• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Tokyo 2020 Paralympic Debendra
ଟୋକିଓ ପାରାଲିମ୍ପିକ୍ସରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ଦେବେ ରାଜସ୍ଥାନ ଖେଳାଳି !

ଟୋକିଓ ଅଲିମ୍ପିକ୍ସ -୨୦୨୦ ପରେ, ଏବେ ପାରାଲିମ୍ପିକ୍ସ ଉପରେ ସମସ୍ତଙ୍କ ନଜର । ଆଜିଠାରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବ ପାରାଲିମ୍ପିକ୍ସ ।

India at Tokyo Paralympics 2021
ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି ।

Award Ceremony of Indian Hockey Team
୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Virat Kohli
IND vs ENG: ଲର୍ଡସ ଟେଷ୍ଟ ବିଜୟ ପରେ ବିରାଟଙ୍କ ନାଁରେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।

India Won
ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ

ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା।

ଅନ୍ତର୍ଜାତୀୟ ଖେଳାଳି
ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି।

tokyo olympics art
ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ

ଅନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ କମାଲ। ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଦେଖିବାକୁ ମିଳିଛି। କ୍ରୀଡ଼ାର ଏହି ମହାକୁମ୍ଭରେ ସାରା ବିଶ୍ୱର ଚିତ୍ରଶିଳ୍ପୀ ସେମାନଙ୍କର ଯାଦୁ ଦେଖାଇଥିବା ବେଳେ ଓଡିଆ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମଧ୍ୟ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। 

PV Sindhu
ତିରୁମାଳା ମନ୍ଦିରରେ ପିଭି ସିନ୍ଧୁ, ଖୁବ୍‌ଶୀଘ୍ର ଆରମ୍ଭ କରିବେ ବ୍ୟାଡ୍‌ମିଣ୍ଟନ ଏକାଡେମୀ

ତିରୁପତି ତିରୁମାଳା ମନ୍ଦିର ଦର୍ଶନ କଲେ ଅଲିମ୍ପିକ୍ ମେଡାଲ ବିଜେତା ପିଭି ସିନ୍ଧୁ ।  ଆଜି ସକାଳେ  ନିଜ ବାପା ମା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତିରୁମାଳା ମନ୍ଦିରକୁ ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ ଆର୍ଶୀବାଦ ଲୋଡିଛନ୍ତି ଏହି ଷ୍ଟାର ସଟଲର୍ ।

Hockey team
୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

odisha
୪ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର : ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ପୁରସ୍କାର ରାଶି

ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Indian wrestler Vinesh Phogat
ବିଶୃଙ୍ଖଳିତ ଆଚରଣ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟୋ

ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

hockey
ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

hocky
ହକିକୁ ନେଇ ସୁନ୍ଦରଗଡ଼ରେ ବଢୁଛି କ୍ରେଜ୍ : ହକିର ଉନ୍ନତି ପାଇଁ ରାଉରକେଲାରେ ଚାଲିଛି ଉନ୍ନୟନ କାମ

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ପରେ ଅସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ତେବେ ଏଭଳି ଉତ୍ସାହ ଆଜିୁର ନୁହେଁ କାହିଁ କେଉଁ ସମୟରୁ ସୁନ୍ଦରଗଡ଼ ଜିଲ୍ଲାର ଗାଁଠାରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସ୍ତର ଯାଏ ହକି ଖେଳ ଖେଳାଯାଉଛି । ଯେତେବେଳେ ଗାଁରେ ଖେଳ ପଡ଼ିଆ ନ ଥିଲାକି ଖେଳାଳିଙ୍କ ପାଖରେ ପଇସା ନଥିଲା । ସେତେବେଳେ ଦିଲୀପ ତିର୍କୀ ଯାଇ ଅନ୍ତର୍ଜାତୀୟସ୍ତରରେ ନାଁ କରିଥିଲେ ।

 Tokyo Olympics
ଗୋଲ୍ଡେନ ବୟଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ : ନୀରଜ ଚୋପ୍ରାଙ୍କ ସହ ସେଲଫି ନେବାକୁ ଭିଡ଼ ଜମିଲା

ଟୋକିଓରୁ ସ୍ୱଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା । ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ । ଦେଶରେ ପହଞ୍ଚିବା ପରେ ଗୋଲ୍ଡେନ ବୟ୍ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ସେଲଫି ନେବାକୁ ଭିଡ଼ ଜମିଲା । ପଦକ ବିଜେତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ୱାଗତ କରାଯିବ

Niraj Chopra
ନୀରଜଙ୍କ ପାଖକୁ ଛୁଟିଲା ପୁରସ୍କାରର ସୁଅ

ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି। 

neeraj-chopra
ଟୋକିଓ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ପଦକ ହାସଲ : ସାରା ଦେଶରେ ଖୁସିର ଲହରି

ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ

Tokyo Olympics
ଆଜି ସରୁଛି ଟୋକିଓ ଅଲିମ୍ପିକ୍ସ : ମହିଳା ବାସ୍କେଟବଲ ଓ ଇନଡୋର ଭଲିରେ ଶେଷ ହେବ କ୍ରୀଡ଼ା ମହାକୁମ୍ଭ

କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ

Milkha Singh
ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।

Neeraj Chopra
Tokyo Olympics: ନୀରଜଙ୍କ ସହ ରହିଛି ଭୁବନେଶ୍ୱରର ଭାବ

ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ ।

Neeraj Chopra
Tokyo Olympics: ଦ୍ୱିତୀୟ ରାଉଣ୍ଡ ପରେ ଧୀମା ପଡ଼ିଗଲେ ନୀରଜ, ଶେଷ ଦୁଇ ରାଉଣ୍ଡ ଥ୍ରୋ ଫାଉଲ୍‌ ..

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।

Neeraj Chopra
Tokyo Olympics: ଗତ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ଭାରତ ପାଇଁ ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ ବର୍ଷ ମଧ୍ୟରେ ଆଥଲେଟିକ୍ସରେ ଭାରତ ଜିତିନଥିଲା ସ୍ୱର୍ଣ୍ଣ ।

Niraj Chopra
Tokyo Olympics: ଇତିହାସ ରଚିଲା ଭାରତ, ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା ।

Bajrang Punia
Tokyo Olympics: ଭାରତକୁ ଆଉ ଏକ ବୋଞ୍ଜ ପଦକ ଉପହାର ଦେଲେ ପୁନିଆ

ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି ।

Indian Women Hockey Team coach shored Marine
ମହିଳା ହକି ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ପାଇଁ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ।  ଏହା ପରେ ଇସ୍ତଫା ଦେଇଛନ୍ତି ଟିମ୍‌ର କୋଚ୍‌ ସୋର୍ଡ ମାରିନ।

womens Hockey Team
ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ।