କଦଳୀର ଦାମ୍ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା ।
ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।
ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।
ଲାଭରେ କମ୍ପାନି, ସଙ୍କଟରେ ଆମ୍ ଆଦ୍ମୀ। ଦରଦାମ୍ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।
ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।
ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।
ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି ତାହା ଆପଣଙ୍କର ଅତି ନିଜ ଲୋକଙ୍କର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କର ବାପା କିମ୍ବା ମାଆ ହୋଇଥିବେ ଓ ଏହି ଖବର ଆପଣଙ୍କୁ ଜଣାନଥିବ ।
ଟ୍ରମ୍ପଙ୍କ କଥା ମାନିଲେନି ୟୁକ୍ରେନ୍- ରୁଷ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଆପିଲ କଲା ଆମେରିକା । ହେଲେ ବାଏଁ ବାଏଁ ଉଡାଇଦେଲେ ପୁଟିନ୍-ଜେଲେନସ୍କି ।
ତୁଳସୀ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ବିତର୍କରେ ହାରିସଙ୍କୁ ପରାସ୍ତ କରିବାକୁ ଟ୍ରମ୍ପ ତୁଳସୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।
ନିର୍ବାଚନ ପରେ ବାଇଡେନ୍ଙ୍କୁ ଭେଟିଲେ ଟ୍ରମ୍ପ। ଉଭୟ ଏକାଠି ବସିଲେ, ଆଲୋଚନା କଲେ।
ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍ରେ।
ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି ।
ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି ! ଇରାକ୍ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି ।
ବଲିଉଡ୍ ଫିଲ୍ମ ବିକି ଡୋନର୍ ତ ଆପଣମାନେ ଦେଖିଥିବେ ... କିନ୍ତୁ ବାସ୍ତବ ଜୀବନରେ ଏହା ସତ ହେବ, ଆପଣ କେବେ କଳ୍ପନା କରିଥିଲେ କି !
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରଠାରୁ ଆକ୍ସନ ମୋଡ୍ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।
ଦୁନିଆର ସବୁଠୁ ଦାମୀ କାର୍ ହେଉଛି ରୋଲ୍ସ-ରୋଏସ୍ ବୋଟ୍ ଟେଲ୍ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।
ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।
ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।
ଅନୁମତି ଦେଇଥିବା ସ୍ୱୀକାର କଲେ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ । ଗତ ସେପ୍ଟେମ୍ବରରେ ଲେବାନନରେ ହୋଇଥିଲା ପେଜର ଆଟାକ୍।
ଟ୍ରମ୍ପ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ଯେ ‘ଯଦି ମୁଁ ନିର୍ବାଚନରେ ଜିତିବି ତେବେ, ଗୋଟିଏ ଦିନରେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି ।’
ଛଳନା କଲା ଇସ୍କନ। ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ। ଯାହାକୁ ନେଇ ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥପ୍ରେମୀ ଓ ସେବାୟତ ଇସ୍କନର ଏଭଳି ଛଳନାର ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଛଳନା କଲା ଇସ୍କନ । ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ ।