/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661241911.jpg)
Indian Player Dance Video
ଜିମ୍ବାୱେକୁ ୩-୦ ହରାଇ ସିରିଜ୍କୁ କ୍ଲିନ୍ ସ୍ୱିପ୍ କରିଛି ଟିମ୍ ଇଣ୍ତିଆ । କେ.ଏଲ.ରାହୁଲଙ୍କ କ୍ୟାପ୍ଟେନ୍ସିପ୍ରେ ଓହ୍ଲାଇଥିବା ଟିମ୍ ଜିମ୍ବାୱେକୁ ଶେଷ ଦିନିକିଆରେ ୧୩ ରନ୍ରେ ହରାଇ ସିରିଜ୍ ପୋଛି ନେଇଥିଲା । ଏହି ବିଜୟ ପରେ ଟିମ୍ର ସମସ୍ତ ଖେଳାଳି ଖୁବ୍ ମଜା କରୁଥିବାର ଦେଖିବାକୁ ମିଳିଥିଲା । ଟିମ୍ର ସିନିୟର ଖେଳାଳି ଶିଖର ଧାୱନ୍ଙ୍କ ସହ ଅନେକ ଯୁବ ଖେଳାଳି ପଞ୍ଜାବୀ ଗୀତରେ ନାଚୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Love it 😍 #TeamIndia in happy mood! #ZIMvINDpic.twitter.com/0HC5rjfU4C
— Karamdeep 🎥📱 (@oyeekd) August 22, 2022
ପୂର୍ବରୁ ମଧ୍ୟ ଶିଖର ଧାୱନ ଅନେକ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖିବାକୁ ମିଳିଛି । ଶିଖର ଆଇପିଏଲ୍ ବେଳେ ମଧ୍ୟ ଅନେକ ମଜାଦାର ଭିଡିଓ ସେୟାର କରି ପ୍ରଶଂସକଙ୍କ ମନ ଜିତିଛନ୍ତି ।
ଜିମ୍ବାୱେ ବିପକ୍ଷ ଶେଷ ଦିନିକିଆରେ ଯୁବ ପ୍ରତିଭା ଶୁଭମନ୍ ଗିଲ ଶତକୀୟ ଇନିଂସ୍ ଖେଳିବା ସହ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଛନ୍ତି । ଶୁଭମନ୍ ୯୭ ବଲ୍ରେ ୧୩୦ ରନ୍ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୮୯ ରନ୍ କରିଥିଲା । ଟିମ୍ ଇଣ୍ତିଆ ପକ୍ଷରୁ ଆବେଶ୍ ଖାନ୍ଙ୍କୁ ୩ଟି, ଅକ୍ଷର ପଟେଲଙ୍କୁ ୨ଟି, କୁଲଦୀପ ଯାଦବ ଓ ଦୀପକ ଚାହରଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା ।
ଜିମ୍ବାୱେ ୨୯୦ ରନ୍ର ଟାର୍ଗେଟ୍ର ପିଛା କରି ୨୭୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଜିମ୍ବାୱେ ପକ୍ଷରୁ ସିକନ୍ଦର ରଜା ଧମାକାଦାର ବ୍ୟାଟିଂ କରି ୯୫ ବଲ୍ରେ ୧୧୫ ରନ୍ ସଂଗ୍ରହ କରିଥିଲେ । ଜିମ୍ବାୱେ ଶେଷ ମ୍ୟାଚ୍ ହାରିଯାଇଥିଲେ ମଧ୍ୟ ଦର୍ଶକଙ୍କ ମନ ଜିତିପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)