/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736404971.jpg)
Narendra Modi
ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଓଡ଼ିଶା କଥା କହିଛନ୍ତି । ପ୍ରବାସୀ ଭାରତୀୟଙ୍କ ଆଗରେ ବଖାଣିଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ଗାଥା ।
ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ କହି ଆରମ୍ଭ କରିଥିଲେ ଅଭିଭାଷଣ । କହିଥିଲେ, କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ । ଓଡ଼ିଶା ବିଷୟରେ କହିଛନ୍ତି ଯେ, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ ।
ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ । ଏହାକୁ ସ୍ମରଣ ରଖିବା ପାଇଁ ଓଡ଼ିଶାରେ ବାଲିଯାତ୍ରା ଆୟୋଜିତ ହୁଏ । ଧଉଳି ଶାନ୍ତିର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି -ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠିକି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି । ଆପଣମାନେ ଦେଇଥିବା ଭଲ ପାଇବା କେବେ ବି ଭୁଲି ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ । ଅର୍ଥନୀତିରେ ଖୁବଶୀଘ୍ର ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ । ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି । ଭାରତର କଥାକୁ ଆଜି ପୂରା ବିଶ୍ବ ଶୁଣୁଛି । ପ୍ରଧାନମନ୍ତ୍ରୀ ଦେଶର ବିକାଶର ଏକ ପୂରା ଚିତ୍ର ରଖିଛନ୍ତି ପ୍ରବାସୀ ଭାରତୀୟଙ୍କ ଆଗରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)