Advertisment

Tallest Woman: ବିମାନରେ କିପରି ଯାତ୍ରା କରନ୍ତି ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା, ଭିଡିଓ ଭାଇରାଲ

ଗୋଟିଏପଟେ ଉଚ୍ଚତା ତାଙ୍କୁ ଏକ ବଡ଼ ଉପଲବ୍ଧି ଆଣି ଦେଇଥିବା ବେଳେ ଅନ୍ୟପଟେ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଉଚ୍ଚତା ପାଇଁ ରୁମେସା ଫ୍ଲାଇଟରେ ସାଧାରଣ ଭାବରେ ବସି ଯାତ୍ରା କରିପାରନ୍ତି ନାହିଁ । ଫ୍ଲାଇଟରେ ଯାତ୍ରା କରିବା ସମୟରେ ତାଙ୍କୁ ଷ୍ଟ୍ରେଚରରେ ଶୋଇ ଯାତ୍ରା କରିବାକୁ ପଡ଼େ । ନିକଟରେ ତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
କାଳ ହେଉଛି ଉଚ୍ଚତା

କାଳ ହେଉଛି ଉଚ୍ଚତା

ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା ହେଲେ ତୁର୍କୀର ରୁମେସା ଗେଲଗି । ଉଚ୍ଚତା ପାଇଁ ସେ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ଅଧିକାରିଣୀ ହୋଇ ପାରିଛନ୍ତି, ତାଙ୍କୁ ପ୍ରମାଣପତ୍ର ଦିଆଯିବା ସହ ସମ୍ମାନିତ ମଧ୍ୟ କରାଯାଇଛି । ୨୦୧୪ ମସିହାରେ ୧୮ ବର୍ଷ ବୟସରେ ରୁମେସା ବିଶ୍ୱର ସବୁଠୁ ଲମ୍ବା ଟିନ୍ ଏଜର ଲିଭିଙ୍ଗ କାଟାଗୋରୀ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲେ ।

Advertisment

ଉଚ୍ଚତା ସହ ଅନେକ କିଛି କୀର୍ତ୍ତୀମାନ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡସରେ ତାଙ୍କ ନାମ ସ୍ଥାନ ପାଇଛି । ରୁମେସାଙ୍କ ଅଙ୍ଗୁଳି ବିଶ୍ୱରେ ଜୀବିତ ଥିବା ସମସ୍ତ ମହିଳାଙ୍କ ଠାରୁ ଅଧିକ ଲମ୍ବା । ତାଙ୍କ ଅଙ୍ଗୁଳିର ଲମ୍ବ ୧୧.୨ ସେମି ବା ୪.୪୦ ଇଞ୍ଚ । ତାଙ୍କ ହାତ ମଧ୍ୟ ବିଶ୍ୱରେ ଜୀବିତ ଥିବା ସମସ୍ତ ମହିଳାଙ୍କ ଠାରୁ ଅଧିକ ଲମ୍ବା । ତାଙ୍କ ହାତର ଲମ୍ବ ୨୪.୯୩ ସେମି ବା ୯.୮୧ ଇଞ୍ଚ ଥିବା । ଏହା ବ୍ୟତୀତ ଜୀବିତ ଥିବା ମହିଳା ମଧ୍ୟରେ ରୁମେସାଙ୍କ ପିଠି ସବୁଠାରୁ ଅଧିକ ଲମ୍ବା। ତାଙ୍କ ପିଠି ଲମ୍ବା ୫୯.୯୦ ସେମି ବା ୨୩.୫୮ ଇଞ୍ଚ।

Advertisment

ଗୋଟିଏପଟେ ଉଚ୍ଚତା ତାଙ୍କୁ ଏକ ବଡ଼ ଉପଲବ୍ଧି ଆଣି ଦେଇଥିବା ବେଳେ ଅନ୍ୟପଟେ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଉଚ୍ଚତା ପାଇଁ ରୁମେସା ଫ୍ଲାଇଟରେ ସାଧାରଣ ଭାବରେ ବସି ଯାତ୍ରା କରିପାରନ୍ତି ନାହିଁ । ଫ୍ଲାଇଟରେ ଯାତ୍ରା କରିବା ସମୟରେ ତାଙ୍କୁ ଷ୍ଟ୍ରେଚରରେ ଶୋଇ ଯାତ୍ରା କରିବାକୁ ପଡ଼େ । ନିକଟରେ ତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ରୁମେସା ତୁର୍କୀର ଏୟାରଲାଇନରେ ଯାତ୍ରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରୁମେସାଙ୍କୁ ଫ୍ଲାଇଟରେ କିପରି ଶୋଇ ଶୋଇ ଯାତ୍ରା କରିବାକୁ ପଡ଼ୁଛି, ତାହା ଭିଡିଓରେ ଦେଖିବାକୁ ମିଳୁଛି ।

ରୁମେସାଙ୍କ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ବିମାନର ସେଫ୍ ଓ କର୍ମଚାରୀମାନେ ମଝି ଆକାଶରେ ତାଙ୍କୁ ଚକୋଲେଟ କେକ ଦେଇ ସ୍ୱାଗତ କରିଥିଲେ । ଏୟାରଲାଇନ୍ସ ପକ୍ଷରୁ କରାଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଦେଖି ରୁମେସା ଆନନ୍ଦରେ ଗଦଗଦ ହୋଇଯାଇଥିଲେ ।
ଷ୍ଟ୍ରେଚରରେ ଯାତ୍ରା କରିବାର କାରଣ ରୁମେସା ସୋଲେସିୟସ ନାମକ ରୋଗରେ ପୀଡ଼ିତ ।

ଏହି ରୋଗରେ ମେରୁଦଣ୍ଡ ହାଡ଼ ମୋଡ଼ି ହୋଇଯାଏ । ଏଥିପାଇଁ ତାଙ୍କ ମେରୁଦଣ୍ଡରେ ଦୁଇଟି ଲମ୍ବା ରଡ୍ ଓ ୩୦ଟି ସ୍କୁ ଲଗାଯାଇଛି । ଯେଉଁଥିପାଇଁ ସେ ଠିକରେ ନଇଁ ପାରନ୍ତି ନାହିଁ କି କଡ଼ ଲେଉଟାଇ ପାରନ୍ତି ନାହିଁ । ଷ୍ଟ୍ରେଚରରେ ଶୋଇ ଶୋଇ ଯାତ୍ରା କରିବା ତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ବୋଲି ରୁମେସା କୁହନ୍ତି । ଗିନିଜ ୱାଲ୍ଡ ବୁକ୍ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଦେଖିବା ପରେ ସୁବିଧାଜନକ ସେବା ପାଇଁ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି ୟୁଜର । କିଛି ଲୋକ ରୁମେସାଙ୍କ ଜୀବନରୁ ପ୍ରଭାବିତ ହୋଇଛନ୍ତି, ତାଙ୍କ ଜୀବନ ସମସ୍ତଙ୍କୁ ପ୍ରେରଣା ଦେଉଥିବା କୁହାଯାଉଛି ।

ଏହା ବ୍ୟତୀତ ରୁମେସାଙ୍କୁ ଅନେକ ଲୋକ ତୁର୍କୀର ଏକ ଖଜାନା ବୋଲି କହୁଛନ୍ତି । ବିବର ସିଣ୍ଡ୍ରୋମ ପାଇଁ ରୁମେସା ଏତେ ଡେଙ୍ଗା । ଏକ ଦୁର୍ଲଭ ଜେନେଟିକ ମ୍ୟୁଟେସନ କାରଣରୁ ଏହା ହୋଇଛି । ଜନ୍ମ ସମୟରେ ମଧ୍ୟ ସେ ସାଧାରଣ ଶିଶୁଙ୍କ ଠାରୁ ବଡ଼ ଆକାରରେ ଜନ୍ମ ନେଇଥିଲେ । Skeletal Maturation ସହିତ ଅନ୍ୟ ଶାରୀରିକ ଅସାମନତା ଯୋଗୁ ରୁମେସାଙ୍କ ଉଚ୍ଚତା ବଢ଼ି ବଢ଼ି ଚାଲିଛି। ଏହି କାରଣ ପାଇଁ ସେ ସବୁବେଳେ ହ୍ୱିଲ୍ ଚେୟାର ବ୍ୟବହାର କରୁଛନ୍ତି। ତେବେ ତାଙ୍କ ପରିବାରର ସଦସ୍ୟଙ୍କ ଠାରେ ଏପରି କୌଣସି ରୋଗର ଲକ୍ଷଣ ନାହିଁ । ବିବର ସିଣ୍ଡ୍ରୋମ ଯୋଗୁଁ ପିଲାଦିନୁ ତୀବ୍ର ବେଗରେ ତାଙ୍କ ଶରୀର ବିକଶିତ ହୋଇଥିଲା ।

ରୁମେସା ତୁକୀର ବାସିନ୍ଦା । ୧୯୯୭ ମସିହା ଜାନୁଆରୀ ୧ରେ ଜନ୍ମ ଗ୍ରହଣ କରିଥିବା ରୁମେସା ଜଣେ ଆଇନଜୀବୀ, ଗବେଷକ ଓ ଫ୍ରଣ୍ଟ ଏଣ୍ଡ ଡେଭଲ୍ପର ଭାବେ ଜଣାଶୁଣା । ୨୦୨୧ ଅକ୍ଟୋବର ମାସରୁ ସେ ବିଶ୍ୱରେ ଜୀବିତ ଥିବା ସବୁଠାରୁ ଡେଙ୍ଗା ମହିଳାର ମାନ୍ୟତା ପାଇଛନ୍ତି। ରୁମେସାଙ୍କ ଉଚ୍ଚତା ୭ ଫୁଟ ୭ ଇଞ୍ଚ। ସେ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ତାଙ୍କ ଯାତ୍ରା ଓ ସଂଘର୍ଷର କାହାଣୀ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛି । ସବୁଠାରୁ ବଡ଼ କଥା ହେଲା ଗୁରୁତର ଶାରୀରିକ ସମସ୍ୟା ସତ୍ତ୍ୱେ ରୁମେସା ଲୋକଙ୍କୁ ମଧ୍ୟରେ ଦୁରାରୋଗ୍ୟ ସମ୍ପର୍କରେ ସଚେତନ କରାଇଥାନ୍ତି ।

Flight Services Air Travel Turkey Tallest Woman
Advertisment
Advertisment