Advertisment

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
FIFA lifts suspension of Indian football federation

FIFA lifts suspension of Indian football federation

ଭାରତୀୟ ଫୁଟବଲ ଖେଳାଳୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସର୍ବ ଭାରତୀୟ ଫୁଟବଲ ମହାସଂଘ ବା AIFF ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କଲା ଅନ୍ତର୍ଜାତୀୟ ଫୁଟବଲ ମହାସଂଘ- ଫିଫା। ଫିଫାର ବ୍ୟୁରୋ ଅଫ କାଉନସିଲ ତୁରନ୍ତ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ଫଳରେ ଭାରତରେ ହେବାକୁ ଥିବା  ଫିଫା ଜୁନିୟର ମହିଳା ବିଶ୍ୱକପ ଫୁଟବଲ ପାଇଁ ଥିବା ବାଧକ ହଟିଯାଇଛି।

Advertisment

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ସର୍ବଭାରତୀୟ ଫୁଟବଲ ମହାସଂଘରେ ତୃତୀୟ ପକ୍ଷର ମାତ୍ରାଧିକ ହସ୍ତକ୍ଷେପ ଦର୍ଶାଇ ସଙ୍ଗଠନ ଉପରେ ନିଲମ୍ବନ ଆଦେଶ ଦେଇଥିଲା ଫିଫା। AIFFର ଦୈନିକ କାର୍ଯ୍ୟକଳାପ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ କମିଟି ଦ୍ୱାରା ପରିଚାଳିତ ହେଉଥିଲା। ଏହା ଫିଫା ନିୟମର ବିରୁଦ୍ଧାଚରଣ ବୋଲି ଦର୍ଶାଇ ସସ୍ପେଣ୍ଡ ଅନିର୍ଦ୍ଦେଶ ଜାରି କରିଥିଲା ଫିଫା।

ତେବେ ଇତିମଧ୍ୟରେ ସୁପ୍ରିମକୋର୍ଟରେ ଏହି ମାମଲାର  ଶୁଣାଣି ଚାଲିଥିବାବେଳେ AIFFରେ ନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେମ୍ବର ୨ରେ ନିର୍ବାଚନ ପାଇଁ କୋର୍ଟ ଧାର୍ଯ୍ୟ କରିବାପରେ ନିଲମ୍ବନ ଆଦେଶ ହଟାଇବାପାଇଁ ଫିଫାକୁ ଅନୁରୋଧ କରିଥିଲା AIFF।

Advertisment
India FIFA Football
Advertisment
Advertisment