Advertisment

CHAT GPT CEO: ସାମ ଅଲ୍ଟମ୍ୟାନଙ୍କ ନାମରେ ଭଉଣୀ ଆଣିଲେ ଯୌନ ଶୋଷଣ ଅଭିଯୋଗ

OPEN AI CHAT GPTର ସିଇଓ ସାମ ଅଲ୍ଟମ୍ୟାନଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଭଉଣୀ ଆନି ଅଲ୍ଟମ୍ୟାନ। ସୋମବାର ଆନି ଏକ ଲ ସୁଟ ଫାଇଲ କରିବା ସହିତ ସାମୋ ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ତାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
AI Ceo

AI Ceo

OPEN AI CHAT GPTର ସିଇଓ ସାମ ଅଲ୍ଟମ୍ୟାନଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଭଉଣୀ ଆନି ଅଲ୍ଟମ୍ୟାନ। ସୋମବାର ଆନି ଏକ ଲ ସୁଟ ଫାଇଲ କରିବା ସହିତ ସାମୋ ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ତାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣିଛନ୍ତି।

Advertisment

ତେବେ ସାମ, ତାଙ୍କ ମା’ କୋନି, ଭାଇ ମ୍ୟାକ୍ସ ଓ ଜ୍ୟାକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଏହା ତାଙ୍କର ପୁରା ପରିବାରକୁ ଦୁଃଖିତ କରିଛି ବୋଲି କହିଛନ୍ତି। ଆନି ମାନସିକ ରୋଗରେ ଆକ୍ରାନ୍ତ। ତେଣୁ ଆନିଙ୍କ ପରସ୍ଥିତିକୁ ଅନ୍ୟମାନେ ବୁଝିବା ସହିତ ସମବେଦନା ପ୍ରକାଶ କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

Advertisment

ନିଜେ ସାମ ଅଲ୍ଟମ୍ୟାନ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଇଷ୍ଟର୍ନ ମିସୌରୀ ଡିଷ୍ଟ୍ରିକ୍ଟ ଜଜଙ୍କ ନିକଟରେ ଆନି ନିଜର ଲ ସୁଟ ଦାଖଲ କରିଛନ୍ତି। ୧୯୯୭ରୁ ୨୦୦୬ ମଧ୍ୟରେ ସାମ ତାଙ୍କ ସହିତ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ ଆନି। ତାଙ୍କୁ ୩ ବର୍ଷ ଓ ସାମ ୧୨ ବର୍ଷର ହୋଇଥିବା ବେଳେ ଏ ସବୁ ଘଟଣା ଆରମ୍ଭ ହୋଇଥିଲା।

ମିସୌରୀର କ୍ଲିଟନରେ ରହୁଥିବା ସମୟରେ ଏକାଧିକ ଥର ତାଙ୍କ ସହ ଏଭଳି ଘଟଣା ଘଟିଥିବା ଆନି ଅଭିଯୋଗ କରିଛନ୍ତି। ସାମ ତାଙ୍କ ସହିତ ଅପ୍ରାକୃତିକ ଯୌନକ୍ରିୟା କରିଥିବା ନେଇ ଆନି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏଭଳି ଘଟଣା ତାଙ୍କୁ ମାନସିକ ଭାବରେ ଆଘାତ ଦେଇଥିଲା। ତେବେ ଆନିଙ୍କ ବୟାନକୁ ତାଙ୍କ ପରିବାର ଲୋକ ଖଣ୍ଡନ କରିଛନ୍ତି। ଆନିଙ୍କୁ ତାଙ୍କର ମାସିକ ବିଲ ଦିଆ ଯାଉଥିଲେ ମଧ୍ୟ ସେ ଅଧିକ ଅର୍ଥ ଦାବି କରି ଏଭଳି ଅଭିଯୋଗ କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି।

ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

Sexual Abuse
Advertisment
Advertisment