Advertisment

California Los Angeles Wildfires: ବ୍ୟାପୁଛି ନିଆଁ; ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ୧ ଲକ୍ଷରୁ ଅଧିକ ଲୋକ ଛାଡ଼ିଲେଣି ଘର

ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।

author-image
Sujit kumar Swain
ଅଦ୍ୟତନ ହୋଇଛି
California Los Angeles Wildfires

California Los Angeles Wildfires

ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ନିଆଁ ଆଁରେ ଏବେ ଲସ୍ ଆଞ୍ଜେଲସ୍ । ସହରର ଅନେକ ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଜନବସତିକୁ ମଧ୍ୟ ମାଡିଗଲାଣି। ଖାଲି ସେତିକି ନୁହେଁ, ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ନିଆଁରେ ଜଳୁଛି। ଅନେକ ସେଲିବ୍ରିଟିଙ୍କ ଘର ଜଳି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଲୋକ ଏବେ ବାସହରା। ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।

Advertisment

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡରେ ୧୦ ହଜାର କୋଠା ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଜି ମଧ୍ୟ ନିଆଁର ତାଣ୍ଡବ ଜାରି ରହିଛି। ପ୍ରବଳ ପବନ ଯୋଗୁଁ ନିଆଁର ପ୍ରକୋବ ବୃଦ୍ଧି ପାଉଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ, ଆମେରିକାର ପାଣିପାଗ ବିଭାଗ ଶୁକ୍ରବାର ପର୍ଯ୍ୟନ୍ତ ସତର୍କତା ଜାରି କରିଛି।

ଅଧିକ ପଢ଼ନ୍ତୁ: ନିଆଁ ଆଁରେ ଲସ୍ ଆଞ୍ଜେଲସ୍; ୧୦ହଜାର ଘର ପାଉଁଶ, ଗଲାଣି ୧୦ ଜୀବନ

ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ପାଲିସାଡେସରେ ଲାଗିଥିବା ନିଆଁକୁ କିଛି ପରିମାଣରେ ଆୟତ୍ତ କରିଛନ୍ତି। ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ପାଲିସାଡେସ୍ ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସର ପାସିଫିକ୍ ପାଲିସାଡେସ୍ ସମୁଦ୍ରକୂଳ ଅଞ୍ଚଳକୁ ବ୍ୟାପିଯାଇ ଅନେକ ଅଂଚଳ ଜାଳି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡ ମଧ୍ୟରେ ଏକ ଲଜ୍ଜାଜନକ କାର୍ଯ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ପୋଡ଼ି ଯାଇଥିବା ସହରରେ ଲୁଟପାଟର ଘଟଣା ସାମନାକୁ ଆସିଛି। ଅନେକ ସେଲିବ୍ରିଟିଙ୍କ ଘରକୁ ଟାର୍ଗେଟ କରାଯାଇଛି। ଏବେ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି। ଲସ୍ ଆଞ୍ଜେଲସ୍ ଅଧିକାରୀମାନେ କହିଛନ୍ତି ଏପରିସ୍ଥିତିରେ ଲୋକମାନେ ଚୋରି କରୁଛନ୍ତି। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ।

Advertisment

ସନ୍‌ସେଟ୍ ଫାୟାର୍‌ ଅଦ୍ୟାବଧି ରୁନିୟନ କ୍ୟାନିଅନ୍ ଓ ୱାଟଲସ୍ ପାର୍କ ମଧ୍ୟରେ ୨୦ ଏକର ଅଞ୍ଚଳକୁ ଗ୍ରାସି ସାରିଲାଣି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ହଲିଉଡ୍ ଷ୍ଟାରଙ୍କୁ ସେମାନଙ୍କର ବଙ୍ଗଳା ଛାଡିଯିବାକୁ ପଡିଛି। ପେରିସ ହିଲଟନ, ଷ୍ଟିଭେନ ସ୍ପିଲବର୍ଗ, ମେଣ୍ଡି ମୁର, ଆଷ୍ଟନ କୁଚରଙ୍କ ସମେତ ଅନେକ ହଲିଉଡ ତାରକାଙ୍କ ବଙ୍ଗଳା ଜଳି ପାଉଁଶ ହୋଇଯାଇଛି। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଆମେରିକୀୟ ବୃତ୍ତିଗତ ବାସ୍କେଟବଲ୍ ପ୍ରଶିକ୍ଷକ ଏବଂ ଗୋଲ୍ଡେନ୍ ଷ୍ଟେଟ୍ ୱାରିୟର୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍ କେରଙ୍କ ୯୦ ବର୍ଷୀୟା ମାଆ ମଧ୍ୟ ଅଛନ୍ତି। ନିଆଁରେ ତାଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବ୍ରେଟନଉଡ୍ ଅଞ୍ଚଳରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଝଗଡ଼ା, ଜରୁରୀ ଅବତରଣ କଲା ବିମାନ

Fire California Wildfires
Advertisment
Advertisment