/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736502346.jpg)
los angeles wildfire
ଆମେରିକାରକାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ନିଆଁ ଆଁରେ ଏବେ ଲସ୍ ଆଞ୍ଜେଲସ୍ । ସହରର ଅନେକ ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଜନବସତିକୁ ମଧ୍ୟ ମାଡିଗଲାଣି। ଖାଲି ସେତିକି ନୁହେଁ, ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ନିଆଁରେ ଜଳୁଛି। ଅନେକ ସେଲିବ୍ରିଟିଙ୍କ ଘର ଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଲୋକ ଏବେ ବାସହରା।ଗତକାଲି ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ ଜଣଙ୍କ ଜୀବନ ଯାଇଛି। ମୋଟ୍ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଝଗଡ଼ା, ଜରୁରୀ ଅବତରଣ କଲା ବିମାନ
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡରେ ୧୦ ହଜାର କୋଠା ପୋଡ଼ି ପାଉଁଶ ହୋଇଯାଇଛି ଏବଂ ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଜି ମଧ୍ୟ ନିଆଁର ତାଣ୍ଡବ ଜାରି ରହିଛି। ପ୍ରବଳ ପବନ ଯୋଗୁଁ ନିଆଁର ପ୍ରକୋବ ବୃଦ୍ଧି ପାଉଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ, ଆମେରିକାର ପାଣିପାଗ ବିଭାଗ ଶୁକ୍ରବାର ପର୍ଯ୍ୟନ୍ତ ସତର୍କତା ଜାରି କରିଛି।
କୋଠା ପୋଡ଼ି ପାଉଁଶ ହୋଇଯାଇଛି ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ପାଲିସାଡେସରେ ଲାଗିଥିବା ନିଆଁକୁ କିଛି ପରିମାଣରେ ଆୟତ୍ତ କରିଛନ୍ତି। ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ପାଲିସାଡେସ୍ ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସର ପାସିଫିକ୍ ପାଲିସାଡେସ୍ ସମୁଦ୍ରକୂଳ ଅଞ୍ଚଳକୁ ବ୍ୟାପିଯାଇ ଅନେକ ଅଂଚଳ ଜାଳି ପାଉଁଶ କରିଦେଇଛି। ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା। ଅଧିକାରୀମାନେ କହିଛନ୍ତି ଯେ ନିଆଁକୁ ୬ ପ୍ରତିଶତ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡ ମଧ୍ୟରେ ଏକ ଲଜ୍ଜାଜନକ କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସିଛି। ପୋଡ଼ି ଯାଇଥିବା ସହରରେ ଲୁଟପାଟର ଘଟଣା ସାମନାକୁ ଆସିଛି। ଅନେକ ସେଲିବ୍ରିଟିଙ୍କ ଘରକୁ ଟାର୍ଗେଟ କରାଯାଇଛି। ଏବେ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି। ଲସ୍ ଆଞ୍ଜେଲସ୍ ଅଧିକାରୀମାନେ କହିଛନ୍ତି ଏପରିସ୍ଥିତିରେ ଲୋକମାନେ ଚୋରି କରୁଛନ୍ତି। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ।
ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତିସନ୍ସେଟ୍ ଫାୟାର୍ ଅଦ୍ୟାବଧି ରୁନିୟନ କ୍ୟାନିଅନ୍ ଓ ୱାଟଲସ୍ ପାର୍କ ମଧ୍ୟରେ ୨୦ ଏକର ଅଞ୍ଚଳକୁ ଗ୍ରାସି ସାରିଲାଣି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ହଲିଉଡ୍ ଷ୍ଟାରଙ୍କୁ ସେମାନଙ୍କର ବଙ୍ଗଳା ଛାଡିଯିବାକୁ ପଡିଛି। ପେରିସ ହିଲଟନ, ଷ୍ଟିଭେନ ସ୍ପିଲବର୍ଗ, ମେଣ୍ଡି ମୁର, ଆଷ୍ଟନ କୁଚରଙ୍କ ସମେତ ଅନେକ ହଲିଉଡ ତାରକାଙ୍କ ବଙ୍ଗଳା ଜଳି ପାଉଁଶ ହୋଇଯାଇଛି। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଆମେରିକୀୟ ବୃତ୍ତିଗତ ବାସ୍କେଟବଲ୍ ପ୍ରଶିକ୍ଷକ ଏବଂ ଗୋଲ୍ଡେନ୍ ଷ୍ଟେଟ୍ ୱାରିୟର୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍ କେରଙ୍କ ୯୦ ବର୍ଷୀୟା ମାଆ ମଧ୍ୟ ଅଛନ୍ତି। ନିଆଁରେ ତାଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବ୍ରେଟନଉଡ୍ ଅଞ୍ଚଳରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ କରାଯାଇଛି।
ଅଧିକ ପଢ଼ନ୍ତୁ: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି
This is not #Hollywood
Moovie, but real Hollywood in Los Angeles which is facing fire #BillyCrystal#DavidMoor#ParisHilton#CaliforniaWildfires#LosAngelesFires#MissFrance2025pic.twitter.com/UmGFnsf4Ui— Irshadul Haque (@IrshadulHaque9) January 10, 2025
ଗଭର୍ଣ୍ଣର ଗେଭିନ୍ ନ୍ୟୁସମ୍ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଏବେ ବି ଜାରି ରହିଛି। ଅଗ୍ନିକାଣ୍ଡ ଯୋଗୁଁ ଲସ୍ ଆଞ୍ଜେଲସ୍ ୟୁନିଫାଏଡ୍ର ସମସ୍ତ ସ୍କୁଲ ଏବଂ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ପ୍ରବଳ ପବନ ଯୋଗୁଁ ଏବେ ବି ନିଆଁ ବ୍ୟାପିବାର ଆଶଙ୍କା ରହିଛି। ସାଣ୍ଟାଏନାରେ ପ୍ରବଳ ପବନ ହେତୁ ଲସ୍ ଆଞ୍ଜେଲସ୍ ଏବଂ ଭେଣ୍ଟୁରା କାଉଣ୍ଟିରେ ନିଆଁ ଆହୁରି ଭୟଙ୍କର ହୋଇପାରେ। ଆମେରିକାର ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ସପ୍ତାହ ଯାଏ ପ୍ରବଳ ପବନ ବହିବା ନେଇ ଆକଳନ କରାଯାଇଛି। ଜଙ୍ଗଲ ନିଆଁ ଯୋଗୁଁ ଆମେରିକାର ଅନେକ କ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଦେଶ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା (୧୫୦ ବିଲିୟନ ଆମେରିକୀୟ ଡଲାର) କ୍ଷତି ନେଇ ଆକଳନ କରାଯାଉଛି।
Los Angeles fire disaster; 10,000 homes destroyed.
Firefighters despite the challenges they did their best#lafires#studiocity#California#CAwx#EatonFire#PalisadesFire#LAfires#CaliforniaWildfires#LAemergency#evacuatelapic.twitter.com/XQsofGG35y— @anonymousdk (@anonymous2dk) January 10, 2025
ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକଟର ମୁକାବିଲା ଲାଗି ଅପାରଗ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଇଟାଲୀ ଗସ୍ତକୁ ବାତିଲ କରିବା ସହ ଏକ ସଂଘୀୟ ବିପର୍ଯ୍ୟୟ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଫେଡେରାଲ ପାଣ୍ଠି ଉପଲବ୍ଧ କରାଇବାକୁ ଅନୁମତି ଦିଆଯାଇଛି। ପ୍ରତିବର୍ଷ ଓସ୍କାର ପୁରସ୍କାର ସମାରୋହ ଆୟୋଜନ କରାଯାଉଥିବା ଡଲବି ଥିଏଟର ପ୍ରତି ଏହି ଅଗ୍ନିକାଣ୍ଡ ବିପଦ ସୃଷ୍ଟି କରିଛି। ହଲିଉଡ୍ ବାଉଲ୍ ଆଉଟଡୋର ଆମ୍ଫିଥିଏଟର ଓ ହଲିଉଡ୍ ୱାକ୍ ଅଫ୍ ଫେମ୍ ସମେତ ଲସ୍ ଏଞ୍ଜେଲସ୍ର ଅନ୍ୟାନ୍ୟ ଐତିହାସିକ ସ୍ଥାନ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)