• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Hardik Pandya
ମ୍ୟାଚ୍‌ ମଝିରେ ଶାମିଙ୍କ ଉପରେ ଗର୍ଜିଲେ ହାର୍ଦ୍ଦିକ, କହିଲେ..

ଗୁଜୁରାଟ ଟାଇଟନ୍ସର ଚଳିତ ସିଜିନରେ ଏହା ପ୍ରଥମ ପରାଜୟ । ଏହି ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ତ୍ୟା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ପଟେ ନିଜର ଧୁଆଁଧାର ବ୍ୟାଟିଂ ବଳରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ନିଜ ଟିମ୍‌ର ବୋଲରଙ୍କ ଉପରେ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳିଥିଲା ।

SRH vs GT
ଚଳିତ ସିଜିନର ପ୍ରଥମ ହାର୍ ଦେଖିଲା ଗୁଜରାଟ ଟାଇଟନ୍ସ

ଗୁଜୁରାଟ ଟାଇଟନ୍ସର ବିଜୟ ଧାରାକୁ ରୋକିଲା ସନରାଇଜର୍ସ ହାଇଦ୍ରାବାଦ୍‌ । ଗୁଜରାଟକୁ ୮ ୱିକେଟରେ ପରାସ୍ତ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ।

Hockey Match
ନିଆରା ହକି ମ୍ୟାଚ୍‌ ! ଟିମ୍‌ରେ ସାମିଲ ଅଛନ୍ତି ଉଭୟ ପୁଅ-ଝିଅ, ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

ମ୍ୟାଚ୍‌ରେ ପୁରୁଷ ଖେଳାଳିମାନଙ୍କ ସହ ତାଳ ଦେଇ ମହିଳା ପ୍ଲେୟାର ବି ନିଜ ଟିମ୍‌କୁ ଜିତାଇବା ପାଇଁ ଦମଦାର୍ ଖେଳ ପ୍ରଦର୍ଶନ କରୁଛନ୍ତି ।

DC Vs LSG
IPL 2022: ଲକ୍ଷ୍ନୌ ମାଡ଼ରେ ଉଡ଼ିଗଲା ଦିଲ୍ଲୀର ଦିଲ୍‌, ପଏଣ୍ଟ ଟେବୁଲର ଦ୍ୱିତୀୟରେ LSG

ପଏଣ୍ଟ ଟେବୁଲର ଶେଷରେ ରହିଛି ସନ୍‌ ରାଇଜର୍ସ ହାଇଦ୍ରାବାଦ । ସେହିଭଳି ଗୁଜରାଟ ଟାଇଟନ୍ସ ନିଜର ୨ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

Pat Cummins
ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ ପାଟ୍ କମିନ୍ସ !

କେକେଆର୍‌ର ପରବର୍ତ୍ତୀ ମ୍ୟାଚ୍ ୬ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏଭଳି ପରିସ୍ଥିତିରେ କମିନ୍ସ ଏହି ମ୍ୟାଚ୍‌ରେ ଖେଳିବେ ବୋଲି ଆଶା କରାଯାଉଛି । ତେବେ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ଇଣ୍ତିଆନ୍ସ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

Rajasthan Royals
ପୁଣି ହାରିଲା ମୁମ୍ବାଇ, ରୋହିତ-ଅନ୍‌ମୋଲପ୍ରୀତ ଫ୍ଲପ୍‌

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ୧୯୪ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା ମୁମ୍ବାଇ । ହେଲେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୭୦ ରନ୍ ହିଁ କରି ପରାଜୟ ସ୍ୱୀକାର କରିଥିଲା ଦଳ ।

Andre Russel
ଦ ରସଲ ମସଲ୍‌ଙ୍କ କମ୍‌ବ୍ୟାକ୍‌ : ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ KKR

ଗତକାଲି କୋଲକାତା ନାଇଟ୍‌ ରାଇଡର୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । କୋଲକାତା ପକ୍ଷରୁ ରସଲ ୭୦ ରନ୍‌, ସାମ୍‌ ବିଲିଙ୍ଗ୍ସ ୨୪ ରନ୍‌, ଶ୍ରେୟସ ଅୟର ୨୬ ରନ୍‌ କରିଥିଲେ । ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ।

CSK vs LSG
ପ୍ରଥମ ମ୍ୟାଚ୍‌ ପରାଜୟ ପରେ, କିଏ ମାରିବ ବାଜି ? ଲକ୍ଷ୍ନୌକୁ ୨୧୧ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ

ଚେନ୍ନାଇ ଭଳି ଲକ୍ଷ୍ନୌ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ହାରିଥିଲା। ତେଣୁ ଆଜି ଦଳ ୨୧୧ ରନର ଟାର୍ଗେଟକୁ କେମିତି ପିଛା କରୁଛି, ତା’ ଉପରେ ସମସ୍ତଙ୍କ ନଜର। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ରବିନ ଉଥାପ୍ପା ବିସ୍ଫୋରକ ଆରମ୍ଭ କରିଥିଲେ।

National Para Athletics Championship 2022
National Para Athletics Championship 2022: କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଟୁର୍ଣ୍ଣାମେଣ୍ଟ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ହେଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି ।

Womens world cup-2022 : no ball end the dream of India to reach in semifinal
ମହିଳା ବିଶ୍ୱକପ୍‌ : ନୋ ବଲ୍ ଶେଷ କରିଦେଲା ସେମିଫାଇନାଲ୍‌ରେ ପହଞ୍ଚିବାର ସ୍ୱପ୍ନ

ଏକ ରୋମାଞ୍ଚକର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟ୍‌ରେ ପରାସ୍ତ କରିଛି। ଗୋଟିଏ ନୋ ବଲ୍ ହିଁ ଏ ସବୁ କରିଦେଇଛି। ପରାଜୟ ସହିତ ସେମିଫାଇନାଲ୍‌ରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଶେଷ ହୋଇଯାଇଛି।

୨ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ୩ଟି ମେଡାଲ ହାସଲ କରିଛନ୍ତି ଜୟନ୍ତୀ।

CSK captain
କାହିଁକି ହାରିଲା ଚେନ୍ନାଇ, କହିଲେ କ୍ୟାପ୍‌ଟେନ୍‌ ଜାଡେଜା

ଦୁଇ ଦଳର ନୂଆ କ୍ୟାପ୍ଟେନ ମୈଦାନକୁ ଓହ୍ଲାଇଥିଲେ।

KKR vs CSK
ଆଇପିଏଲ୍‌ ୨୦୨୨: ନୂଆ ସିଜିନ, ନୂଆ କ୍ୟାପ୍‌ଟେନ, କାହାର ଷ୍ଟ୍ରାଟେଜି କରିବ କାମ ?

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ବେଶ୍‌ ଜୋରସୋରରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍‌ର ସିଧା ପ୍ରସାରଣ ହେବ ।

IPL 2022
ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର; ଏଣିକି ମହିଳା ଆଇପିଏଲ୍‌ରେ ୩ଟି ଟିମ୍‌ ନୁହେଁ, ପଡ଼ିଆକୁ ଓହ୍ଲାଇବ ୬ଟି ଟିମ୍‌

ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍‌କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।

Dillip and Dutee
ଦୂତିଙ୍କୁ ମୁହଁତୋଡ ଜବାବ ଦେଲେ ଦିଲ୍ଲୀପ

ଦୂତୀଙ୍କ ଫେସବୁକ୍‌ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ ।

MS Dhoni
ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପଟେନ୍‌ ପଦ ଛାଡ଼ିଲେ ଧୋନୀ

ଆଇପିଏଲ୍‌ରେ ଚେନ୍ନାଇର ନେତୃତ୍ୱ ନେବେନି ଧୋନୀ। 

IPL 2022
ଆଇପିଏଲ୍‌ ପ୍ରେମୀଙ୍କ ପାଇଁ ଗ୍ରୀନ ସିଗନାଲ: ଏଣିକି ଘରେ ନୁହଁ, ଷ୍ଟାଡ଼ିୟମରେ ବସି ଦେଖିବେ ମ୍ୟାଚ୍‌

ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।

IND vs BAN
ICC Women's WorldCup: ଭାରତ ପାଇଁ କର ବା ମର ସ୍ଥିତି

ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।

Rajasthan Royals
୪ ମହଲା ଛାତରୁ ବାଇକ୍‌ ଉଡାଇଲା ରାଜସ୍ଥାନ ରୟାଲ୍ସ; ନୂଆ ଷ୍ଟାଇଲରେ ରିଲିଜ୍‌ କଲା ଜର୍ସି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।

India Vs Srilanka
ଭାରତର କ୍ଲିନ୍‌ ସ୍ୱିପ୍ ! ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ବିଜୟ

ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।

Handball Tournament
ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ କେନ୍ଦୁଝର ହେଲା ଚାମ୍ପିଅନ୍‌

ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।

IND Vs SL Match
ଡେ’-ନାଇଟ୍‌ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଷ୍ଟାଡିୟମରେ ୧୦୦% ଦର୍ଶକଙ୍କୁ ମିଳିବ ଏଣ୍ଟ୍ରି

ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍‌ ଖେଳାଯିବ। ଅର୍ଥାତ୍‌ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍‌ ଦେଖି ପାରିବେ।

IPL 2022
ଆଇପିଏଲ୍‌ ମହାସମର: ଜାରି ହେଲା ଫିକ୍ସର୍‌, ଜାଣନ୍ତୁ କିଏ ଖେଳିବ କେବେ ?

ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ଟି ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।

Indian Women Cricket Team With Bismah Maroof's Daughter
ମ୍ୟାଚ୍ ଜିତିବା ପରେ ପାକିସ୍ତାନ କ୍ୟାପ୍ଟେନ୍‌ଙ୍କ ସହ ଭାରତୀୟ ଖେଳାଳିଙ୍କ ଭିଡିଓ ଭାଇରାଲ

ମ୍ୟାଚ୍‌ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

India Won
ରେକର୍ଡ କଲା ଭାରତ ! ଶ୍ରୀଲଙ୍କା ବିପକ୍ଷରେ ଇନିଂସ ବିଜୟ

କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।