ପାକିସ୍ତାନର ଗଭର୍ଣ୍ଣର ଜେନେରାଲଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସମୟରେ ପେଟ୍ରୋଲ ସରିଯିବା ଘଟଣାରୁ ହିଁ ଷଡ଼ଯନ୍ତ୍ରର ମୂଳ ଦୁଆ ପଡ଼ିଥିଲା। ଆମ୍ବୁଲାନ୍ସ ଯେଉଁ ରାସ୍ତାରେ ଅଟକିଥିଲା, ସେହି ରାସ୍ତାର ଆଖପାଖରେ ଲକ୍ଷ ଲକ୍ଷ ତମ୍ବୁ ପଡ଼ିଥିଲା। ଏହି ତମ୍ବୁରେ ସେଇମାନେ ରହୁଥିଲେ ଯେଉଁମାନେ ଭାରତ ବିଭାଜନ ପରେ ଭାରତରୁ ପାକିସ୍ତାନକୁ ଆସିଥିଲେ। ଆମ୍ବୁଲାନ୍ସ ଠିକ୍ ଠାକ ହେବା ପରେ ଗଭର୍ଣ୍ଣର ଜେନେରାଲଙ୍କ ଘର ଅଭିମୁଖେ ଚାଲିଲା। ଆମ୍ବୁଲାନ୍ସ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଥିଲେ।
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲା ପାକିସ୍ତାନ। କହିଲା, ସରଳାତାକୁ ଆମର ଦୁର୍ବଳତା ଭାବ ନାହିଁ…ବାଲାକୋଟ୍ ଏୟାର ଷ୍ଟ୍ରାଇକର ତିନିବର୍ଷ ପୂର୍ତ୍ତି ଅବସରରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍