Advertisment

Arakan Army: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି

ଭାରତ ସୀମାରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଦେଶ। ଏହି ଦେଶ ଭାରତ ସହିତ ୫୧୦ କି.ମି. ସୀମା ଶେୟାର କରୁଥିବା ବେଳେ ଏହା ଭାରତକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର ଯାହା ମଣିପୁର ଓ ମିଜୋରାମ ସହିତ ଏହାର ସୀମା ଶେୟାର କରିଥାଏ, ସେଠାରେ ଗୃହ ଯୁଦ୍ଧ ଜାରି ରହିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
arakan army

arakan army

ଭାରତ ସୀମାରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଦେଶ। ଏହି ଦେଶ ଭାରତ ସହିତ ୫୧୦ କି.ମି. ସୀମା ଶେୟାର କରୁଥିବା ବେଳେ ଏହା ଭାରତକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର ଯାହା ମଣିପୁର ଓ ମିଜୋରାମ ସହିତ ଏହାର ସୀମା ଶେୟାର କରିଥାଏ, ସେଠାରେ ଗୃହ ଯୁଦ୍ଧ ଜାରି ରହିଛି। ମିଆଁମାରର ମିଲିଟାରୀ ଶାସନ ବିରୁଦ୍ଧରେ ଲଢେଇ ଜାରି ରଖିଛି ଆରାକାନ ଆର୍ମି। ରାଖିନର ୧୮ ପ୍ରଦେଶ ମଧ୍ୟରୁ ୧୫ଟିକୁ ଆରାକାନ ଆର୍ମି କବଜା କରି ସାରିଲାଣି।

Advertisment

ଏହା ସହିତ ଆରାକାନ ସେନା ଅନ୍ୟ ପ୍ରଦେଶ କବଜା କରିବାକୁ ଆଗେଇ ଚାଲିଛି। ଆରାକାନ ସେନା ବିଗତ ୪ ବର୍ଷ ହେବ ମିଆଁମାରର ସାମରିକ ଶାସନ ବିପକ୍ଷରେ ଲଢେଇ ଜାରି ରଖିଛି। ୨୦୨୧ରେ ଅଙ୍ଗ ସାନ ସୁ କିଙ୍କୁ କ୍ଷମତାଚ୍ୟୁତ କରିଥିଲା ମିଲିଟାରୀ। ମିଲିଟାରୀ ଜୁନଟା ନାମରେ ପରିଚିତ ଏହି ସେନା ସୁ କି ଓ ତାଙ୍କ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ଗୃହବନ୍ଦୀ କରି କ୍ଷମତା ଦଖଲ କରିଥିଲା। ଏହି ଘଟଣା ପରଠାରୁ ଆରାକାନ ସେନା କ୍ଷମତା ହାତେଇବା ପାଇଁ ସଂଘର୍ଷ ଜାରି ରଖିଛି।

ଅଧିକ ପଢ଼ନ୍ତୁ: ସାମ ଅଲ୍ଟମ୍ୟାନଙ୍କ ନାମରେ ଭଉଣୀ ଆଣିଲେ ଯୌନ ଶୋଷଣ ଅଭିଯୋଗ

୨୦୨୧ ପରଠାରୁ ଜାରି ଥିବା ଲଢେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ରେ ଆରାକାନ ସେନା ଆନ ପ୍ରଦଶ ଉପରେ କବଜା କରିଥିଲା। ୨୦୨୫ ଆରମ୍ଭରୁ ଏହା ରାଖିନ ପ୍ରଦେଶକୁ କବଜା କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ବାଂଲଦେଶ ସୀମା ସଂଲଗ୍ନ ସମସ୍ତ ଇଲାକା କବଜା କରି ସାରିଛି

Advertisment

ଆରାକାନ ସେନା ନିକଟକୁ ମିଆଁମାରର କ୍ଷମତା ଯିବା ପରେ ଏଠାକାର ଶାସନ କ୍ଷମତାରେ ପରିବର୍ତ୍ତନ ଘଟିବ। ଏହା ମିଆଁମାରର ରାଜନୈତିକ ସ୍ଥିରତାକୁ ପ୍ରଭାବିତ କରିବ। ଫଳରେ ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ଦେଖା ଦେବ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ଓ ମିଆଁମାର ମଧ୍ୟରେ ରହିଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୫୧୦ କି.ମି. ଅଞ୍ଚଳରେ ବ୍ୟାପ୍ତ ଥିବା ସୀମାକୁ ସିଲ କରାଯାଇଛି। ବର୍ଡରର ୧୦ କିମି ନିକଟରେ ଥିବା ବ୍ୟକ୍ତି ମାନେ ବର୍ଡର ପର୍ଯ୍ୟନ୍ତ ଆସିବାକୁ ବର୍ଡର ପାଶର ଆବଶ୍ୟକତା ପଡିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

India Myanmar Protest Myanmar Coup
Advertisment
Advertisment