Advertisment

Donad Trump: ରାସ୍ତା କଡ଼ରେ ଖିରି ବିକୁଛନ୍ତି ଟ୍ରମ୍ପ ! ଗାଉଛନ୍ତି ପଞ୍ଜାବୀ ଗୀତ

ଭାରତ ପଡୋଶୀ ପାକିସ୍ତାନର ସାହିୱାଲ ଜିଲ୍ଲାରେ ନାଗାଗାତେ ରାସ୍ତା କଡ଼ରେ ଠେଲା ପକାଇ ଖିରି ଓ ପୁରି ବିକ୍ରି କରୁଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ହେଉଛି ସଲିମ୍ ବଗ୍ଗା। ସିଏ ବିଲକୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଦେଖାଯାଉଛନ୍ତି। କହିବାକୁ ଗଲେ ସିଏ ନିଜକୁ ଟ୍ରମ୍ପ ପରି ସଜାଇଛନ୍ତି। ନାଲି ତକତକ ଗୋଲ ମୁହଁ, ଟ୍ରମ୍ପଙ୍କ ପରି ମୁଣ୍ଡରେ ଧଳା ଚୁଳ ଓ ଦେହରେ କଳା ସ୍ୱେଟର ପରିଧାନ କରିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Trump

Photo

ପାକିସ୍ତାନ ରାସ୍ତାରେ ପଞ୍ଜାବୀ ଗୀତ ଗାଉଛନ୍ତି ଡୋନାଲ୍ଡ ଡ୍ରମ୍ପ ! ଆଉ ଖିରି ଓ ପୁରି ବିକୁଛନ୍ତି! ଆଉ ତାଙ୍କୁ ଦେଖି ପଥଚାରୀମାନେ ହତବାକ୍ ହେଉଛନ୍ତି। ଆଉ କିଏ ତାଙ୍କ ସହିତ ସେଲ୍ଫି ଉଠାଉଛନ୍ତି। ଏହି କଥାଟି ଟିକେ ଅଡୁଆ ଲାଗୁଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତକଥା ନୁହେଁ। ପ୍ରକୃତରେ ରାସ୍ତା କଡ଼ରେ ଖିରି ବିକୁଥିବା ବ୍ୟକ୍ତି ଜଣକ ଡୋନାଲ୍ଡ ଟ୍ରମ୍ପ ନୁହଁନ୍ତି। ସିଏ ଟ୍ରମ୍ପଙ୍କ ପରି ଦେଖାଯାଉଥିବା ଜଣେ ପାକିସ୍ଥାନୀ।

Advertisment

ଘଟଣାଟି ଏମିତି। ଭାରତ ପଡୋଶୀ ପାକିସ୍ତାନର ସାହିୱାଲ ଜିଲ୍ଲାରେ ନାଗାଗାତେ ରାସ୍ତା କଡ଼ରେ ଠେଲା ପକାଇ ଖିରି ଓ ପୁରି ବିକ୍ରି କରୁଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ହେଉଛି ସଲିମ୍ ବଗ୍ଗା ସିଏ ବିଲକୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଦେଖାଯାଉଛନ୍ତି। କହିବାକୁ ଗଲେ ସିଏ ନିଜକୁ ଟ୍ରମ୍ପ ପରି ସଜାଇଛନ୍ତି। ନାଲି ତକତକ ଗୋଲ ମୁହଁ, ଟ୍ରମ୍ପଙ୍କ ପରି ମୁଣ୍ଡରେ ଧଳା ଚୁଳ ଓ ଦେହରେ କଳା ସ୍ୱେଟର ପରିଧାନ କରିଛନ୍ତି। ପ୍ରଥମେ ଯିଏ ତାଙ୍କୁ ଦେଖିବ ଟ୍ରମ୍ପ ବୋଲି ଭାବିନେଉଛି। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ତାଙ୍କୁ ସ୍ଥାନୀୟ ଲୋକ କହୁଛନ୍ତି, ପାକିସ୍ଥାନ ଟ୍ରମ୍ପ।

ଏନେଇ ସଲିମ୍ କହିଛନ୍ତି, ମୋ ମୁହଁ ଡୋନାଲ୍ଡ ଟ୍ରମ୍ପଙ୍କ ପରି। ସେଥିପାଇଁ ଲୋକମାନେ ମୋ ସହିତ ସେଲ୍ଫି ଉଠାନ୍ତି। ସେଥିପାଇଁ ମୋତେ ଭଲ ଲାଗୁଛି।

Advertisment

ସ୍ଥାନୀୟ ବାସିନ୍ଦା ମହମ୍ମଦ ୟାସିନ କହିଛନ୍ତି, ଆମକୁ ଲାଗୁଛି ଟ୍ରମ୍ପ ଏଠାରେ ଖିରି ବିକ୍ରୟ କରୁଛନ୍ତି। ତାଙ୍କର ଖିରି ଭାରି ସ୍ୱାଦିଷ୍ଟ।

ଆଉ ଜଣେ ସ୍ଥାନୀୟ ବାସିନ୍ଦା ଇମ୍ରାନ ଆଶରଫ୍ କହିଛନ୍ତି, ତାଙ୍କ ଖିରି ପ୍ରକୃତରେ ଭାରି ସ୍ୱାଦିଷ୍ଟ। ଆମେ ତାଙ୍କ ସହ କଥା ହେଲୁ ଓ ସେଲଫି ଉଠାଇଲୁ। ଆଉ ଆମେ ଆମର ବନ୍ଧୁମାନଙ୍କୁ କହୁଛୁ ଟ୍ରମ୍ପଙ୍କ ସହ ଫଟୋ ଉଠାଇଛୁ ।

ସୂଚନାରୁ ପ୍ରକାଶ, କିଛିଦିନ ତଳେ ଯୁକ୍ତ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଆଉ ଏହି ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସିଏ ଭାରତୀୟ ବଂଶୋବ୍ଦଭ କମଲା ହାରିସଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହୋଇଛନ୍ତି।

Donald Trump Pakistan Trump Officials
Advertisment
Advertisment