାୟୀ ଜେଲର ଉପର ଅଧିକାରୀମାନେ ତାଙ୍କୁ ଛୁଟି ଦେବା ପାଇଁ ଲାଞ୍ଚ ମାଗୁଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହେଉଥିବା କଥା ସେ ଭିଡିଓରେ ସ୍ପଷ୍ଟ କରିଛନ୍ତି । ଏହାସହ ଲାଞ୍ଚ ନଦେବା କାରଣରୁ ତାଙ୍କର ଛୁଟି ରଦ୍ଧ କରିଦିଆଯାଇଛି । କେବଳ ଏତିକି ନୁହେଁ ବରଂ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସ୍ଥିତି ଏତେଟା ସ୍ୱଚ୍ଛଳ ନଥିବା କାରଣରୁ  ପିଲାର ଚିକିତ୍ସା ମଧ୍ୟ କରିପାରୁନାହାନ୍ତି । 

Advertisment

ଏହିସବୁ କାରଣରୁ ସେ ଚିନ୍ତିତ ହୋଇ ନିସାର ଘୋଟକି ରାସ୍ତାରେ ଠିଆ ହୋଇ ନିଜ ଅସୁସ୍ଥ ସନ୍ତାନକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ନିଲାମ ଡାକୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି। ତେବେ ନିସାରଙ୍କ ଏହି ଭିଡିଓ  ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହାଙ୍କ ନିକଟରେ ପହଞ୍ଚିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି ତାଙ୍କୁ ସେହି ଥାନାରେ ରହିବା ନେଇ ନିର୍ଦ୍ଦେଶ ଦେବା ସହ ସନ୍ତାନର ଚିକିତ୍ସା ପାଇଁ ତାଙ୍କୁ ୧୪ ଦିନର ଛୁଟି ମଧ୍ୟ ଦେଇଛନ୍ତି ।

Viral Video Pakistan Police Officer Sell His Child
Advertisment
Advertisment