Advertisment

ଇଣ୍ଡିଆ...ଇଣ୍ଡିଆ...ଟିମ୍ ଇଣ୍ଡିଆର ବିଜୟ ପରେ ସେଲିବ୍ରେସନ; ବାଜା ବାଜିଲା, ବାଣ ଫୁଟିଲା

ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asia Cup 2022: India beat Pakistan by five wickets

Asia Cup 2022: India beat Pakistan by five wickets

T20 ବିଶ୍ୱକପ୍‌ର ବଦ୍‌ଲା ନେଲା ଭାରତ। ପାକିସ୍ତାନକୁ ଧୂଳି ଚଟାଇ ପୁଣି ନିଜ ନାଁରେ କଲା ରେକର୍ଡ। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଗତକାଲି ଦୁବାଇରେ ଖେଳାଯାଇଥିବା ଏସିଆ କପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ।

Advertisment

ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍ରଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍ ଭାରତ ସମ୍ମୁଖରେ ୧୪୮ ରନ୍‌ର ଟାର୍ଗେଟ ରଖିଥିଲା। ‌ଏହାର ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ରନ୍‌ରେ ନିଜ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ କ୍ୟାପଟେନ୍ ରୋହିତ ଶର୍ମା ଓ ମୋଷ୍ଟ ଫେଭରେଟ୍ ବିରାଟ କୋହଲିଙ୍କ ଦମ୍‌ଦାର ପାର୍ଟନରଶିପ୍‌ ଟିମ୍‌ ଅଧା ଟାର୍ଗେଟ ଯାଏ ପହଞ୍ଚାଇ ଥିଲା।

ଜାଡେଜା ଓ ସୂର୍ଯ୍ୟକୁମାରଙ୍କ ୱିକେଟ୍ ମ୍ୟାଚ୍‌ର ସସ୍‌ପେନ୍ସକୁ ଅଧିକ ବଢ଼ାଇଥିଲା। ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ମ୍ୟାଚ୍‌କୁ ଭାରତ ନାଁରେ କରିଥିଲା। ହାର୍ଦ୍ଦିକ ମାତ୍ର ୧୭ ବଲ୍‌ରେ ୩୩ ରନ୍‌ର ଇନିଂସ୍ ଖେଳି ଟିମ୍‌ ବିଜୟର ସ୍ୱାଦ ଚଖାଇଛନ୍ତି। ଗତକାଲିର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି। ଏହାକୁ ମିଶାଇଲେ ଭାରତ ଏସିଆ କପ୍‌ରେ ମୋଟ୍ ୯ଟି ମ୍ୟାଚ୍‌ରୁ ପାକିସ୍ତାନକୁ ୭ ଥର ମାତ୍ ଦେଇଛି। 

Advertisment

ଅନ୍ୟପକ୍ଷେ, ଟିମ୍ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ ଦେଖିବାକୁ ମିଳିଛି। ଦିଲ୍ଲୀରୁ ବେଙ୍ଗାଲୁରୁ, ମୁମ୍ବାଇରୁ ସିଲିଗୁଡ଼ି... ଦେଶର ବିଭିନ୍ନ ସହରରେ ଲୋକେ ରାସ୍ତାକୁ ଆସି ଖୁସି ମନାଇଛନ୍ତି। ଗତକାଲି ବିଲମ୍ବିତ ରାତି ଯାଏ ରାସ୍ତାରେ ଲୋକମାନେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେସନ୍ କରିଛନ୍ତି। ମିଠା ଖୁଆଇ, ବାଣ ଫୁଟାଇ ଲୋକେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇ, କାନପୁର, ନାଗପୁରରେ ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ, ବିଳମ୍ବିତ ରାତି ଯାଏ ଟ୍ରାଫିକ୍ ଜାମ୍‌ ରହିଥିଲା। ସେପଟେ ଟିମ୍ ଇଣ୍ଡିଆର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Asia Cup 2022 Ind Vs Pak Virat Kohli Asia Cup Rohit Sharma Team India Hardik Pandya
Advertisment
Advertisment