Advertisment

Asia Cup 2022: ସୁପର୍‌ସଣ୍ଡେରେ ହେବ ସୁପର୍‌ ମୁକାବିଲା, କାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆସନ୍ତାକାଲି ସୁପର୍‌ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

author-image
Rajalaxmi Sahoo
Asia Cup 2022: India to face Pakistan tomorrow

Asia Cup 2022: India to face Pakistan tomorrow

ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ(Asia Cup 2022)ର ପଞ୍ଚଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେଉଛି। ଟ୍ୱେଣ୍ଟି-୨୦ ଭିତ୍ତିରେ ଖେଳା ଯିବାକୁ ଥିବା ଏହି ୬ ରାଷ୍ଟ୍ରୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ଆଫଗାନିସ୍ତାନ ଶ୍ରୀଲଙ୍କାକୁ ଭେଟିବ। UAEରେ ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି ସୁପର୍‌ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଟିମ୍‌ ମଧ୍ୟରେ ଖେଳାଯାଇଥିବା ଗତ ମୁକାବିଲାକୁ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।

ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ୨ ସପ୍ତାହ ମଧ୍ୟରେ ୩ ଥର ଭେଟାଭେଟି ହେବାର ସମ୍ଭାବନା ରହିଛି। ଯାହାକୁ ନେଇ କ୍ରିକେଟପ୍ରେମୀ ଅଧିକ ଖୁସି ଅଛନ୍ତି। ଭାରତୀୟ ଟିମ୍ ମଧ୍ୟ ଏନେଇ ପ୍ରାକ୍ଟିସ୍‌କୁ ଜୋରଦାର କରିଛି। ଆସନ୍ତାକାଲି ପାକିସ୍ତାନ ସହ ମ୍ୟାଚ୍‌କୁ ନେଇ ଟିମ୍‌ ଇଣ୍ଡିଆର ଉପଅଧିନାୟକ କେ.ଏଲ. ରାହୁଲ କହିଛନ୍ତି, ପାକିସ୍ତାନ ପରି ଏକ ଭଲ ଟିମ୍‌ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ଅପେକ୍ଷା କରି ରହିଛି। କାରଣ ଉଭୟ ଟିମ୍‌ ନିୟମିତ ଭାବେ ଖେଳୁ ନାହାନ୍ତି। କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ତେଣୁ ପାକିସ୍ତାନ ପରି ଏକ ଭଲ ଟିମ୍‌ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। 

Advertisment

ଅନ୍ୟପକ୍ଷେ, ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛନ୍ତି। ତେଣୁ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପୂର୍ବରୁ ଫର୍ମକୁ ଫେରିବା ଲାଗି ତାଙ୍କ ପାଇଁ ଏସିଆ କପ୍ ବଳିଷ୍ଠ ମଞ୍ଚ ହେବ।  ୬ଟି ଟିମ୍‌ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବେ। ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଓ ହଂକଂ କ୍ରିକେଟ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। 

Ind Vs Pak Asia Cup 2022
Advertisment
Advertisment