Advertisment

କିଶୋର କୁମାରଙ୍କ ଘରକୁ ଭଡାରେ ନେଲେ କୋହଲି; ଖୋଲିବେ ନୂଆ ସଂସ୍ଥା

କିମ୍ବଦନ୍ତୀ ଅଭିନେତା ତଥା ଗାୟକ କିଶୋର କୁମାରଙ୍କ ଘରକୁ ଭଡାରେ ନେଇଛନ୍ତି ବିରାଟ କୋହଲି। ସେ ଏଠାରେ ଖୁବ ଶିଘ୍ର ନିଜର ଏକ ସଂସ୍ଥା ଖୋଲିବାକୁ ଯାଉଛନ୍ତି। ତେବେ କ’ଣ ତାଙ୍କ ସଂସ୍ଥା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Kishore Kumar Bunglow

Virat kohli will start a restaurant in kishore kumar bunglow

ବଲିଉଡ୍‌କୁ ଅନେକ ହିଟ୍ ଗୀତ ଦେଇଥିବା ଭେଟେରାନ୍ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଏହି ବଙ୍ଗଲାକୁ ଭାରତୀୟ କ୍ରିକେଟର ବିରାଟ କୋହଲି ୫ ବର୍ଷ ପାଇଁ ଭଡାରେ ନେଇଛନ୍ତି। ସେ ଖୁବ ଶୀଘ୍ର ଏଠାରେ ଏକ ହାଇ ଗ୍ରେଡ୍ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି। କିଶୋର କୁମାରଙ୍କ ପୁଅ ଅମିତି କୁମାର ଏହାକୁ ସ୍ପଷ୍ଟ କରିଛନ୍ତି।

Advertisment

ସୂଚନା ମୁତାବକ ବିରାଟ କୋହଲି ଜୁହୁସ୍ଥିତ କିଶୋର କୁମାରଙ୍କ ବଙ୍ଗଳାର ପରିସରର ଏକ ପ୍ରମୁଖ ଅଂଶ ନେଇଛନ୍ତି ଏବଂ ଏଠାରେ କାମ ଦ୍ରୁତ ଗତିରେ ଚାଲିଛି। ଏହି ସ୍ଥାନକୁ ଶୀଘ୍ର ଏକ ହାଇ-ଗ୍ରେଡ୍ ରେଷ୍ଟୁରାଣ୍ଟର ରୂପ ଦିଆଯିବ।

ଏହି ନୂଆ ପ୍ରକଳ୍ପର କାମ ପ୍ରାୟ ଶେଷ ହୋଇଗଲାଣି। ରେଷ୍ଟୁରାଣ୍ଟ ଆସନ୍ତା ମାସରୁ ଆରମ୍ଭ ହୋଇପାରେ। ଏହି ଖବରକୁ କିଶୋର କୁମାରଙ୍କ ପୁଅ ଅମିତ କୁମାର ସ୍ପଷ୍ଟ କରିଛନ୍ତି। ଅମିତ କହିଛନ୍ତି ଯେ “କିଛି ମାସ ପୂର୍ବରୁ ଲୀନା ଚନ୍ଦାବରକରଙ୍କ ପୁଅ ସୁମିତଙ୍କର କ୍ରିକେଟର ବିରାଟ କୋହଲିଙ୍କ ସହ ଭେଟହୋଇଥିଲା ଏବଂ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ସ୍ଥାନ ବିରାଟଙ୍କୁ ୫ ବର୍ଷ ପାଇଁ ଲିଜ୍ ଦିଆଯାଇଛି।

Advertisment

ପ୍ରକାଶଥାଉ ଯେ କିଶୋର କୁମାରଙ୍କ ଚାରୋଟି ବିବାହ କରିଥିଲେ। ଲୀନା ହେଉଛନ୍ତି ତାଙ୍କର ଚତୁର୍ଥ ପତ୍ନୀ ଏବଂ ସୁମିତ ତାଙ୍କର ଏକମାତ୍ର ପୁଅ। ଅମିତ କୁମାର କିଶୋରଙ୍କ ପ୍ରଥମ ପତ୍ନୀ ରୁମା ଗୁହାଙ୍କ ପୁଅ। ଅମିତ ମଧ୍ୟ ତାଙ୍କ ବାପାଙ୍କ ପରି ଜଣେ ପ୍ଲେବ୍ୟାକ୍ ସିଙ୍ଗର, ଅଭିନେତା ଏବଂ ସଙ୍ଗୀତ ନିର୍ଦ୍ଦେଶକ।

ତେବେ ବିରାଟ କୋହଲିଙ୍କ ଏହା ପ୍ରଥମ ରେଷ୍ଟୁରାଣ୍ଟ ନୁହେଁ। ବିରାଟଙ୍କ ରେଷ୍ଟୁରାଣ୍ଟ୍‌ ଯାତ୍ରା ୨୦୧୭ ମସିହାରୁ ଦିଲ୍ଲୀର ଆର.କେ ପୁରମରୁ ଆରମ୍ଭ ହୋଇଥିଲା। ପ୍ରଥମ ରେଷ୍ଟୁରାଣ୍ଟ ଦିଲ୍ଲୀରେ ଖୋଲା ଯାଇଥିଲା, ଏହା ପରେ ଦିଲ୍ଲୀରେ ଆଉ ଏକ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। କେବଳ ଏତିକି ନୁହେଁ, ବିରାଟ ମଧ୍ୟ ଏକ ପୋଷାକ ସଂସ୍ଥାର ମାଲିକ। ତାଙ୍କର WROGN ନାମକ ଏକ ପୋଷାକ ବ୍ରାଣ୍ଡ୍‌ ମଧ୍ୟ ବହୁତ ଲୋକପ୍ରିୟ।

Virat Kohli Bollywood Kishore Kumar
Advertisment
Advertisment