Advertisment

Tosses Coin To Decide Kill Teen: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

୧୮ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ପରେ ମରଶରୀର ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ତେବେ ହତ୍ୟା କରିବ କି ନାହିଁ ଏହାର ନିଷ୍ପତ୍ତି କଏନ ଟସ କରି ନେଇଥିବା ସ୍ବୀକାର କରିଛି ହତ୍ୟାକାରୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି
rape Murder

Murder

ପୋଲାଣ୍ଡରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ପରେ ମରଶରୀର ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ତେବେ ହତ୍ୟା କରିବ କି ନାହିଁ ଏହାର ନିଷ୍ପତ୍ତି କଏନ ଟସ କରି ନେଇଥିବା ସ୍ବୀକାର କରିଛି ହତ୍ୟାକାରୀ। ପୋଲାଣ୍ଡର କାଟୋୱାଇସ ସହରରେ ୧୮ ବର୍ଷୀୟା ଯୁବତୀ ୱିକ୍ଟୋରିଆ କୋଜିଏଲସ୍କା ଏକ ପାର୍ଟିରୁ ଫେରୁଥିଲେ। ହତ୍ୟାକାରୀ ମାଟୁଏସଜ୍ ହେପା ତାଙ୍କୁ ହତ୍ୟା କରିବା ସହ ଦୁଷ୍କର୍ମ କରିଥିଲା।

Advertisment

ୱିକ୍ଟୋରିଆ ପାର୍ଟିରୁ ଫେରୁଥିବା ବେଳେ ବସରେ ତାଙ୍କ ସହିତ ବନ୍ଧୁତା କରିଥିଲା ହେପା। ପରେ ନିଜ ଆପାର୍ଟମେଣ୍ଟକୁ ନେଇଥିଲା। ସେଠାରେ ୱିକ୍ଟୋରିଆ ଶୋଇ ପଡିବା ପରା ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତ ଶରୀର ସହିତ ଦୁଷ୍କର୍ମ କରିଥିବା ସ୍ବୀକାର କରିଛି ଅଭିଯୁକ୍ତ। କ୍ରାଇମ ନଭେଲ ‘ଦ ଡାଇସ ମ୍ୟାନ’ର ପୃଷ୍ଠଭୂମି ଷ୍ଟାଇଲରେ ହତ୍ୟା କରିଥିଲା ହେପା। ଯେଉଁଭଳି ଦ ଡାଇସ ମ୍ୟାନରେ ପ୍ରତ୍ୟେକ ନିଷ୍ପତ୍ତି ନେବା ପାଇଁ ଡାଇସ କରାଯାଉଥିଲା ସମାନ ଢଙ୍ଗରେ ହତ୍ୟା କରିବା ପୂର୍ବରୁ କଏନ ଟସ କରିଥିଲା ଅଭିଯୁକ୍ତ।

ପ୍ରଥମେ କଏନ ଟସ କରିବା ପରେ ହେଡ ଆସିଥିଲା। ତେଣୁ ସେ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଟେଲ ଆସିଥିଲେ ୱିକ୍ଟୋରିଆ ଆଜି ଜୀବିତ ରହିଥାନ୍ତେ ବୋଲି କହିଛି ଅଭିଯୁକ୍ତ। ୱିକ୍ଟୋରିଆଙ୍କ ହତ୍ୟାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ପ୍ରଥମେ ୱିକ୍ଟୋରିଆଙ୍କ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ହତ୍ୟାକାରୀ। ପରେ ତଣ୍ଟିଚିପି ହତ୍ୟା କରିଥିଲ। ମୃତ୍ୟୁ ପରେ ସେ ଦୁଷ୍କର୍ମ ମଧ୍ୟ କରିଥିଲା। ଏହି ଘଟଣା ଅଗଷ୍ଟ ୨୦୨୩ରେ ଘଟିଥିଲା।

Advertisment

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା; ଷଷ୍ଠ ଅଭିଯୁକ୍ତର ଟେର୍ ପାଉନି ପୋଲିସ

ମାଟୁଏସଜ୍ ହେପା ଏକ ଗ୍ୟାରେଜରେ କାମ କରେ । ହତ୍ୟା କରିବାକୁ ଇଚ୍ଛା ହୋଇଥିବା ବେଳେ ସେ ସହର ସାରା ସନ୍ଧାନରେ ବାହାରିଥିଲା। ତେବେ କାହିଁକି ହତ୍ୟା କଲେ ତାର କୌଣସି କାରଣ ନ ଥିବା ସେ କହିଛନ୍ତି। ହଠାତ ଇଚ୍ଛା ହୋଇଥିବା ବେଳେ ଏହା ଉପରେ ତାଙ୍କର ନିୟନ୍ତ୍ରଣ ନଥିଲା। ହତ୍ୟା ପରେ ମୃତ ଶରୀରକୁ ଏକ କମ୍ବଳରେ ଗୁଡାଇ ପୋଡି ଦେବାକୁ ଚାହୁଁଥିଲେ। ବିଗତ ଏକ ବର୍ଷ ହେବ ଜେଲରେ ଥିବା ମାଟୁଏସଜ୍ ହେପାଙ୍କ ପ୍ରଥମ ଶୁଣାଣି ଜାନୁୟାରୀ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତ ଶୁଣାଣି ଫେବୃୟାରୀ ୧୨ ତାରିଖରେ ଅନୁଷ୍ଠିତ ହେବ।

ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

Rape Case Murder
Advertisment
Advertisment