Advertisment

Canada PM Race: କାନାଡ଼ା ପିଏମ୍‌ ରେସ୍‌ରୁ ଓହରିଲେ ଅନୀତା ଆନନ୍ଦ; କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ?

ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିବା କହିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
CanadA PM Race

CanadA PM Race

କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନୋ ଟ୍ରୁଡ଼ୋ। ସେ ବର୍ତ୍ତମାନ କାନାଡାର କାମଚଳା ପ୍ରଧାନମନ୍ତ୍ରୀ ରହିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନେଇ ଭାରତ ସହ ତାଙ୍କର ତିକ୍ତତା ଲାଗିରହିଛି। ଏହାରି ଭିତରେ ଟ୍ରୁଡୋଙ୍କ ଇସ୍ତଫା ଓ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦଙ୍କ ପ୍ରାର୍ଥିତ୍ବ ପ୍ରସଙ୍ଗ ଅନ୍ତର୍ଜାତୀୟ ସମୁଦାୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ହେଲେ ପ୍ରଧାନମନ୍ତ୍ରୀ ରେସରୁ ଓହରି ଯାଇଛନ୍ତି ଅନୀତା ଆନନ୍ଦ। ଏନେଇ ସେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

Advertisment

ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପାଇଁ ନିଷ୍ପତ୍ତି ନେବା ସହ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲିବେରାଲ୍‌ ପାର୍ଟିର ସାଂସଦ ଭାବେ ତାଙ୍କୁ ପ୍ରମୁଖ କ୍ୟାବିନେଟ୍‌ ବିଭାଗ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ତାଙ୍କୁ ସାଂସଦ ଭାବେ ଜିତାଇଥିବାରୁ ଓକ୍‌ଭିଲି ଭୋଟର୍‌ଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ପରବର୍ତ୍ତୀ ନିର୍ବାଚନ ଯାଏଁ ସେ ସାଂସଦ ଭାବେ ଦାୟିତ୍ବ ତୁଲାଇବେ। ସେ ଘୋଷଣା କରିଛନ୍ତି ‌ସେ ଲିବେରାଲ୍‌ ପାର୍ଟିର ପ୍ରଧାନମନ୍ତ୍ରୀ ରେସ୍‌ରେ ନାହାନ୍ତି। ସେ ଓକ୍‌ଭିଲିରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବେ ନାହିଁ। ତେବେ ବର୍ତ୍ତମାନ ଡୋମିନିକ ଲେବ୍ଲାଙ୍କ ଓ ପିଏର ପଲିଭେରା ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ଏଥିସହ ଭାରତୀୟ ବଂଶୋଦ୍ଭବ ସାଂସଦ ଚନ୍ଦ୍ର ଆର୍ଯ୍ୟ ମଧ୍ୟ ରେସ୍‌ରେ ସାମିଲ୍ ହୋଇଛନ୍ତି।

Advertisment

ଅନୀତା ନିଜ ରାଜନୈତିକ କ୍ୟାରିୟରେ ସର୍ବଦା ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି। ୨୦୧୯ରେ ପ୍ରଥମ ଥର ପାଇଁ ଓକଭିଲେରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୯ -୨୦୨୧ ଯାଏ ପବ୍ଲିକ ସର୍ଭିସ ଓ ପ୍ରୋକ୍ୟୁରମେଣ୍ଟ ବିଭାଗର ମନ୍ତ୍ରୀ ରହିଥିଲେ ଅନୀତା। ଏହା ସହିତ ସେ ଟ୍ରେଜେରୀ ବୋର୍ଡ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ସମୟରେ ସେ ମିଲିଟାରୀରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ଆଇନ ପ୍ରଣୟନ କରିଥିଲେ। ସେପ୍ଟେମ୍ବର ୨୦୨୪ରେ ଟ୍ରୁଡୋ କ୍ୟାବିନେଟରେ ତାଙ୍କୁ ପରିବହନ ବିଭାଗର ଦାୟିତ୍ବ ମିଳିଥିଲା।

ଅନୀତାଙ୍କର ଉଭୟ ପଞ୍ଜାବ ଚେନ୍ନାଇ କନେକ୍ସନ ରହିଛି। ଅନୀତାଙ୍କ ପିତା ଓ ମାତା ଉଭୟ ଡାକ୍ତର। ବାପା ତାମିଲନାଡୁର ଚେନ୍ନାଇରୁ ଆସିଥିବା ବେଳେ ମା’ ପଞ୍ଜାବର ଏକ ଛୋଟ ଗ୍ରାମରୁ ଆସିଛନ୍ତି। ସାଂସଦ ହେବା ପୂର୍ବରୁ ଜଣେ ରିସର୍ଚ୍ଚର ଏବଂ ଓକିଲ ଭାବରେ କାମ କରିଥିଲେ ଅନୀତା। ଉଭୟ ତାମିଲ ଓ ପଞ୍ଜାବ ସଂସ୍କୃତି ସହ ସେ ଜଡିତ ବୋଲି ଘୋଷଣା କରିଛନ୍ତି। ପ୍ରତ୍ୟେକ କାନାଡିଆନ ନାଗରିକଙ୍କ ଭଳି ସେ ମଧ୍ୟ ଭାରତୀୟ କନେକ୍ସନରେ ବିଶ୍ବାସ ରଖନ୍ତି ବୋଲି କହିଛନ୍ତି।

 ଆୟର୍ଲାଣ୍ଡରେ ତାଙ୍କ ପିତା ମାତା ଡାକ୍ତର ଭାବେ କାମ କରୁଥିବା ବେଳେ ପ୍ରେମ ବିବାହ କରିଥିଲେ। ଉଭୟ ଇଂଲଣ୍ଡରେ ବିବାହ କରିଥିବା ବେଳେ ଭାରତ ଓ ନାଇଜେରିଆରେ କିଛି ଦିନ ବସବାସ କରିଥିଲେ। ପ୍ରଥମେ ଉତ୍ତର ଆମେରିକାକୁ ସ୍ଥାନାନ୍ତର ହେବା ପରେ କାନାଡାର ସ୍ଥାୟୀ ବାସିନ୍ଦା ହୋଇ ଯାଇଥିଲେ। ୩ ଭଉଣୀଙ୍କ ମଧ୍ୟରେ ଅନୀତା ସବୁଠାରୁ ବଡ଼। ଅନ୍ୟ ଜଣେ ଭଉଣୀ ନାଇଜେରିଆରେ ଜନ୍ମ ନେଇଥିବା ବେଳେ ତାଙ୍କର ସବୁଠୁ ସାନ ଭଉଣୀ ନୋଭା ସ୍କଟିଆରେ ଜନ୍ମ ଗ୍ରହଣ କରିଛନ୍ତି।

Canada Justin Trudeau Anita Anand Canada PM
Advertisment
Advertisment