Advertisment

Canada to Merge in America: ଆମେରିକାର ୫୧ ତମ ଷ୍ଟେଟ ହେବ କାନାଡା:ଟ୍ରମ୍ପ

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏକାଧିକ ଥର କାନାଡାକୁ ଆମେରିକାରେ ମିଶାଇବା ନେଇ ମତ ଦେଇଥିବା ଟ୍ରମ୍ପ ପୁନର୍ବାର ସମାନ ମତ ଦୋହରାଇଛନ୍ତି। ସାମରିକ ସୁରକ୍ଷା ଓ ଆର୍ଥିକ ବିକାଶ ଦୃଷ୍ଟିରୁ କାନାଡାକୁ ଆମେରିକାରେ ମିଶିଯିବାକୁ ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Canada to Merge in America

Canada to Merge in America

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏକାଧିକ ଥର କାନାଡାକୁ ଆମେରିକାରେ ମିଶାଇବା ନେଇ ମତ ଦେଇଥିବା ଟ୍ରମ୍ପ ପୁନର୍ବାର ସମାନ ମତ ଦୋହରାଇଛନ୍ତି। ସାମରିକ ସୁରକ୍ଷା ଓ ଆର୍ଥିକ ବିକାଶ ଦୃଷ୍ଟିରୁ କାନାଡାକୁ ଆମେରିକାରେ ମିଶିଯିବାକୁ ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ୫୧ ତମ ଷ୍ଟେଟ ଭାବେ କାନାଡା ଯୁକ୍ତରାଷ୍ଟ୍ର ଆମେରିକାରେ ସାମିଲ ହେବା ଉଚିତ ବୋଲି ଟ୍ରୁଥୋ ସୋସିଆଲରେ ପୋଷ୍ଟ କରିଛନ୍ତି ଟ୍ରମ୍ପ।

Advertisment

ଅଧିକ ପଢ଼ନ୍ତୁ;ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ବନ୍ଦ ହେବ ଯୁଦ୍ଧ, କମିବ ଭୂ-ରାଜନୈତିକ ଅସ୍ଥିରତା ଓ ତେଲ ଦର !

କାନାଡାର ଅଧାରୁ ଅଧିକ ଲୋକ ଆମେରିକା ସହ ମିଶ୍ରଣକୁ ସ୍ବାଗତ କରୁଛନ୍ତି। ଏହା କାନାଡାକୁ ଅର୍ଥନୈତିକ ଭାବେ ଅଧିକ ଶକ୍ତିଶାଳୀ କରିବ ବୋଲି ଟ୍ରମ୍ପ ଲେଖିଛନ୍ତି। କାନାଡା ରେସରେ ରହିବା ପାଇଁ ଯେଉଁଭଳି ସବସିଡି ଦେଉଥିଲା ତାହା ଦେବାକୁ ପଡିବ ନାହିଁ। ଏହା ସହ ଆମେରିକାକୁ ମଧ୍ୟ ଏହା ଅର୍ଥନୈତିକ ଫାଇଦା ପ୍ରଦାନ କରିବ। ଉଭୟ ରାଷ୍ଟ୍ରର ମିଶ୍ରଣ ଫଳରେ କାନାଡା ବାସିନ୍ଦା କମ ଟିକସ ଦରର ଲାଭ ଉଠାଇ ପାରିବେ। ରୁଷ ଓ ଚୀନ ନିକଟରୁ ମଧ୍ୟ ସୁରକ୍ଷା ଦେବାରେ ଆମେରିକା ସମର୍ଥନ ହେବ ବୋଲି କହିଛନ୍ତି ଟ୍ରମ୍ପ।

Advertisment

ଉଲ୍ଲେଖଯୋଗ୍ୟ ଯ, ଟ୍ରମ୍ପ ପ୍ରଥମ ଥର ପାଇଁ ଏମିତି ଦାବି କରି ନାହାନ୍ତି। ପୂର୍ବରୁ ମାର ଏ ଲାଗୋରେ ଟ୍ରୁଡୋଙ୍କ ସହ ବୈଠକରେ ସମାନ ଦାବି ଉଠାଇଥିଲେ ଟ୍ରମ୍ପ। କାନାଡାକୁ ୫୧ ତମ ଷ୍ଟେଟ ଭାବେ ସାମିଲ କରିବା ସହ ଟ୍ରୁଡୋଙ୍କୁ ଏହାର ଗଭର୍ନର କରିବା ପାଇଁ ସେ ଦାବି କରିଥିଲେ। ଏହା ସହିତ ଟ୍ରମ୍ପ ସର୍ବଦା କାନାଡାର ବିଦେଶ ନୀତି, ବ୍ୟବସାୟିକ ନିଷ୍ପତ୍ତି ଓ ବିସ୍ଥାପନ ସମସ୍ୟାକୁ ସମାଲୋଚନା କରି ଅସିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ରହିବା ପରେ ସୋମବାର ଟ୍ରୁଡୋ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। କମ ଭୋଟ ଓ ଦଳରେ ବିଭେଦ କାରଣରୁ ଟ୍ରୁଡୋଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି।

ଜାନୁୟାରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେର ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଅଧିକାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ୧୦ ତାରିଖରେ ଏହି ମାମଲାର ଦଣ୍ଡ ଶୁଣାଣି। ଫଳରେ ଟ୍ରମ୍ପ ଗିରଫ ହେବାର ସମ୍ଭାବନା ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ;ଜାନୁଆରୀ ୨୦ରେ ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

Donald Trump Justin Trudeau Canadian Prime Minister Justin Trudeau
Advertisment
Advertisment