Advertisment

ଏସିଆ କପ୍ ଖେଳିି ଇତିହାସ ରଚିଲେ ବିରାଟ କୋହଲି

ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Virat Kohli

Virat Kohli

ଏସିଆ କପ୍‌ରେ ଆଜି ମୁହାଁମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ। ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ।ତେବେ ଏହି ମ୍ୟାଚ୍‌ରେ ଋଷଭ ପନ୍ତ ଖେଳିବେନି। ଚୂଡାନ୍ତ ଦଳରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି। ଏଥିସହ ରୋହିତ ଶର୍ମା, ରାହୁଲ, କୋହଲି, ସୂର୍ଯ୍ୟ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡ଼େଜା, ଚହଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍ ଏବଂ ଅର୍ଶଦୀପ ଖେଳୁଛନ୍ତି।

Advertisment

ଗତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି। ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ସହ ଆଜି କ୍ୟାରିଅରର ଶହେ ତମ ଟି-ଟ୍ୱେଣ୍ଟି ଖେଳୁଛନ୍ତି। 

ଆଜି ଏସିଆ କପ୍ ଖେଳିି ଇତିହାସ ବିରାଟ କୋହଲି ଇତିହାସ ରଚିଛନ୍ତି। ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଲେ ବିରାଟ କୋହଲି। ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ; କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।

Advertisment
Asia Cup Ind Vs Pak
Advertisment
Advertisment