Advertisment

କ୍ୟାଚ୍‌ ଛଡ଼ାଇନେଲା ମ୍ୟାଚ୍: ହାରିଲା ଭାରତ, ଜିତିଲା ପାକିସ୍ତାନ

ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।

author-image
Chandan Shishu
ଅଦ୍ୟତନ ହୋଇଛି
Pakistan beats india

Pakistan beats india

ଏସିଆ କପ୍‌ରେ ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ ଟକ୍କରରେ ଜିତିଲା ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚକୁ ଜିତିନେଲା ପାକିସ୍ତାନ। ଭାରତକୁ ୫ ଓ୍ୱିକେଟରେ ହରାଇଲା ପାକିସ୍ତାନ। ଗୋଟିଏ ବଲ୍ ବାକି ଥାଇ ୫ ଓ୍ୱିକେଟ ହରାଇ ବିଜୟୀ ହେଲା ପାକିସ୍ତାନ। ମହମ୍ମଦ ରିଜଓ୍ୱାନଙ୍କ ୫୧ ବଲ୍ରୁ ୭୧ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଶେଷ ସମୟରେ ଅର୍ଶଦୀପ୍ କ୍ୟାଚ ହାତ ଛଡ଼ା କରିବା ପରେ ମ୍ୟାଚ୍ ଏକପ୍ରକାରର ପାକିସ୍ତାନ ହାତକୁ ଚାଲିଯାଇଥିଲା। 

Advertisment

ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିବା ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ କରିଛି ଟିମ୍ ଇଣ୍ଡିଆ। ଦଳ ପକ୍ଷରୁ ସର୍ବାଧିକ ୬୦ ରନ୍ କରିଛନ୍ତି ବିରାଟ କୋହଲି। ୪୪ଟି ବଲ୍‌ରେ ୪ଟି ଚଉକା ଏବଂ ଗୋଟିଏ ଛକ୍କା ସହ ବିରାଟ୍ ୬୦ ରନ୍ କରିଛନ୍ତି। ତେବେ କେ.ଏଲ୍.ରାହୁଲ ଏବଂ ରୋହିତ ଶର୍ମା ୨୮ ରନ୍ ଲେଖାଏଁ ହାସଲ କରିଛନ୍ତି।

Advertisment

ଆଜି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌କୁ ଫେରିଥିବା ବେଳେ ଦୀପକ ହୁଡା ଓ ରବି ବିଷ୍ଣୋଇ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପାଇଛନ୍ତି। ହାର୍ଦ୍ଦିକ ହଂକଂ ବିପକ୍ଷ ମ୍ୟାଚରେ ଖେଳିନଥିଲେ।

 ଏହା ଆଗରୁ ଗତ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଥିଲା ଭାରତ।

Asia Cup Ind Vs Pak
Advertisment
Advertisment