Advertisment

ସୁପରସଣ୍ତେରେ ହାଇଭୋଲଟେଜ୍‌ T20; ପାକିସ୍ତାନ ବିପକ୍ଷରେ ଆଜି ‘ପ୍ରତିଶୋଧର ଲଢ଼େଇ’

ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍‌ଟେଜ୍‌ T20 ମ୍ୟାଚ୍ ।

author-image
Manoranjan Behera
IND vs PAK

IND vs PAK

ଲଢ଼େଇ ଆର୍ ୟା ପାର୍‌ର । ମୁକାବିଲା କର୍ ବା ମର । ଫାଇନାଲ୍ ନହେଲେ ବି ୟେ ସୁପର ଫାଇନାଲ୍ । ସାରା ଦେଶ, ସାରା ବିଶ୍ୱ, ସବୁ କ୍ରିକେଟ୍ ପ୍ରେମୀଙ୍କ ଫେଭରେଟ୍ ମୁକାବିଲା ଭାରତ ଆଉ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ । 

Advertisment

ଆଜି ସୁପରସଣ୍ଡେରେ ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍‌ଟେଜ୍‌ T20 ମ୍ୟାଚ୍ । ଗତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ମ୍ୟାଚ୍‌ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି । ତେଣୁ ଦୁଇ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ ଏଥିରେ ଦେବେ । 

ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି । ତେଣୁ ଏଥର କ୍ରିକେଟର ମଜା ଦ୍ୱିଗୁଣା ହେବା ଅନୁମାନ କରାଯାଉଛି । ସେପଟେ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌ରେ ଆଫଗାନ୍ ଟିମ୍ ୮ ୱିକେଟ୍‌ରେ ବାଜି ମାରି ନେଇଛି । ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ।

Advertisment

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଫଗାନିସ୍ତାନ ପକ୍ଷରୁ ଉତ୍ତମ ବୋଲିଂ, ଫିଲ୍ଡିଂ ସାଙ୍ଗକୁ ବ୍ୟାଟିଂ ଦେଖିବାକୁ ମିଳିଥିଲା। ତେଣୁ ଏହି ଦଳ ମ୍ୟାଚ୍‌କୁ ୮ ୱିକେଟରେ ବିଜୟ ହାସଲ କରିଛି।

Ind Vs Pak Asia Cup 2022
Advertisment
Advertisment