/odishatv-khabar/media/post_attachments/uploadimage/library/16_9/16_9_0/flight_1736405541.jpg)
flight
ପ୍ରେମିକା ସହ ଝଗଡା କରି ଜଣେ ଯାତ୍ରୀ ବିମାନର ଡୋର୍ ଖୋଲିଦେବା କାରଣରୁ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ବିମାନଟି ଜରୁରୀ ଅବତରଣ କରିଥିବା ବେଳେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ନିଆ ଯାଇଥିଲା। ବୋଷ୍ଟନର ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଘଟଣାଟି ଘଟିଥିଲା। ବିମାନଟି ଟେକ ଅଫ କରିବାକୁ ଯାଉଥିବା ବେଳେ ଆଞ୍ଜେଲ ଲୁଇସ ଟରେସ ମୋରାଲେସ ନାମକ ଜଣେ ଯାତ୍ରୀ ଏଭଳି କରିଥିଲେ।
ପ୍ରେମିକା ସହ ଫୋନକୁ ନେଇ ଭୟଙ୍କର ଯୁକ୍ତି ତର୍କ କରିଥିଲେ। ହଠାତ ଉଠି ଯାଇ ଜରୁରୀକାଳୀନ ଦ୍ବାରା ଖୋଲିବାକୁ ଚେଷ୍ଟା କରିଥିଲା ଆଞ୍ଜେଲ ଲୁଇସ। ସାଥୀ ପାସେଞ୍ଜର ମାନେ ରୋକି ଦେଇଥିବା ବେଳେ ଏକ ବଡ ଅଘଟଣ ଟଳି ଯାଇଥିଲା। ଏହି ଘଟଣା ପରେ ତୁରନ୍ତ ବିମାନଟି ଜରୁରୀ ଅବତରଣ କରିଥିଲା। ପରବର୍ତ୍ତୀ ସମୟରେ ଆଞ୍ଜେଲ ଲୁଇସଙ୍କୁ ବିମାନରୁ ଓହ୍ଲାଇବା ସହ ଅନ୍ୟ ଏକ ବିମାନରେ ଅନ୍ୟ ଯାତ୍ରୀ ମାନଙ୍କୁ ପଠା ଯାଇଥିଲା।
ଅଧିକ ପଢ଼ନ୍ତୁ: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି
ବୁଧବାର ଏହି ଘଟଣା ପରେ ଆଞ୍ଜେଲ ଲୁଇସଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟରେ ଦାଖଲ କରାଯାଇଥିବା ବେଳେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ। ଫଳରେ ମାର୍ଚ୍ଚ ୪ ତାରିଖରେ ପରବର୍ତ୍ତ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଜେଟ ବ୍ଲ୍ୟୁର ୧୬୧ ନମ୍ବର ବିମାନକୁ ଅଟକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ଅଫିସର ଟିମ ମ୍ୟାକଗ୍ରୁକ ସୂଚନା ଦେଇଛନ୍ତି।
ବିମାନରେ ବସିଥିବା ଯାତ୍ରୀ ମାନଙ୍କ ସୂଚନା ଅନୁଯାୟୀ ଆଞ୍ଜେଲ ଲୁଇସଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଫୋନ ଚେକ କରିବାକୁ ମାଗିଥିଲେ। ଏଥିରେ ଅସହମତି ଦେଖାଇବା ସହ ତୁରନ୍ତ ସେ ନିଜ ସିଟରୁ ଉଠି ଦୌଡ଼ିବା ଆରମ୍ଭ କରିଥିଲେ। ଅନ୍ୟ ଜଣେ ସହଯାତ୍ରୀ ମଧ୍ୟ ସମାନ ମତ ଦେଇଛନ୍ତି। କଣ ପାଇଁ ଝଗଡା ହୋଇଥିଲା ତାହାର କାରଣ ଜଣା ନଥିଲେ ମଧ୍ୟ ଉଭୟ ପରସ୍ପର ସହ ଯୁକ୍ତି ତର୍କ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)