• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୁପର ସଣ୍ଡେରେ ଆଜି ପୁଣି ଏକ ହାଇ ଭୋଲଟେଜ୍‌ ମ୍ୟାଚ୍ । ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ । ମାତ୍ର ୮ ଦିନ ମଧ୍ୟରେ ଦୁଇଦଳ ପରସ୍ପରକୁ ଦ୍ୱିତୀୟଥର ଭେଟିବେ । ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ । ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ରହିଛି । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ, ଯେକୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି । ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି । ସେ ଆସନ୍ତା ଟି -ଟ୍ୱେଣ୍ଟି ବିଶ୍ୱକପରୁ ବାଦ ପଡିବାର ଆଶଙ୍କା ରହିଛି ।

ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ଦ୍ରୁତ ବୋଲର ଶାହନାୱାଜ ଦହାନୀ ଦଳରୁ ବାଦ ପଡିଛନ୍ତି । ପୂର୍ବରୁ ଆହତ କାରଣରୁ ସାହିନ୍ ଆଫ୍ରିଦି ଓ ମହମ୍ମଦ ୱାସିମ୍ ଦଳରୁ ବାଦ ପଡିଛନ୍ତି । ଭାରତ, ପାକିସ୍ତାନ ସହ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ଫୋରକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ୧୧ ତାରିଖରେ ଏସିଆ କପ୍‌ର ଫାଇନାଲ ମ୍ୟାଚ ଖେଳାଯିବ ।