Advertisment

ଦିବ୍ୟାଙ୍ଗ ହୋଇ ବି ସକ୍ଷମ: ଠିକ୍‌ରେ ସିନା ଚାଲି ପାରୁ ନାହାନ୍ତି, ହେଲେ ଖେଳରେ ମାଷ୍ଟର..

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jeypore's divyang football prodigy awaits Govt help

Jeypore's divyang football prodigy awaits Govt help

ଆଖିରେ ଅସୁମାରୀ ସ୍ୱପ୍ନ, ଆଉ ମନରେ ଭରପୁର ଆତ୍ମବିଶ୍ୱାସ। ଠିକ୍‌ରେ ସିନା ସେ ଚାଲି ପାରୁ ନାହାନ୍ତି, କିନ୍ତୁ ଖେଳରେ ସେ ସମସ୍ତଙ୍କ ମାଷ୍ଟର। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି। ତାଙ୍କୁ ଅଟକାଇ ପାରିନି କୌଣସି ବାଧାବିଘ୍ନ। କୋରାପୁଟ ଜିଲ୍ଲା ଜୟପୁରର ଷଷ୍ଠ ଶ୍ରେଣୀ ଛାତ୍ର ସଞ୍ଜୀବ ସମସ୍ତଙ୍କ ପାଇଁ ଉହାରଣ ପାଲଟିଛନ୍ତି।

Advertisment

ଗୋଟିଏ ଗୋଡ଼ରେ ସମସ୍ୟା ଥାଇ ବି ସେ ଜଣେ ପୋଖତ ଖେଳାଳି। ଜାତୀୟ କ୍ରୀଡ଼ା ଦିବସରେ ଏପରି ଖେଳାଳିଙ୍କୁ ବିଷୟରେ ଜାଣିଲେ ଆପଣ ବି ଗର୍ବରେ କହିବେ ‘ହମ୍‌ ଭି କିସି ସେ କମ୍‌ ନହିଁ’। ସାଥୀ ଖେଳାଳୀଙ୍କ ସହ ମିଶି ସଞ୍ଜୀବ ପ୍ରତିଦିନ ଫୁଟବଲ୍ ଖେଳିଥାନ୍ତି। ଷ୍ଟ୍ରୋକ୍, ଡିମ୍ଫେଣ୍ଡ୍‌ ସବୁଥିରେ ସେ ମାହିର୍। ବୋଲ୍‌କୁ କେମିତି ଗୋଲ୍‌ ଦିଆଯିବ ସେନେଇ ସଞ୍ଜୀବ ବର୍ତ୍ତମାନ ଶିଖୁଛନ୍ତି। ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ସହ ସମସ୍ତଙ୍କୁ ପଛରେ ପକାଇବା ଲକ୍ଷ୍ୟରେ ଅଛନ୍ତି ସଞ୍ଜୀବ। 

କିଛି ବର୍ଷ ପୂର୍ବେ ଦୁର୍ଘଟଣାରେ ସଞ୍ଜୀବଙ୍କ ବାମ ଗୋଡ଼ ଖରାପ ହୋଇ ଯାଇଛି। ସେବେଠୁ ଏମିତି ଅବସ୍ଥାକୁ ସେ ଆପଣାଇ ନେଇଛନ୍ତି। ହେଲେ ଏଥିରେ ସେ ଭାଙ୍ଗି ପଡ଼ି ନାହାନ୍ତି। ବରଂ ନିଜକୁ ଅଧିକ ଶକ୍ତିଶାଳୀ ଭାବି ଫୁଟବଲ୍ ଖେଳୁଛନ୍ତି। ଜୟପୁର ପରାବେଡ଼ାରେ ରହୁଥିବା ସଞ୍ଜୀବ ପ୍ରତିଦିନ ବିକ୍ରମଦେବ ଷ୍ଟାଡିୟମ୍‌କୁ ଯାଇ ଫୁଟବଲ୍‌ ଅଭ୍ୟାସ କରନ୍ତି। ସ୍କୁଲ୍‌ ସାଙ୍ଗଙ୍କ ସହ କିଛି ବଡ଼ ପିଲାଙ୍କ ସହ ବି ସେ ଖେଳନ୍ତି ।

Advertisment

ସଞ୍ଜୀବଙ୍କ ଫିଟନେନ୍‌କୁ ଦେଖି ଅନ୍ୟ ଖେଳାଳିମାନେ ବି ତାଜୁବ୍ ହୋଇଯାଇଛନ୍ତି। କାରଣ ଏତେ ଅଳ୍ପ ବୟସରେ ଫୁଟବଲ୍ ଖେଳିବା ପାଇଁ ତାଙ୍କର ଏଭଳି ଇଚ୍ଛାଶକ୍ତି ଏବେ ତାକୁ ଅନ୍ୟଠୁ ଭିନ୍ନ କରିଛି। ଯଦି, ସରକାରୀ ସ୍ତରରେ ସହାୟତା କିମ୍ବା ଟ୍ରେନିଂ ମିଳିଥାନ୍ତା ତା’ହେଲେ ସଞ୍ଜୀବ ଆହୁରି ଆଗକୁ ବଢ଼ିବେ ବୋଲି ମତ ପ୍ରକାଶ ପାଇଛି।

(ରିପୋର୍ଟ- ଟି ଗୌରୀଶଙ୍କର, ଜୟପୁର)

National Sports Day National Sports Day 2022 Divyang Football Player
Advertisment
Advertisment