/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661567345.jpg)
Neeraj Chopra Creates Another History Wins Lausanne Diamond
ଆଉ ଏକ ବଡ଼ ସଫଳତା ସହ ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା(Neeraj Chopra)। ପ୍ରଥମ ଭାରତୀୟ ଜାଭଲିନ୍ ଥ୍ରୋୟର ଭାବେ ସେ ଡାଇମଣ୍ଡ ଲିଗ୍ ଜିତିଛନ୍ତି।ଲୌସେନ ଡାଇମଣ୍ଡ ଲିଗ୍(Lausanne Diamond League) ଟାଇଟଲ୍ ଜିତି ସେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି।
ପ୍ରଥମ ଚେଷ୍ଟାରେ ୮୯.୦୮ ମିଟର ଜାଭଲିନ୍ ଫିଙ୍ଗି ନୀରଜ ଡାଇମଣ୍ଡ ଲିଗ୍ ଟାଇଟଲ୍ ହାତେଇଛନ୍ତି। ଏହାସହ ସେ ୨୦୨୩ରେ ବୁଦାପେଷ୍ଟ ବିଶ୍ୱ ଚାମ୍ପିଅନଶିପ୍ ପାଇଁ ବି ଯୋଗ୍ୟତା ଅର୍ଜନ କରିଛନ୍ତି।
ସ୍ୱିଡେନର ରାଜଧାନୀ ଷ୍ଟକ୍ହୋମରେ ଆୟୋଜିତ ଷ୍ଟକ୍ହୋମ ଡାଇମଣ୍ଡ ଲିଗ୍ରେ ମଧ୍ୟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ପ୍ରୟାସରେ ୮୯. ୯୪ ମିଟର ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିଲେ।
ସୂଚନାଥାଉ କି, ବିଶ୍ୱ ଆଥଲେଟିକ୍ ଚାମ୍ପିଅନଶିପ୍ରେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଥିଲେ। ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ଫଳରେ ୧୯ ବର୍ଷ ପରେ ଭାରତକୁ ପଦକ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)